ଶୀତରେ ଫାଟିବନି ଓଠ

ଓଠର ତ୍ୱଚା କୋମଳ ହୋଇଥିବାରୁ ଶୀତଦିନ ଆସିଲେ ଶୁଖିଯିବା ସହ ଫାଟିଥାଏ। ଯେଉଁଥିପାଇଁ ଆମେ ବିଭିନ୍ନ ପ୍ରକାର ଲିପ୍‌ବାମ୍‌ ଲଗାଇଥାଉ। ତଥାପି ବେଳେବେଳେ ଏଥିରୁ ଉପଶମ ମିଳି ନ ଥାଏ। ହେଲେ ଆପଣ ଚାହିଁଲେ କେତେକ ଘରୋଇ ଉପଚାର ଦ୍ୱାରା ଓଠକୁ ଶୀତରେ ଫାଟିବାରୁ ରକ୍ଷା କରିପାରିବେ…

କମଳା ଚୋପାକୁ ଶୁଖାଇ ଏହାକୁ ଗୁଣ୍ଡ କରନ୍ତୁ। ଏକ ଚାମଚ ଏହି ଗୁଣ୍ଡରେ ୧୦-୧୨ ବୁନ୍ଦା ବାଦାମ ତେଲ ଏବଂ ଅଳ୍ପ ଚିନି ମିଶାଇ ପେଷ୍ଟ ପ୍ରସ୍ତୁତ କରନ୍ତୁ। ଏହି ପେଷ୍ଟକୁ ନିଜ ଓଠରେ ଲଗାଇ କିଛି ସମୟ ପରେ ଧୋଇ ଦିଅନ୍ତୁ। ସପ୍ତାହରେ ୩-୪ ଥର ଏପରି କଲେ ଆପଣଙ୍କ ଓଠ ନରମ ହେବା ସହ ଫାଟିବ ନାହିଁ।
ଏକ ଚାମଚ ହଳଦୀରେ କିଛି କ୍ଷୀର ମିଶାଇ ପ୍ୟାକ୍‌ ପ୍ରସ୍ତୁତ କରନ୍ତୁ ।
ଏହି ପ୍ୟାକ୍‌କୁ ପ୍ରତିଦିନ ନିଜ ଓଠରେ ଲଗାନ୍ତୁ। କିଛିଦିନରେ ଆପଣଙ୍କ ଓଠ ଫାଟିବା କମ୍‌ ହେବା ସହ କୋମଳ ଅନୁଭବ କରିବେ।
ନଡିଆ ତେଲରେ ଏକ ଚାମଚ ମହୁ ମିଶାନ୍ତୁ। ପରେ ସେଥିରେ ଅଳ୍ପ ଚିନି ମିଶାଇ ପ୍ୟାକ ପ୍ରସ୍ତୁତ କରନ୍ତୁ। ଓଠରେ ୧୦ମିନିଟ ପଯର୍‌ୟନ୍ତ ଲଗାଇ ରଖି ଧୋଇ ଦିଅନ୍ତୁ। ଆପଣଙ୍କର ଓଠ ସୁନ୍ଦର ଦେଖାଯିବ। ଆପଣ ଚାହିଁଲେ କେବଳ ନଡ଼ିଆତେଲ ମଧ୍ୟ ଓଠରେ ଲଗାଇ ପାରିବେ।
ଶୀତଦିନେ ଓଠ ଫାଟିବା ସମସ୍ୟା ପାଇଁ ଶରୀରର ଜଳୀୟାଂଶ କମିବା ଏକ ପ୍ରମୁଖ କାରଣ। ତେଣୁ ଏପରି ନ ହେବା ଲାଗି ନିୟମିତ ଅତି କମ୍‌ରେ ୮ଗ୍ଲାସ ପାଣି ପିଅନ୍ତୁ। ମନେରଖନ୍ତୁ ଓଠ ନରମ ଡ୍ରାଏ ଲାଗୁଛି ଭାବି ଜିଭରେ ବାରମ୍ବାର ଚାଟନ୍ତୁ ନାହିଁ। ଏହାଦ୍ୱାରା ଓଠ ଅଧିକ ଫାଟିଥାଏ।
କୌଣସି କେମିକାଲ୍‌ଯୁକ୍ତ ଲିପ୍‌ କେୟାର ପ୍ରଡକ୍ଟ ବା ଲିପବାମ୍‌ ବ୍ୟବହାର କରନ୍ତୁ ନାହିଁ। ଧୂମ୍ରପାନ କରିବାରୁ ଦୂରେଇ ରୁହନ୍ତୁ।
ରାତିରେ ଶୋଇବା ପୂର୍ବରୁ ଓଠରେ ଭେସ୍‌ଲିନ୍‌ କିମ୍ବା ଲିପବାମ ଲଗେଇବାକୁ ଭୁଲନ୍ତୁ ନାହିଁ।
ଶୋଇବା ପୂର୍ବରୁ ଓଠରେ ମହୁ ଲଗାଇ ଅଙ୍ଗୁଳି ଟିପ ସାହାଯ୍ୟରେ ଧୀରେ ଧୀରେ ଘଷନ୍ତୁ। ଏହା ମଶ୍ଚରାଇଜର ଭଳି କାମ କରିଥାଏ। ଏହା ଓଠକୁ କୋମଳ କରିବା ସହ ଶୁଷ୍କ ଓ କଳା ପଡ଼ିବାରୁ ରକ୍ଷା କରିଥାଏ।
୩ ଚାମଚ କ୍ଷୀରରେ ଲେମ୍ବୁରସ ୩ ଟୋପା ପକାନ୍ତୁ। ଏହି ମିଶ୍ରଣକୁ ଏକ ଘଣ୍ଟା ପାଇଁ ଫ୍ରିଜ୍‌ରେ ରଖନ୍ତୁ। ପରେ ଏହାକୁ ଓଠ ଏବଂ ଓଠ ଚାରିପାଖରେ ଭଲଭାବରେ ଲଗାନ୍ତୁ। ଆପଣ ଏହାକୁ ସପ୍ତାହକୁ ୩ ଦିନ କିମ୍ବା ପ୍ରତିଦିନ ବ୍ୟବହାର କରିପାରିବେ। କିଛିଦିନ ମଧ୍ୟରେ ଆପଣ ଏହାର ଫାଇଦା ଜାଣିପାରିବେ।