ଶୀତରେ ବି ଲାଗିବେ ସୁନ୍ଦର

ଶୀତରେ ତ୍ୱଚା ଏବଂ କେଶ ରୁକ୍ଷ ହୋଇଯାଏ। ହେଲେ ଏଥିପାଇଁ ବ୍ୟସ୍ତ ନ ହୋଇ କେତୋଟି ଘରୋଇ ଉପାୟ ଆପଣେଇଲେ ତ୍ୱଚା ଓ କେଶ ସୁନ୍ଦର ତଥା ଆକର୍ଷଣୀୟ ଲାଗିବ। ଜାଣିରଖନ୍ତୁ ସେ ସମ୍ପର୍କରେ…

ଧୀରେ ଧୀରେ ଶୀତ ବଢ଼ିଲେ ଓଠ ଶୁଖିବା କିମ୍ବା କଳା ପଡିବା ସମସ୍ୟା ବଢିଯାଏ। କେବଳ ଭେସ୍‌ଲିନ୍‌ କିମ୍ବା ଲିପ୍‌ବାମ୍‌ ନ ଲଗାଇ ଲହୁଣୀ କିମ୍ବା କ୍ଷୀରରେ ସାମାନ୍ୟ କେଶର ମିଶାଇ ଓଠରେ ଘଷନ୍ତୁ ଦେଖିବେ ଓଠ ନରମ, ଚିକ୍କଣ ଏବଂ ଲାଲ୍‌ ରହିବ।
ଏଦିନେ ସାବୁନ୍‌ ଅଧିକ ଡ୍ରାଏ କରିଦିଏ॥ ତେଣୁ ଏହାକୁ ଯଥା ସମ୍ଭବ କମ୍‌ ବ୍ୟବହାର କରନ୍ତୁ। ଏଦିନେ ଲେମ୍ବୁ ରସ, ଅଳ୍ପ ହଳଦୀ ଓ ମହୁ ମିଶାଇ ମୁହଁରେ ଲଗାନ୍ତୁ ତ୍ୱଚା କୋମଳ ଏବଂ ଚିକ୍କଣ ଲାଗିବ।
ଦହିରେ ଅଳ୍ପ ମସୁର ଡାଲି ମିଶାଇ ରାତିସାରା ଛାଡିଦିଅନ୍ତୁ। ସକାଳେ ଏହାକୁ ବାଟି ଅଧ ଚାମଚ ହଳଦୀଗୁଣ୍ଡ, ଲହୁଣି କିମ୍ବା ଘିଅ ମିଶାଇ ପ୍ୟାକ୍‌ ପ୍ରସ୍ତୁତ କରନ୍ତୁ। ଏହାକୁ ମୁହଁରେ ପ୍ରତିଦିନ ଲଗାଇବା ଦ୍ୱାରା ତ୍ୱଚା ଚିକ୍କଣ ଏବଂ ସୁନ୍ଦର ରହିବ।
କମଳା ଚୋପାକୁ ଶୁଖାଇ ପାଉଡର ପ୍ରସ୍ତୁତ କରନ୍ତୁ। ଏଥିରେ ଅଳ୍ପ ନଡିଆ ତେଲ ଏବଂ କିଛି ବୁନ୍ଦା ଗୋଲାପ ଜଳ ମିଶାଇ ପ୍ୟାକ୍‌ ପ୍ରସ୍ତୁତ କରି ମୁହଁରେ ଲଗାଇବା ଦ୍ୱାରା ତ୍ୱଚା କୋମଳ ଓ ସୁନ୍ଦର ଲାଗିବ।
ଏଦିନେ ଥଣ୍ଡା ପବନ ବାଜି କେଶ ଡ୍ରାଏ ହୋଇ ଝଡ଼ିବା ସମସ୍ୟା ଉପୁଜେ। ଯାହାକୁ ଦୂର କରିବା ଲାଗି ପ୍ରତିଦିନ ନଡିଆ ତେଲ ମାଲିସ କରିବା ସବୁଠୁ ବେଷ୍ଟ ଉପାୟ।
ସେହିପରି ରୁପି ଏଦିନେ ଏକ ବଡ଼ ସମସ୍ୟା, ଯାହାକୁ ଦୂର କରିବା ଲାଗି କଦଳୀ ପେଷ୍ଟକୁ ପ୍ୟାକ୍‌ ଭାବେ ବ୍ୟବହାର କରନ୍ତୁ। ଏଥିରେ ପ୍ରଚୁର ପରିମାଣରେ ଭିଟାମିନ୍‌ ବି୬, ଏ, ସି, ଇ ସହିତ ଜିଙ୍କ, ପୋଟାସିଅମ୍‌ ଏବଂ ଆଇରନ୍‌ ଭଳି ମିନେରାଲ୍ସ ସହିତ ଆମିନୋଏସିଡ୍‌ ଏବଂ ଆଣ୍ଟି ଅକ୍ସିଡାଣ୍ଟ ରହିଛି, ଯାହାକି ମୁଣ୍ଡରେ ରୁପି ହେବାକୁ ଦିଏନାହିଁ। ବୁଟ ପେଷ୍ଟରେ ଭିଟାମିନ ବି୬ ଏବଂ ଜିଙ୍କ୍‌ ରହିଥିବାରୁ ରୁପି ଦୂର କରିବାର ଖୁବ୍‌ କାମରେ ଆସେ।