ଶୁଟିଂ ସେଟ୍‌ରେ ହାତାହାତି ହେଲେ ଅକ୍ଷୟ-ରୋହିତ: ଭିଡିଓ ଭାଇରାଲ

ମୁମ୍ବାଇ: ବଲିଉଡ୍‌ ଖିଲାଡି ବୟ ଅକ୍ଷୟ କୁମାର ତାଙ୍କର ଅପ୍‌ କମିଂ ଫିଲ୍ମ ‘ସୂର୍ଯ୍ୟବଂଶୀ’ର ଶୁଟିଂରେ ବ୍ୟସ୍ତ ଅଛନ୍ତି। ଏହି ଫିଲ୍ମର ନିର୍ଦ୍ଦେଶନା ଭାର ତୁଳାଇଛନ୍ତି ବଲିଉଡ୍‌ର ନାମୀ ନିର୍ଦ୍ଦେଶକ ରୋହିତ ସେଟ୍ଟୀ। ସୋସିଆଲ ମିଡିଆରେ ସବୁବେଳେ ଆକ୍ଟିଭ ରହୁଥିବା ଅକ୍ଷୟ ଓ ରୋହିତଙ୍କ ଏକ ଭିଡିଓ ଏବେ ସାମ୍ନାକୁ ଆସିଛି। ଯାହାକୁ ଦେଖିଲେ ଯେ କେହିବି ଆଶ୍ଚର୍ଯ୍ୟ ହୋଇଯିବେ। ଏହି ଭିଡିଓକୁ ଦେଖିଲେ ଲାଗୁଛି ଅକ୍ଷୟ ପୁଣି ଥରେ ରୋହିତଙ୍କ ସହ ଫିଲ୍ମରେ କାମ କରିପାରିବେ ତ। ଏଥିରେ ପ୍ରଥମରୁ ଅଭିନେତ୍ରୀ କ୍ୟାଟ୍ରିନା କୈଫ ନଜର ଆସିଛନ୍ତି। ଏହାପରେ ଅଭିନେତା ଅକ୍ଷୟ ଓ ନିର୍ଦ୍ଦେଶକ ରୋହିତଙ୍କ ମଧ୍ୟରେ ହାତାହାତି ହେଉଥିବାର ଦେଖିବାକୁ ମିଳିଛି। ଦୁହେଁ ଦୁହିଁଙ୍କୁ ଫିଲ୍ମ ଷ୍ଟାଇଲ୍‌ରେ ନିସ୍ତୁକ ମାଡ ମାରୁଛନ୍ତି। ଦୁଇଜଣଙ୍କ ମଧ୍ୟରେ ଗଣ୍ଡଗୋଳ ଏତେ ବଢ଼ିଯାଇଛି ଯେ, ଶେଷରେ ପୋଲିସ ଆସି ଦୁଇଜଣଙ୍କୁ ବୁଝାସୁଝା କରି ଅଲଗା କରୁଥିବା ନଜର ଆସିଛି। ଏହି ସମସ୍ତ ଦୃଶ୍ୟକୁ ଆଉ କେହି ନୁହଁ ବରଂ କ୍ୟାଟ୍ରିନା ରେକର୍ଡ କରିଥିଲେ। କଥାଟି ହେଲା, ଏହି ଦୃଶ୍ୟ ହେଉଛି ଶୁଟିଂ ସେଟ୍‌ର। ଆଉ ଏହି ଭିଡିଓ ନିଜେ ଅକ୍ଷୟ ଇନ୍‌ଷ୍ଟାଗ୍ରାମରେ ଶେୟାର କରିଥିବା ବେଳେ କ୍ୟାପଶନ୍‌ରେ ଲେଖିଛନ୍ତି, ବ୍ରେକିଂ ନ୍ୟୁଜ, ଏଭଳି ଏକ ଝଗଡ଼ା ଯାହା ଆପଣଙ୍କ ଦିନକୁ ମଜାଦାର କରିଦେବ। ଏବେ ଏହା ସୋସିଆଲ ମିଡିଆରେ ଭାଇରାଲ ହେବାରେ ଲାଗିଛି। ଫିଲ୍ମ ସୂର୍ଯ୍ୟବଂଶୀରେ ଅକ୍ଷୟ ‘ବୀର’ ଚରିତ୍ରରେ ଅଭିନୟ କରୁଛନ୍ତି। ଏଥିସହ ଅଭିନେତ୍ରୀ କ୍ୟାଟ୍ରିନା କୈଫ, ଗୁଲଶନ୍‌ ଗ୍ରୋଭର ଓ ସିକନ୍ଦର ଖେର ଫିଲ୍ମରେ ନଜର ଆସିବେ। ଏହି ଫିଲ୍ମକୁ କରଣ ଜୋହର ଓ ରୋହିତ ସେଟ୍ଟୀ ମିଳିତ ଭାବେ ପ୍ରଯୋଜନା କରୁଥିବା ବେଳେ ୨୦୨୦ ମାର୍ଚ୍ଚ ୨୭ରେ ଏହା ପରାଦାକୁ ଆସିବ।


Enter your email to get our daily news in your inbox.

All Right Reserved By Dharitri.Com

ଫାଇନାଲରେ ପହଞ୍ଚିଲେ ସାତ୍ତ୍ୱିକ-ଚିରାଗ ଯୋଡ଼ି

ସିଙ୍ଗାପୁର,୩୦ା୫: ଭାରତର ତାରକା ଯୋଡ଼ି ସାତ୍ତ୍ୱିକସାଇରାଜ ରାଙ୍କିରେଡ୍ଡୀ ଓ ଚିରାଗ ଶେଟ୍ଟି ସିଙ୍ଗାପୁର ଓପନ ସୁପର ୭୫୦ ବ୍ୟାଡ୍‌ମିଣ୍ଟନ ଟୁର୍ନାମେଣ୍ଟର ଫାଇନାଲରେ ପ୍ରବେଶ କରିଛନ୍ତି। ଶନିବାର ଅନୁଷ୍ଠିତ…

ରେସଲିଂ ଫେରିବା ଆଶା ଧୂଳିସାତ

ନୂଆଦିଲ୍ଲୀ,୩୦ା୫- ଅଲିମ୍ପିଆନ ଭିନେଶ ଫୋଗତଙ୍କ ପ୍ରତିଦ୍ୱନ୍ଦ୍ୱିତାମୂଳକ ରେସଲିଂକୁ ଫେରିବା ଆଶା ଧୂଳିସାତ ହୋଇଛି। ଶନିବାର ଏସିଆନ ଗେମ୍ସ ଚୟନ ପ୍ରକ୍ରିୟାରେ ୫୩ କେଜି ସେମିଫାଇନାଲରେ ସେ ମୀନାକ୍ଷୀଙ୍କଠାରୁ…

ଟିଏମ୍‌ସି ନେତା ଅଭିଷେକଙ୍କୁ ଆକ୍ରମଣ

କୋଲକାତା,୩୦।୫: ଟିଏମ୍‌ସି ନେତା ତଥା ସାଂସଦ ଅଭିଷେକ ବାନାର୍ଜୀଙ୍କ ଉପରେ ଶନିବାର ସନ୍ଧ୍ୟାରେ କିଛି ଲୋକ ଆକ୍ରମଣ କରିଥିବା ଅଭିଯୋଗ ହୋଇଛି। ମିଳିଥିବା ସୂଚନା ମୁତାବକ, ଅଭିଷେକ…

କାଳବୈଶାଖୀର କରାଳ ରୂପ:  ଭାଙ୍ଗିଗଲା ଦାଦନ ଶ୍ରମିକର ସପ୍ନର ଘର, ହାର୍ଡଖୁର୍ସି ଗ୍ରାମରେ ଏକାଧିକ ପରିବାର ବାସହୀନ

ଥୁଆମୂଳ ରାମପୁର, ୩୦।୫ (ଦୁର୍ଗା କୀର୍ତ୍ତି):ଦୁଃଖ ଉପରେ ଦୁଃଖ। ବିଧାତାଙ୍କ ବିଚିତ୍ର ଲୀଳା ଆଗରେ ହାର ମାନିଛି ଗରିବ ପରିବାର। କେରଳ ରାଜ୍ୟକୁ ଦାଦନ ଖଟିବାକୁ ଯାଇ…

ବଂଶଧାରା ଆନିକଟ ପାଇଁ ଦାବି ଉଠାଇଲା ଏବିଭିପି: ମୁଖ୍ୟମନ୍ତ୍ରୀଙ୍କୁ ଭେଟି…

ଗୁଣପୁର, ୩୦।୫ (ସୁଜାତା ପାଢ଼ୀ): ଭୁବନେଶ୍ୱରରେ ଆୟୋଜିତ ଏବିଭିପିର ରାଷ୍ଟ୍ରୀୟ କାର୍ଯ୍ୟକାରିଣୀ ଅବସରରେ ଗୁଣପୁର ଶାଖାର କର୍ମକର୍ତ୍ତାମାନେ ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝିଙ୍କୁ ସାକ୍ଷାତ କରି ବଂଶଧାରା…

କେନ୍ଦ୍ରାପଡା କଲେଜର ଯୁକ୍ତ–୩ ଫଳ ପ୍ରକାଶିତ: ଅର୍ଚ୍ଚିତା, ଲକ୍ଷ୍ମୀପ୍ରିୟା ,ଶାନ୍ତନୁ ବିଭାଗୀୟ ଟପ୍ପର

କେନ୍ଦ୍ରାପଡା, ୩୦।୫ (ଜଗନ୍ନାଥ ଧଳ): କେନ୍ଦ୍ରାପଡା ସ୍ୱୟଂଶାସିତ ମହାବିଦ୍ୟାଳୟର ଯୁକ୍ତ–୩ ପରୀକ୍ଷାର ଫଳ ଶନିବାର ପ୍ରକାଶ ପାଇଛି। ଏଥର ଛାତ୍ରମାନଙ୍କ ତୁଳନାରେ ଛାତ୍ରୀମାନେ ଉତ୍କୃଷ୍ଟ ଫଳାଫଳ କରି…

ବିଦ୍ୟୁତ୍‌ତାର ଚୋରି ଘଟଣାରେ ଯୁବକଙ୍କୁ ଥାନାରେ ଅଟକ ରଖି ଛାଡ଼ିଦେଲା ପୋଲିସ, ତାତିଲେ ଗ୍ରାମବାସୀ

ବାସୁଦେବପୁର,୩୦ା୫(କାଳୀପଦ ରାୟ): ଭଦ୍ରକ ଜିଲା ବାସୁଦେବପୁର ଜାମଝାଡ଼ି ରାସ୍ତାର ପରପୋଖରୀ ଛକଠାରେ ବିଦ୍ୟୁତତାର ଚୋରି ଘଟଣାରେ ଦୁଇ ଯୁବକଙ୍କୁ ଥାନାରେ ଅଟକ ଘଟଣାକୁ ନେଇ ଉତ୍ତ୍ୟକ୍ତ ଗ୍ରାମବାସୀ…

ଜନଗଣନା ଫର୍ମ ବାଣ୍ଟିଲେ ଜିଲାପାଳ, SIRକୁ ନେଇ ଗଞ୍ଜାମବାସୀ ଉତ୍ସାହିତ

ଛତ୍ରପୁର,୩୦ା୫(ଦିଲ୍ଲୀପ ସାମଲ): ଗଞ୍ଜାମ ଜିଲାରେ ଶନିବାରଠାରୁ ପରିଗଣନା ଫର୍ମ ବଣ୍ଟନ ଆରମ୍ଭ ହୋଇଛି। ସ୍ଥାନୀୟ ବିଏଲ୍‌ଓ ଜିଲାପାଳ ତଥା ଜିଲା ନିର୍ବାଚନ ଅଧିକାରୀ ଭି କୀର୍ତ୍ତି ଭାସନଙ୍କ…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri