Posted inଖେଳ

ଶୁବମନ-ଅମ୍ପାୟର ଯୁକ୍ତିତର୍କ: ରଣଜୀ ଟ୍ରଫି ୧୦ମିନିଟ ଅଟକିଲା

ମୋହାଲି, ୪ା୧ (ପି.ଟି.)-ଭାରତୀୟ କ୍ରିକେଟର ଉଦୀୟମାନ ଷ୍ଟାର ଶୁବମନ ଗିଲ୍‌ ଏକ ବିବାଦରେ ଛନ୍ଦି ହୋଇଯାଇଛନ୍ତି। ଶୁକ୍ରବାର ଦିଲ୍ଲୀ ବିପକ୍ଷରେ ପଞ୍ଜାବର ଏକ ରଣ୍‌ଜୀ ମ୍ୟାଚ ବେଳେ ଫିଲ୍ଡ ଅମ୍ପାୟରଙ୍କ ସହିତ ଯୁକ୍ତି ପରେ ତାଙ୍କ ଆଉଟ୍‌କୁ ନାକଚ କରାଯାଇଥିଲା। ଏହି ଯୁକ୍ତିତର୍କ ଘଟଣା ପାଇଁ ମ୍ୟାଚ ୧୦ ମିନିଟ୍‌ ପାଇଁ ଅଟକିଥିଲା। ଖବର ଅନୁସାରେ ସ୍ଲୋ ମିଡିୟମ ପେସ୍‌ ବୋଲର ସୁବୋଧ ଭଟ୍ଟିଙ୍କ ବଲ୍‌ରେ ଇଣ୍ଡିଆ-ଏ’ ହ୍ବାଇଟ୍‌ ବଲ୍‌ ଅଧିନାୟକଙ୍କୁ କଟ୍‌ ବିହାଇଣ୍ଡ ଦିଆଯାଇଥିଲା। କିନ୍ତୁ ସେ ଫିଲ୍ଡ ଛାଡ଼ି ନ ଥିଲେ। ଅମ୍ପାୟରଙ୍କ ସହିତ ଯାଇ ଯୁକ୍ତି କରିଥିଲେ। ଅନ୍‌ ଫିଲ୍ଡ ଅଫିସିଆଲଙ୍କ ସହିତ ଆଲୋଚନା ପରେ ଆଉଟ୍‌କୁ ନାକଚ କରାଯାଇଥିଲା। ଗିଲ୍‌ ସେତେବେଳକୁ ୧୦ ରନ କରି ଖେଳୁଥିଲେ। କିନ୍ତୁ ସେ କ୍ରିଜ୍‌ରେ ଅଧିକ ସମୟ ତିଷ୍ଠି ପାରି ନ ଥିଲେ। ସେ ୪୧ ବଲ୍‌ରେ ୨୩ ରନ କରି ଆଉଟ ହୋଇଥିଲେ। ସେତେବେଳକୁ ତାଙ୍କ ପଞ୍ଜାବ ଦଳର ସ୍କୋର ୬୦ ରନ ଥିଲା। ଅମ୍ପାୟରଙ୍କ ନିଷ୍ପତ୍ତିରେ ଅସହମତି ପ୍ରକାଶ କରିବାଦ୍ୱାରା ସେ ଆଚରଣବିଧି ଉଲ୍ଲଂଘନ କରିଛନ୍ତି। ଏଥିପାଇଁ ମ୍ୟାଚ ରେଫରି ପି. ରଙ୍ଗନାଥନ ତାଙ୍କୁ ହୁଏତ ଚେତାବନୀ ଦେଇ ଛାଡ଼ିଦେଇପାରନ୍ତି, ନତୁବା ଆଚରଣବିଧି ଉଲ୍ଲଂଘନ ଧାରା-୧ ଅନୁସାରେ ଦଣ୍ଡିତ କରିପାରନ୍ତି। ଖବର ଅନୁସାରେ ଷ୍ଟ୍ରେଟ୍‌ ଅମ୍ପାୟର (ମହମ୍ମଦ ରଫି) ଶୁବମନଙ୍କୁ କଟ୍‌ ବିହାଇଣ୍ଡ ଦେଇଥିଲେ। ବ୍ୟାଟ୍ସମ୍ୟାନ ଜଣକ ଏହି ନିଷ୍ପତ୍ତିକୁ ସ୍ବୀକାର କରିବାକୁ କିନ୍ତୁ ରାଜି ନ ଥିଲେ। ସେ ସିଧାସଳଖ ଅମ୍ପାୟରଙ୍କ ନିକଟକୁ ଯାଇ ଯୁକ୍ତି କରିଥିଲେ ଏବଂ ନିଷ୍ପତ୍ତି ବଦଳାଇବାକୁ ଅଡି ବସିଥିଲେ। ଷ୍ଟ୍ରେଟ୍‌ ଅମ୍ପାୟର ସ୍କୋୟାର ଲେଗ୍‌ ଅମ୍ପାୟର ବିବେକ ଖୁରାନାଙ୍କ ସହିତ ଆଲୋଚନା ପରେ ତାଙ୍କ ନିଷ୍ପତ୍ତି ବଦଳାଇଥିବା ଦିଲ୍ଲୀ ଟିମ୍‌ ମ୍ୟାନେଜର ବିବେକ ଖୁରାନା ପ୍ରକାଶ କରିଛନ୍ତି। ପ୍ରତିବାଦ ସ୍ବରୂପ ଭ୍ରମଣକାରୀ ଦଳର ପଡ଼ିଆ ଛାଡ଼ି ଚାଲିଯିବାର କୌଣସି ଯୋଜନା ଥିଲା କି ପଚରାଯିବାରେ ଖୁରାନା ତାହାର ଖଣ୍ଡନ କରିଥିଲେ। ନିଷ୍ପତ୍ତିକୁ କାହିଁକି ବଦଳାଇଲେ ବୋଲି ଆମ ଦଳର ଉପଅଧିନାୟକ ନୀତୀଶ ରାଣା କେବଳ ଅମ୍ପାୟରଙ୍କୁ ପ୍ରଶ୍ନ କରିଥିଲେ। ପରେ ମ୍ୟାଚ ରେଫରି ରଙ୍ଗନାଥନଙ୍କ ହସ୍ତକ୍ଷେପ ପରେ ମ୍ୟାଚ ସ୍ବାଭାବିକ ଭାବେ ଆରମ୍ଭ ହୋଇଥିଲା ବୋଲି ସେ କହିଥିଲେ। ଦିଲ୍ଲୀ ଡିଷ୍ଟ୍ରିକ୍ଟ କ୍ରିକେଟ ଆସୋସିଏଶନ(ଡିଡିସିଏ) ସାଧାରଣ ସମ୍ପାଦକ ବିନୋଦ ତିହାରା କହିଛନ୍ତି, ମ୍ୟାଚ କେବଳ ୭ରୁ ୮ ମିନିଟ ଅଟକି ଥିଲା। କୌଣସି ପ୍ରକାର ଅପ୍ରୀତିକର ପରିସ୍ଥିତ ସୃଷ୍ଟି ହୋଇ ନ ଥିଲା। ଗିଲ୍‌ ଆଉଟ୍‌ ହୋଇଥିବା ଆମ ପିଲାଙ୍କ ମନରେ ଧାରଣା ସୃଷ୍ଟି ହୋଇଥିଲା। ତେଣୁ ଅମ୍ପାୟର ତାଙ୍କ ନିଷ୍ପତ୍ତି କାହିଁ ବଦଳାଇଲେ ବୋଲି ସେମାନେ ପ୍ରଶ୍ନ କରିଥିଲେ। ଏହି ପ୍ରସଙ୍ଗ ନେଇ ଆମେ ବିଧିବଦ୍ଧ କୌଣସି ଅଭିଯୋଗ କରିନାହୁଁ। ପଞ୍ଜାବ କ୍ରିକେଟ ଆସୋସିଏଶନର ଜଣେ ବରିଷ୍ଠ ଅଧିକାରୀ ଜିଏସ୍‌ ଓ୍ବାଲିଆ କହିଛନ୍ତି, ଯୁକ୍ତିତର୍କ ବେଳେ ଗିଲ୍‌ କୌଣସି ଖରାପ ଭାଷା ପ୍ରୟୋଗ କରି ନାହାନ୍ତି। ଶୁବମନ ଜଣେ ଭଦ୍ର ଏବଂ ଶାନ୍ତ ସ୍ବଭାବର ପିଲା। ବଲ୍‌ ତାଙ୍କୁ ଟଚ୍‌ କରି ନ ଥିବା ବିଷୟ ଶୁବମନ କେବଳ ଅମ୍ପାୟରଙ୍କୁ କହିଥିଲେ, ଅନ୍ୟ କିଛି ନୁହେଁ। ମ୍ୟାଚ ରେଫରି ଗିଲ୍‌ଙ୍କୁ ଦଣ୍ଡିତ କରିବେ କି ନା ତାହା ଚତୁର୍ଥ ଦିବସ ଖେଳ ଶେଷ ପରେ ଜଣାପଡ଼ିବ।


