ଶୁଟିଂ ସେଟ୍‌ରେ ଅସୁସ୍ଥ ଅନୁଭବ କଲେ ଶିଳ୍ପା

ମୁମ୍ବାଇ: ନିଜର ଫିଟ୍‌ନେସ୍‌ ପାଇଁ ଚର୍ଚ୍ଚାରେ ରହୁଥିବା ବଲିଉଡ୍‌ ନାୟିକା ଶିଳ୍ପା ସେଟ୍ଟି ହଠାତ୍‌ ଶୁଟିଂ ସେଟ୍‌ରେ ଅସୁସ୍ଥ ହୋଇଥିବା ଜଣାପଡିଛି। ସୋସିଆଲ ମିଡିଆରେ ଆକ୍ଟିଭ ରହୁଥିବା ଏହି ଅଭିନେତ୍ରୀ ନିକଟରେ ତାଙ୍କର ଏକ ଭିଡିଓ ଶେୟାର କରିଛନ୍ତି। ଯେଉଁଥିରେ ସେ ଅତ୍ୟଧିକ ଥଣ୍ଡାରେ ଥରୁଥିବା ପ୍ରକାଶ କରିଛନ୍ତି। ହେଲେ ତାଙ୍କ ନିକଟରେ ଥିବା ଲୋକେ ଗରମ ପୋଷାକ ପିନ୍ଧିଥିବା ବେଳେ ସେ କେବଳ ସୂତା ଶାଢିଟିଏ ପିନ୍ଧି ଥିବାରୁ ତାଙ୍କୁ ଅଧିକ ଥଣ୍ଡା ଲାଗୁଥିବା କହି ସେ ନିର୍ଦ୍ଦେଶକଙ୍କୁ ଗାଳି ମଧ୍ୟ କରିଛନ୍ତି। ଅବଶ୍ୟ ଏସବୁ ସେ ମଜାରେ କରୁଥିବା ଲକ୍ଷ୍ୟ କରାଯାଉଛି। କାରଣ ସେ ରାଗ ମୁଡ୍‌ରେ ନାହାଁନ୍ତି। ଦୀର୍ଘ ୧୩ ବର୍ଷ ପରେ ସେ ‘ନିକମ୍ମା’ ମାଧ୍ୟମରେ ପୁଣିଥରେ ବଲିଉଡ୍‌କୁ ଫେରୁଛନ୍ତି। ଏହା ୨୦୨୦ରେ ରିଲିଜ୍‌ ହେବାର ଯୋଜନା ରହିଛି।

Share