Categories: ଖେଳ

ଶୀର୍ଷରେ କୋହଲି, ଉପରକୁ ଉଠିଲେ ରାହାନେ

ଦୁବାଇ,୨୪।୧(ପି.ଟି.)- ଭାରତୀୟ ଅଧିନାୟକ ବିରାଟ କୋହଲି ଆଇସିସି ଟେଷ୍ଟ ବ୍ୟାଟ୍ସମ୍ୟାନଙ୍କ ର଼୍ୟାଙ୍କିଙ୍ଗ୍‌ର ଶୀର୍ଷ ସ୍ଥାନ ବଜାୟ ରଖିଛନ୍ତି। ଉପଅଧିନାୟକ ଅଜିଙ୍କ୍ୟ ରାହାନେ ଉପରକୁ ଉଠି ୮ମ ସ୍ଥାନ ଅଧିକାର କରିଛନ୍ତି। କୋହଲିଙ୍କ ନିକଟରେ ସର୍ବାଧିକ ୯୧୮ ପଏଣ୍ଟ ରହିଛି। ଦ୍ୱିତୀୟ ସ୍ଥାନରେ ଥିବା ଷ୍ଟିଭ ସ୍ମିଥଙ୍କଠାରୁ କୋହଲି ୧୭ ପଏଣ୍ଟ ଆଗରେ ଅଛନ୍ତି। ଚେତେଶ୍ୱର ପୂଜାରା ୭୯୪ ପଏଣ୍ଟ ସହ ୬ଷ୍ଠ ସ୍ଥାନରେ ରହିଛନ୍ତି। ସେହିଭଳି ୭୫୯ ପଏଣ୍ଟ ସହ ରାହାନେ ଟପ୍‌ ୧୦ରେ ତୃତୀୟ ଭାରତୀୟ ଭାବେ ସ୍ଥାନ ପାଇଛନ୍ତି। ବୋଲରଙ୍କ ମଧ୍ୟରେ ଯଶପ୍ରୀତ ବୁମରା ଶ୍ରେଷ୍ଠ ର଼୍ୟାଙ୍କଧାରୀ ବୋଲର। ସେ (୭୯୪ ପଏଣ୍ଟ) ୬ଷ୍ଠ ସ୍ଥାନରେ ରହିଛନ୍ତି। ରବିଚନ୍ଦ୍ରନ ଅଶ୍ୱିନ ୮ମ ସ୍ଥାନରେ ରହିଥିବାବେଳେ ମହମ୍ମଦ ଶାମି ଟପ୍‌ ୧୦ରେ ସ୍ଥାନ ପାଇଛନ୍ତି। ୪୩୮ ପଏଣ୍ଟ ସହ ରବୀନ୍ଦ୍ର ଜାଡେଜା ଅଲରାଉଣ୍ଡରଙ୍କ ତାଲିକାରେ ୩ୟ ସ୍ଥାନରେ ରହିଛନ୍ତି। ଶ୍ରୀଲଙ୍କାର ଆଞ୍ଜେଲୋ ମାଥ୍ୟୁସ ଟପ୍‌ ୨୦ ବ୍ୟାଟ୍ସମ୍ୟାନଙ୍କ ତାଲିକାକୁ ଫେରିଛନ୍ତି।

Share