Enter your email to get our daily news in your inbox.

All Right Reserved By Dharitri.Com

Posted inଖେଳ View All

ଶେଷ ଓଭରରେ ଭାରତର ରୋମାଞ୍ଚକର ବିଜୟ, ଶେଷ ଯାଏ ଲଢ଼ିଲା ନେଦରଲ୍ୟାଣ୍ଡ

ଅହମ୍ମଦାବାଦ,୧୮।୨: ନରେନ୍ଦ୍ର ମୋଦି ଷ୍ଟାଡିୟମରେ ଖେଳାଯାଇଥିବା ଟି-୨୦ ବିଶ୍ୱକପ୍‌ର ଏକ ରୋମାଞ୍ଚକର ମୁକାବିଲାରେ ଭାରତ ୧୭ ରନରେ ନେଦରଲ୍ୟାଣ୍ଡକୁ ପରାସ୍ତ କରିଛି। ଏହି ବିଜୟ ସହ ଭାରତ…

T20 ବିଶ୍ୱକପ୍‌ ୨୦୨୬: ଶିବମ ଦୁବେଙ୍କ ବିସ୍ଫୋରକ ଅର୍ଦ୍ଧଶତକ, ନେଦରଲାଣ୍ଡ ଆଗରେ ୧୯୪ ରନ୍‌ର ଲକ୍ଷ୍ୟ

ଅହମ୍ମଦାବାଦ,୧୮।୨: T20 ବିଶ୍ୱକପ୍‌ ୨୦୨୬ର ଶେଷ ଗ୍ରୁପ୍‌ ମ୍ୟାଚ୍‌ରେ ଭାରତୀୟ ଦଳ ନେଦରଲାଣ୍ଡ ବିପକ୍ଷରେ ୬ ୱିକେଟ୍ ହରାଇ ୧୯୩ ରନ୍‌ର ଏକ ବଡ ସ୍କୋର ଛିଡ଼ା…

ଶାନଦାର ବିଜୟ ସହ ସୁପର-୮ରେ ପାକିସ୍ତାନ, ପୁଣି ଭାରତ ସହ…

ନୂଆଦିଲ୍ଲୀ,୧୮।୨: କର ବା ମର ମୁକାବିଲାରେ ନାମ୍ବିୟାକୁ ୧୦୨ ରନ୍‌ର ବିଶାଳ ବ୍ୟବଧାନରେ ପରାସ୍ତ କରି ପାକିସ୍ତାନ ସୁପର-୮ରେ ନିଜର ସ୍ଥାନ ପକ୍କା କରିଛି। ଏହି ବିଜୟ…

T20 ବିଶ୍ୱକପ୍‌ ୨୦୨୬: ନେଦରଲାଣ୍ଡ ବିପକ୍ଷରେ ଟସ୍‌ ଜିତି ଭାରତର ବ୍ୟାଟିଂ ନିଷ୍ପତ୍ତି

ଅହମ୍ମଦାବାଦ,୧୮।୨: ଟି-୨୦ ବିଶ୍ୱକପ୍‌ ୨୦୨୬ର ଗ୍ରୁପ୍‌-ଏ ମୁକାବିଲାରେ ଭାରତ ଓ ନେଦରଲାଣ୍ଡ ମଧ୍ୟରେ ଲଢ଼େଇ ଆରମ୍ଭ ହୋଇଛି। ଅଧିନାୟକ ସୂର୍ଯ୍ୟକୁମାର ଯାଦବ ଟସ୍‌ ଜିତି ପ୍ରଥମେ ବ୍ୟାଟିଂ…

୧୭ ଜଣଙ୍କୁ ପଛରେ ପକାଇ ଉପରକୁ ଉଠିଲେ ଇଶାନ କିଷାନ

ନୂଆଦିଲ୍ଲୀ,୧୮।୨: ICC ଟି-୨୦ ରାଙ୍କିଙ୍ଗ ପ୍ରକାଶ ପାଇଛି। ଏଥିରେ ପ୍ରଭାବଶାଳୀ ପ୍ରଦର୍ଶନ କରିଥିବା ଇଶାନ କିଷାନଙ୍କ ତାଙ୍କୁ ଶ୍ରେଷ୍ଠ ୧୦ରେ ସ୍ଥାନ ମିଳିଛି। ସେ ୧୭ ବ୍ୟାଟସମ୍ୟାନଙ୍କୁ…

ବାସନ ଧୋଇଲେ ପାକିସ୍ତାନ ଖେଳାଳି: ହୋଟେଲରେ ହେଲେ ହଟହଟା

ଇସଲାମାବାଦ୍‌,୧୮।୨: ପାକିସ୍ତାନ ଜାତୀୟ ହକି ଦଳର ସାମ୍ପ୍ରତିକ ଅଷ୍ଟ୍ରେଲିଆ ଗସ୍ତ ପୁଣି ଥରେ ଦେଶର କ୍ରୀଡ଼ା ପ୍ରଶାସନ ପୋଲ ଖୋଲିଛି। FIH ପ୍ରୋ ଲିଗର ଦ୍ୱିତୀୟ ପର୍ଯ୍ୟାୟକୁ…

ନାମ୍ବିଆ ବିପକ୍ଷ କର-ମର ମ୍ୟାଚ୍‌ ପୂର୍ବରୁ ପାକିସ୍ତାନ ପାଇଁ ବଢ଼ିଲା ଚିନ୍ତା: ପ୍ଲେଇଂ ଇଲେଭେନରେ ବଡ଼ ପରିବର୍ତ୍ତନ ନେଇ ବିବାର

ନୂଆଦିଲ୍ଲୀ,୧୮।୨: ୨୦୨୬ ଆଇସିସି ଟି୨୦ ବିଶ୍ୱକପରେ ଭାରତଠାରୁ ହାରିବା ପରେ ପାକିସ୍ତାନ ଟୁର୍ନାମେଣ୍ଟରୁ ବାଦ ପଡ଼ିବା ଆଶଙ୍କାର ସମ୍ମୁଖୀନ ହେଉଛି। ଫେବୃଆରୀ ୧୮ ତାରିଖରେ ନାମ୍ବିଆ ବିପକ୍ଷ…

ସୁପର-୮ରେ ୩ ମ୍ୟାଚ୍‌ ଖେଳିବ ଭାରତ: ଜାଣନ୍ତୁ କେଉଁଠି, କେତେବେଳେ ଖେଳାଯିବ ମ୍ୟାଚ୍‌

ନୂଆଦିଲ୍ଲୀ,୧୮।୨: ଟି୨୦ ବିଶ୍ୱକପରେ ଟିମ ଇଣ୍ଡିଆ ତା’ର ଶେଷ ଲିଗ ମ୍ୟାଚ ଖେଳିବ। ଭାରତୀୟ ଦଳ ଏପର୍ଯ୍ୟନ୍ତ ଟୁର୍ନାମେଣ୍ଟରେ ଅପରାଜିତ ରହିଛି। ଟିମ ଇଣ୍ଡିଆ ସୁପର ୮…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri