ଶୁଣିବ ବା କିଏ

ଭାରତର ବିଭିନ୍ନ ରାଜ୍ୟର ବାସିନ୍ଦା ଯେଉଁମାନେ ବାହାରେ କାମ କରୁଥିଲେ, ଏତେ ଡେରିରେ ସେମାନଙ୍କୁ ଏବେ ଫେରାଇଲା ବେଳକୁ ନାହିଁ ନ ଥିବା ଅସୁବିଧା ଦେଖାଦେଲାଣି। ଯେତେବେଳେ ଜନତା କର୍ଫ୍ୟୁ ଘୋଷଣା କରାଗଲା, ସେତେବେଳେ ଡ୍ରାମା ପରିବର୍ତ୍ତେ ଯଦି ବାସ୍ତବ ଦିଗକୁ ଦେଖାଯାଇ ମାର୍ଚ୍ଚ ୨୪ ତାରିଖରେ ସମ୍ପୂର୍ଣ୍ଣ ଲକ୍‌ଡାଉନ ହେବ ବୋଲି ପୂର୍ବରୁ ଘୋଷଣା କରାଯାଇ ଥାଆନ୍ତା, ତେବେ ଏହି ପ୍ରବାସୀ ଶ୍ରମିକ ନିଜ ଘରକୁ ସୁରୁଖୁରୁରେ ଫେରିପାରିଥାଆନ୍ତେ। ମନେରଖିବାକୁ ହେବ ଯେ, ସେତେବେଳେ ଏହି ଗରିବଙ୍କ ମଧ୍ୟରେ କରୋନା ଭାଇରସ ପ୍ରବେଶ ହୋଇ ନ ଥିଲା। ଯେହେତୁ ଏହି ରୋଗ ବିଦେଶରେ ଜନ୍ମିତ ସେଥିପାଇଁ କେନ୍ଦ୍ର ସରକାରଙ୍କ ଦ୍ୱାରା ମାଗଣାରେ ବିମାନ ଯୋଗେ ବୁହାହୋଇ ଆସିଥିବା ପ୍ରବାସୀ ଭାରତୀୟଙ୍କ ଜରିଆରେ ସଂକ୍ରମଣ ପ୍ରବେଶ କଲା। କ୍ୱାରାଣ୍ଟାଇନ୍‌ କଥା ଯେତେ କୁହାଗଲେ ମଧ୍ୟ ସଂକ୍ରମଣକୁ ରୋକିବା ସମ୍ଭବପର ହେଲା ନାହିଁ। ପୂର୍ବଭଳି ଏବେ ଆଉ ଏକ ତ୍ରୁଟିପୂର୍ଣ୍ଣ ପରିସ୍ଥିତି ସୃଷ୍ଟି କରାଯାଉଛି। କେନ୍ଦ୍ର ସରକାର ପୁନର୍ବାର ବିଦେଶରେ ଥିବା ପ୍ରାୟ ୨ ଲକ୍ଷ ଭାରତୀୟଙ୍କୁ ବିମାନ ଯୋଗେ ଆଣିବା ପାଇଁ ବ୍ୟବସ୍ଥା କରୁଛନ୍ତି। ଏହାର ଅର୍ଥ ହେଲା ଆହୁରି ଥରେ ରୋଗକୁ ନିମନ୍ତ୍ରଣ କରି ଅଣାଯାଉଛି। କେତେକ ଧନୀ ଲୋକଙ୍କ ସନ୍ତାନ ଓ ସମ୍ପର୍କୀୟ ବିଦେଶରେ ଦୀର୍ଘକାଳ ରହିଯାଇଥିବାରୁ ସେମାନଙ୍କୁ ଫେରାଇ ଆଣିବା ଲାଗି ସରକାର ବ୍ୟଗ୍ରତା ପ୍ରକାଶ କରୁଛନ୍ତି। ଏମାନଙ୍କ ସହିତ ବିଭିନ୍ନ ଦେଶରେ ଥିବା ଅନ୍ୟ ସାଧାରଣ ଭାରତୀୟ ଆସିବାର ସୁଯୋଗ ପାଇଯିବେ। ସେମାନଙ୍କୁ ବିଦେଶୀ ବାସସ୍ଥାନରେ ରହିବା ପାଇଁ କୁହାଯାଇ ପାରିଥାଆନ୍ତା। ସେହି ଦେଶଗୁଡ଼ିକରେ ଥିବା ଭାରତୀୟ ଦୂତାବାସରେ ପଞ୍ଜୀକରଣ କରିବା ପାଇଁ ନିର୍ଦ୍ଦେଶ ଦିଆଯାଇ ସେମାନଙ୍କୁ ଖାଦ୍ୟ ଓ ଆନୁଷଙ୍ଗିକ ସୁବିଧା ଯୋଗାଇ ଦିଆଯାଇପାରିଥାଆନ୍ତା। କୌତୂହଳର ବିଷୟ ହେଲା, ସେଭଳି ପ୍ରତିଷେଧକ ବ୍ୟବସ୍ଥା କରିବା ପରିବର୍ତ୍ତେ ଆମ ସରକାର ସଂକ୍ରମଣ ସନ୍ଦେହରେ ଥିବା ବ୍ୟକ୍ତିମାନଙ୍କୁ ଯଥେଷ୍ଟ ପୂର୍ବରୁ ମାଗଣାରେ ଉଡ଼ାଜାହାଜରେ ଘରକୁ ଫେରାଇ ଆଣିଲେ। ସେଥିରୁ ସଂକ୍ରମଣ ବଢ଼ିଲା। ଏବେ ଶ୍ରମିକ ଶ୍ରେଣୀକୁ ରେଳ ଭଡ଼ା ଦେବା ପାଇଁ ବାଧ୍ୟ କରାଯାଉଛି। ଯେତେବେଳେ କଂଗ୍ରେସର ସୋନିଆ ଗାନ୍ଧୀ ଘୋଷଣା କରିଦେଲେ ଯେ ତାଙ୍କ ଦଳ ସମସ୍ତ ଶ୍ରମିକଙ୍କ ରେଳ ଭଡ଼ା ବହନ କରିବ, ସେତେବେଳେ କେନ୍ଦ୍ର ସରକାର ବାଉଳା ହୋଇ ରେଲଓ୍ବେ ଓ ରାଜ୍ୟ ସରକାର ଏ ଖର୍ଚ୍ଚ ଦେବେ ବୋଲି କହିଲେଣି। ଏଭଳି ସଙ୍କଟପୂର୍ଣ୍ଣ ସମୟରେ ନିଜାମୁଦ୍ଦିନ ମର୍କଜରେ ଯୋଗଦେବା ପାଇଁ ବିଦେଶୀ ମୁସଲମାନ ମୁଲ୍ଲାମାନଙ୍କୁ ଭାରତ ପ୍ରବେଶ ପାଇଁ କିଏ ଭିଜା ଅନୁମତି ଦେଲା, ତାହା ସ୍ବୀକାର କରିବାକୁ ସରକାରର ମନୋବଳ ନାହିଁ। ସେଠାରେ ଯେତେବେଳେ ସଂକ୍ରମଣ ହେଲା ସେତେବେଳେ ଏହାକୁ ମୁସଲମାନ-ହିନ୍ଦୁ ରଙ୍ଗ ଦେବା ପାଇଁ ଚେଷ୍ଟା କରାଗଲା। କିନ୍ତୁ ପୁନର୍ବାର ସରକାର ଭୁଲିଗଲେ ଯେ ଜାତୀୟ ନିରାପତ୍ତା ପରାମର୍ଶଦାତା (ଏନ୍‌ଏସ୍‌ଏ) ଅଜିତ ଡୋଭାଲ ନିଜେ ରାତି୍‌ଅଧରେ ଯାଇ ନିଜାମୁଦ୍ଦିନ ମର୍କଜରେ ମୁଲ୍ଲା ଓ ମୌଲବୀମାନଙ୍କୁ ସେହି ସ୍ଥାନ ଛାଡ଼ି ତତ୍‌କ୍ଷଣାତ୍‌ ପଳାଇଯିବାକୁ ଉପଦେଶ କାହିଁକି ଦେଲେ। ଉଲ୍ଲେଖଯୋଗ୍ୟ ଯେ, ଇଣ୍ଡୋନେସିଆ ଓ ମାଲେସିଆରୁ ଆସିଥିବା ମୌଲବୀମାନେ ନିଜ ଦେଶରେ ସଂକ୍ରମିତ ହୋଇଥିଲେ। ସେମାନଙ୍କୁ ଭିଜା ଦିଆଯିବା ସମୟରେ ଭାରତୀୟ ଦୂତାବାସ ସେମାନଙ୍କ ସ୍ବାସ୍ଥ୍ୟାବସ୍ଥା ଯାଞ୍ଚ କରିବା ଉଚିତ ଥିଲା। ସାଧାରଣରେ ତାହା କରାଯାଏ ମଧ୍ୟ। କିନ୍ତୁ ବାସ୍ତବ ବିପଦ ସମୟରେ ସବୁ ଅସ୍ବାଭାବିକ ପଦକ୍ଷେପ ଗ୍ରହଣ କରିବା ପଛରେ କେଉଁ ପ୍ରକାର ଉଦ୍ଦେଶ୍ୟ ରହିଛି, ତାହା ଏବେ ଅନୁସନ୍ଧାନସାପେକ୍ଷ।
ଏଠାରେ ଉଲ୍ଲେଖ କରାଯାଇପାରେ ଯେ, ୨୦୧୪ ମସିହାରେ ଯେତେବେଳେ ପଶ୍ଚିମ ଆଫ୍ରିକାରେ ମାରାତ୍ମକ ଇବୋଲା ରୋଗ ବ୍ୟାପିଲା ସେତେବେଳେ ଭାରତ ସମେତ ଅନ୍ୟ ସବୁ ଦେଶ ସେଠାକୁ ଉଡ଼ାଜାହାଜ ପଠାଇବା ଓ ଲୋକ ବୋହିଆଣିବା ବନ୍ଦ କରିଦେଲେ। ଫଳରେ ସମଗ୍ର ପୃଥିବୀରେ କଣ୍ଟେନ୍‌ମେଣ୍ଟ ବା ଲକ୍‌ଡାଉନ୍‌ ପରିବର୍ତ୍ତେ ସେହି ସୀମିତ ଅଞ୍ଚଳରେ ଲକ୍‌ଡାଉନ୍‌ କରାଯାଇ ରୋଗର ସମାପ୍ତି କରିଦିଆଗଲା। ଏତେ ନିକଟ ଅତୀତରେ ପାଇଥିବା ଶିକ୍ଷାରୁ ଭାରତ ସରକାର କିଛି ଶିଖିଲେ ନାହିଁ। ସେଥିପାଇଁ ଏବେ ସମଗ୍ର ଦେଶବାସୀ ଅଯଥାରେ କଷ୍ଟ ଭୋଗୁଛନ୍ତି। ଫେବୃୟାରୀ ୧୧ରେ ଏଇ ସ୍ତମ୍ଭରେ ‘କାହିଁକି ଦେଖେଇ ହେଉଛେ’ ଶୀର୍ଷକ ଏକ ଲେଖା ପ୍ରକାଶ କରିଥିଲୁ। ସେଥିରେ ଦର୍ଶାଇଥିଲୁ ଯେ, କରୋନା ଭାଇରସ୍‌ ସଂକ୍ରମଣ ଯୋଗୁ ଯେତେବେଳେ ଅନ୍ୟ ଦେଶଗୁଡ଼ିକ ଚାଇନା ସହ ଦ୍ରବ୍ୟ ଆମଦାନୀ କିମ୍ବା ରପ୍ତାନି କରିବାକୁ ଅମଙ୍ଗ ହେଲେଣି, ସେଭଳି ସ୍ଥଳେ ଭାରତୀୟ ନେତୃତ୍ୱ ଚାଇନାକୁ ସମବେଦନା ଜଣାଇବାକୁ ଯାଇ ଡାକ୍ତରୀ ଦଳ ପଠାଇବାକୁ ନିଷ୍ପତ୍ତି ନେଇଥିଲା। ସେହି ଦୃଷ୍ଟିରୁ ଦେଖିଲେ, ସଂକ୍ରମିତ ଦେଶଗୁଡ଼ିକରୁ ଭାରତୀୟଙ୍କୁ ସ୍ବଦେଶ ଫେରାଇ ଆଣିବା ଠିକ୍‌ ନୁହେଁ ବୋଲି ଅନେକବାର ମତ ଦେଇଛୁ। ଲକ୍‌ଡାଉନ୍‌ କରିବା ପୂର୍ବରୁ ସରକାର ଏଭଳି ବାସ୍ତବ ଦିଗଗୁଡ଼ିକୁ ଧ୍ୟାନ ଦେଇଥିଲେ ଦେଶ ନିରାପଦରେ ଥାଆନ୍ତା। କିନ୍ତୁ ଶୁଣିବ ବା କିଏ ।


Enter your email to get our daily news in your inbox.

All Right Reserved By Dharitri.Com

ଏଇ ଭାରତରେ

ଦନ୍ତ ଚିକିତ୍ସକ ଡ. ଶାନ୍ତି ତୁମ୍ମାଲା ଚାକିରି ଛାଡ଼ି ବେଙ୍ଗାଲୁରୁରେ ବର୍ଜ୍ୟ ସମସ୍ୟାର ସମାଧାନ ପାଇଁ ପଦକ୍ଷେପ ନେଇଛନ୍ତି। ଥରେ ଜଣେ ମହିଳା ଏକ ଅଳିଆଗଦା ନିକଟରେ…

ତଳ ଅଫିସର

ଆଜିର ଦିନରେ ସବୁଠି ଗହଳଚହଳ ଅଧିକ। ହାଟରେ ଯେମିତି ଘୋ ଘୋ, ନାହିଁ ନ ଥିବା ଭିଡ଼, ଠିକ୍‌ ସେମିତି ଭିଡ଼ ଦେଖାଯାଏ ସବୁଠି। ଟ୍ରେନ୍‌ରେ ଯାତ୍ରୀଙ୍କ…

ବିଶ୍ୱ ପାଇଁ ଚେତାବନୀ

ମଣିଷ ବିଜ୍ଞାନ-ସଭ୍ୟତାର ଶୀର୍ଷରେ ପହଞ୍ଚତ୍ଥିଲେ ମଧ୍ୟ ଯୁଦ୍ଧ ଓ ହିଂସାକୁ ଛାଡ଼ିପାରିନାହିଁ। ଏବେ ସମଗ୍ର ବିଶ୍ୱରେ ଯେମିତି ସଂଘର୍ଷ, ହିଂସା, ପ୍ରତିଶୋଧର ବାତାବରଣ ସୃଷ୍ଟି ହୋଇଛି ତାହା…

ଜୈନଧର୍ମରେ ମହିଳା

ଜୈନଧର୍ମରେ ୨୪ ସନ୍ନ୍ୟାସୀ (ତୀର୍ଥଙ୍କର)ଙ୍କ ପ୍ରଦର୍ଶିତ ପଥ ଜୈନଧର୍ମ ଅନୁସରଣ କରେ। ଜୈନଧର୍ମର ଶ୍ୱେତାମ୍ବର ବିଚାରରେ ପଶ୍ଚିମ ଭାରତରେ ପାର୍ଶ୍ୱନାଥ ଏବଂ ମହାବୀର ଯଥାକ୍ରମେ ୨୩ ଓ…

ପ୍ରଜାପତି ପ୍ରଭାବ

ପ୍ରଜାପତି ପ୍ରଭାବ ହେଉଛି ପଦାର୍ଥ ବିଜ୍ଞାନ ଓ ଗଣିତର ଏକ ଗୁରୁତ୍ୱପୂର୍ଣ୍ଣ ତତ୍ତ୍ୱ। ଏହା ହେଉଛି ଏକ ଅବଧାରଣା ଯେଉଁଥିରେ ଗୋଟିଏ ଜଟିଳ ପ୍ରଣାଳୀରେ କ୍ଷୁଦ୍ର ତଥା…

ଓଡ଼ିଶା ଦିବସର ଅନୁଚିନ୍ତା: ସମୃଦ୍ଧ, ସଶକ୍ତ ଓଡ଼ିଶା

ଆଜିର ଦିନଟି ପ୍ରତ୍ୟେକ ଓଡ଼ିଶାବାସୀଙ୍କ ପାଇଁ ବାର୍ଷିକ କ୍ୟାଲେଣ୍ଡରରେ ଏକ ମହତ୍ତ୍ୱପୂର୍ଣ୍ଣ ଦିନ। ୯୦ବର୍ଷ ତଳେ ଆଜିର ଦିନରେ ସ୍ବତନ୍ତ୍ର ଓଡ଼ିଶା ଗଠିତ ହୋଇଥିଲା, ଯାହା ଭାରତର…

ସଂଜ୍ଞା ବଦଳିପାରେ

ଧାର୍ଯ୍ୟ ସମୟସୀମାର ଦିନକ ପୂର୍ବରୁ ଅର୍ଥାତ୍‌ ୩୦ ମାର୍ଚ୍ଚରେ ଭାରତ ‘ମାଓବାଦୀ ମୁକ୍ତ’ ବୋଲି ସଂସଦରେ ସ୍ବରାଷ୍ଟ୍ରମନ୍ତ୍ରୀ ଅମିତ ଶାହା ଘୋଷଣା କରିଦେଇଛନ୍ତି। ଏହା ନିଶ୍ଚିତ ଭାବେ…

ସୁନା, କଳି ଓ ଅର୍ଥନୀତି

ଏକଦା ରାଜା ପରିକ୍ଷିତ ନିଜ ରାଜ୍ୟ ତଥା ରାଜ୍ୟବାସୀଙ୍କ ଭଲମନ୍ଦ ଜାଣିବା ପାଇଁ ଭ୍ରମଣାର୍ଥେ ବାହାରିଥିଲେ। ଠିକ୍‌ ସେହି ସମୟରେ ଏକ ବିଶାଳ ବପୁଧାରୀ ବ୍ୟକ୍ତି (ଯେକି…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri