Categories: ଖେଳ

ଶୁଟିଂରେ ତୋମାରଙ୍କୁ ଅଲିମ୍ପିକ୍‌ କୋଟା

ଦୋହା,୧୦।୧୧(ପି.ଟି.)- ସ୍ବଳ୍ପ ବୟସ୍କ ଶୁଟର ଐଶ୍ୱାରି ପ୍ରତାପ ସିଂ ତୋମାର ଭାରତ ପାଇଁ ରେକର୍ଡ ୧୩ତମ ଅଲିମ୍ପିକ୍‌ କୋଟା ହାସଲ କରିଛନ୍ତି। ୧୮ ବର୍ଷୀୟ ତେମାର ରବିବାର ଏଠାରେ ଚାଲିଥିବା ୧୪ତମ ଏସିଆନ ଚାମ୍ପିୟନଶିପ୍‌ରେ ପୁରୁଷ ୫୦ମିଟର ରାଇଫଲ ୩ ପୋଜିସନରେ ବ୍ରୋଞ୍ଜ୍‌ ପଦକ ହାସଲ କରି ଏହି ସଫଳତା ପାଇଛନ୍ତି। ଏଥିସହିତ ଭାରତ ଏଥର ସର୍ବାଧିକ ଅଲିମ୍ପିକ୍‌ କୋଟା ହାସଲ କରିବାରେ ସଫଳ ହୋଇଛି। ତୋମାର ୮ଜଣ ଶୁଟରଙ୍କୁ ନେଇ ହୋଇଥିବା ଫାଇନାଲ ଇଭେଣ୍ଟରେ ୪୪୯.୧ ପଏଣ୍ଟ ପାଇ ତୃତୀୟ ସ୍ଥାନରେ ରହିଥିଲେ।

Share