ଶୀତ ପାଇଁ ସ୍ବତନ୍ତ୍ର ଟ୍ରେନ

ଭୁବନେଶ୍ୱର,୩ା୧(ବ୍ୟୁରୋ): ଶୀତ ପାଇଁ ପୂର୍ବତଟ ରେଳପଥ ପକ୍ଷରୁ ବିଭିନ୍ନ ସ୍ଥାନକୁ ସ୍ବତନ୍ତ୍ର ଟ୍ରେନ ବ୍ୟବସ୍ଥା କରାଯାଇଛି। ନିୟମିତ ଟ୍ରେନରେ ମାତ୍ରାଧିକ ଭିଡ଼ ଓ ପର୍ଯ୍ୟଟକଙ୍କୁ ସୁହାଇବା ଭଳି ଜନପ୍ରିୟ ମାର୍ଗରେ ସ୍ବତନ୍ତ୍ର ଟ୍ରେନ ଚଳାଇବାକୁ ଯୋଜନା କରାଯାଇଛି। ହାଓଡ଼ା, କଲିକତା, ଶାଲିମାର, ସାନ୍ତ୍ରାଗାଛି, ବେଙ୍ଗାଲୁରୁ, ସିକନ୍ଦରାବାଦ, ଶ୍ରୀକାକୁଲମ, ତିରୁପତି, ଚେନ୍ନାଇ, ପଣ୍ଡିଚେରୀ, କୋଏମ୍ବାଟୁର, ବିଶାଖାପାଟଣା, ଆରକୁ ଦିଗକୁ ସ୍ବତନ୍ତ୍ର ଟ୍ରେନ୍‌ କରାଯାଇଛି। ୦୮୪୦୩-୦୮୪୦୪ ପୁରୀ-ସାନ୍ତ୍ରାଗାଛି ମାର୍ଚ୍ଚ ୨୮ ପର୍ଯ୍ୟନ୍ତ, ୦୮୦୩୭-୦୮୦୩୮ ଶାଲିମାର-ପୁରୀ-ସାନ୍ତ୍ରାଗାଛି ଜାନୁୟାରୀ ୧୮ ପର୍ଯ୍ୟନ୍ତ, ୦୩୧୦୧-୦୩୧୦୨ କୋଲକାତା-ପୁରୀ-କୋଲକାତା ଜାନୁୟାରୀ ୨୬ ପର୍ଯ୍ୟନ୍ତ ଚଳାଚଳ କରିବ। ସେହିପରି ବେଙ୍ଗାଲୁରୁ ଆଡ଼କୁ ୦୮୩୦୧-୦୮୩୦୨ ସମ୍ବଲପୁର-ବନ୍‌ସଓ୍ବାଡ଼ି ସ୍ପେଶାଲ ମାର୍ଚ୍ଚ ୨୫ ପର୍ଯ୍ୟନ୍ତ, ୦୮୬୩୫-୦୮୬୩୬ ହାଟିଆ-ବେଙ୍ଗାଲୁରୁ ସ୍ପେଶାଲ ଫେବୃୟାରୀ ୨୮ ପର୍ଯ୍ୟନ୍ତ, ସିକନ୍ଦରାବାଦ ଆଡକୁ ୦୮୪୦୭-୦୮୪୦୮ ଭୁବନେଶ୍ୱର-ସିକନ୍ଦରାବାଦ ସ୍ପେଶାଲ ମାର୍ଚ୍ଚ ୨୭ ପର୍ଯ୍ୟନ୍ତ, ୦୭୪୩୭-୦୭୪୩୮ କାଚେଗୁଡ଼ା-ଟାଟା ସ୍ପେଶାଲ ମାର୍ଚ୍ଚ ୩୦ ପର୍ଯ୍ୟନ୍ତ, ୦୭୧୪୭-୦୭୧୪୮ ଶ୍ରୀକାକୁଲମ-କାଚେଗୁଡ଼ା ସ୍ପେଶାଲ ଫେବୃୟାରୀ ୨୪ ପର୍ଯ୍ୟନ୍ତ ଓ ୦୮୫୦୧-୦୮୫୦୨ ବିଶାଖାପାଟଣା-ସିକନ୍ଦରାବାଦ ସ୍ପେଶାଲ ମାର୍ଚ୍ଚ ୩୧ ପର୍ଯ୍ୟନ୍ତ ଚଳାଚଳ କରିବ। ତିରୁପତିକୁ ୦୮୫୭୩-୦୮୫୭୪ ବିଶାଖାପାଟଣା-ତିରୁପତି ସ୍ପେଶାଲ ମାର୍ଚ୍ଚ ୩୦ ପର୍ଯ୍ୟନ୍ତ, ଚେନ୍ନାଇକୁ ୦୮୪୨୧-୦୮୪୨୨ ସାନ୍ତ୍ରାଗାଛି-ଚେନ୍ନାଇ ସ୍ପେଶାଲ ମାର୍ଚ୍ଚ ୨୮ ପର୍ଯ୍ୟନ୍ତ, ୦୬୦୧୦-୦୬୦୦୯ ସାନ୍ତ୍ରାଗାଛି-ପଣ୍ଡିଚେରୀ ଫେବୃୟାରୀ ୨୯ ପର୍ଯ୍ୟନ୍ତ, ୮୦୮୧୩-୮୦୮୧୪ ସାନ୍ତ୍ରାଗଛି-କୋଏମ୍ବାଟୁର ଫେବୃୟାରୀ ୨୮ ପର୍ଯ୍ୟନ୍ତ ଓ ବିଶାଖାପାଟଣାକୁ ୦୮୫୧୭-୦୮୫୧୮ ବିଶାଖାପାଟଣା-ଆରକୁ ସ୍ପେଶାଲ ଜାନୁୟାରୀ ୨୬ ପର୍ଯ୍ୟନ୍ତ ଚଳାଚଳ କରିବ। ଏହିସବୁ ଟ୍ରେନ ପାଇଁ ଯାତ୍ରୀମାନେ ଆଇଆର୍‌ସିଟି ଆପ୍‌ ଓ କାଉଣ୍ଟରରୁ ଟିକଟ କରିପାରିବେ।