ଶୀତଦିନେ ମେକ୍‌ଅପ

ଶୀତଦିନେ ମେକଅପ୍‌ ହେବା ପୂର୍ବରୁ ସ୍କିନ୍‌କୁ ପୂରା ମଶ୍ଚରାଇଜ୍‌ କରିଦିଅନ୍ତୁ। ଏଥିପାଇଁ ମେକଅପ୍‌ ପୂର୍ବରୁ ନିଜ ସ୍କିନ୍‌କୁ ଭଲ କ୍ଲିଞ୍ଜିଂ ମିଲ୍‌କ ସାହାଯ୍ୟରେ ସଫା କରନ୍ତୁ।
-ନିଜ ତ୍ୱଚାକୁ ସର୍ବପ୍ରଥମେ କ୍ଲିଞ୍ଜିଂ ମିଲ୍‌କରେ ସଫା କରନ୍ତୁ। ଏହାପରେ ଫାଉଣ୍ଡେଶନ ଲଗାନ୍ତୁ। ଥଣ୍ଡାଦିନରେ କ୍ରିମ୍‌ବେସ୍‌ ଫାଉଣ୍ଡେଶନ ବ୍ୟବହାର କରନ୍ତୁ, ଏହା ସହ ଭଲ ଭାବେ ସ୍କିନ୍‌ରେ ମିଶାଇ ଦିଅନ୍ତୁ। ଫାଉଣ୍ଡେଶନ ସବୁବେଳେ ସ୍କିନ୍‌ ସହ ମିଶୁଥିବା ପରି ନିଅନ୍ତି। ବେସ ଓ କମ୍ପାକ୍ଟ ପାଉଡରକୁ ଭଲ ଭାବେ ବ୍ଲେଣ୍ଡ କରନ୍ତୁ।
-ଓଠ ଫାଟିବାକୁ ଦୂରେଇ ରଖିବାକୁ ହେଲେ ଲିପ୍‌ବାମ୍‌ ଲଗାନ୍ତୁ। ଯଦି ସମୟ ମିଳୁଛି ମଶ୍ଚରାଇଜିଂ ଲିପ୍‌ ଟ୍ରିଟ୍‌ମେଣ୍ଟ କରନ୍ତୁ।
-ଗୋଲ୍‌ଡ ଆଇ ମେକ୍‌ଅପ ଚୟନ କରନ୍ତୁ। ଆପଣଙ୍କ ଲେହେଙ୍ଗା ଯେକୌଣସି କଲରର ହୋଇଥାଉନା କାହିଁକି ରେଡ୍‌, ଗ୍ରୀନ୍‌ ଏହା ସହିତ ଆପଣଙ୍କ ଗୋଲ୍ଡ ଆଇ ମେକଅପ୍‌ ଗ୍ଲାମର୍ସ ଲୁକ୍‌ ଦେଇଥାଏ। ଆପଣ ହେଭି ଶାଢ଼ି ସହିତ ମଧ୍ୟ ଗୋଲ୍ଡ ଆଇ ମେକଅପ୍‌ କରିପାରିବେ।
-ଲାଲ୍‌ ଲିପ୍‌ଷ୍ଟିକ୍‌ ଲଗାଇବା ସମୟରେ ଆଖିର ମେକଅପ୍‌ ହାଲ୍‌କା ହିଁ ରଖିବେ। ବ୍ରାଉନ୍‌ ଆଇ ଲାଇନର, ଲାଇଟ୍‌ ବ୍ରାଉନ୍‌ ଶ୍ୟାଡୋ ଓ ବ୍ଲାକ୍‌ ମସ୍କରାର କମ୍ବିନେଶନ ଲାଲ୍‌ ଲିପ୍‌ଷ୍ଟିକ୍‌ ସହ ଭଲ ମାନିଥାଏ।