ଶୀତଦିନେ ପିଅନ୍ତୁ ଗୁଡ ମିଶ୍ରିତ କ୍ଷୀର

ଶୀତଦିନ ଆସିଲେ ଥଣ୍ଡା ସର୍ଦ୍ଦି ଏକ ସାଧାରଣ ସମସ୍ୟା ପାଲଟି ଯାଇଥାଏ। ହେଲେ ଘରୋଇ ଉପଚାର ମାଧ୍ୟମରେ ଆମେ ଏହାକୁ ସହଜରେ ଠିକ୍‌ କରିପାରିବା। ବିଶେଷ ଭାବେ ଯେଉଁମାନେ ନିୟମିତ କ୍ଷୀର ପିଉଛନ୍ତି ସେମାନେ ଏହାଦ୍ୱାରା ସହଜରେ ଛୋଟମୋଟ ଥଣ୍ଡା ସର୍ଦ୍ଦିକୁ ଦୂରେଇ ଦେଇ ପାରିବେ।
ଆଦା ମିଶା କ୍ଷୀର: ରାତିରେ ଶୋଇବା ପୂର୍ବରୁ ଏକ ଗ୍ଲାସ କ୍ଷୀରରେ ଅଳ୍ପ ଅଦାଛେଚା ପକାଇ ଫୁଟାଇ ନେବା। ଏହାକୁ ଉଷୁମ ଅବସ୍ଥାରେ ପିଇଲେ ଶରୀରରୁ ଥଣ୍ଡା ସର୍ଦ୍ଦି ସହଜରେ ଦୂରେଇ ଯିବ।
ଗୁଡ-କ୍ଷୀର: ଗୋଟିଏ ଗ୍ଲାସ କ୍ଷୀରରେ ଅଳ୍ପ ଗୁଡ ମିଶାଇ ଏହାକୁ ଫୁଟାଇ ଦେବା। ନିୟମିତ ଏହାକୁ ଶୋଇବାକୁ ଯିବା ପୂର୍ବରୁ ପିଇଲେ ଏହା ସ୍ବାସ୍ଥ୍ୟ ପାଇଁ ଲାଭକର।
ହଳଦୀ-କ୍ଷୀର: ଅନେକଙ୍କୁ ହଳଦୀ ମିଶ୍ରିତ କ୍ଷୀର ବିଷୟରେ ନିଶ୍ଚିତ ଭାବେ ଜଣାଥିବ। ଏହି କ୍ଷୀରକୁ ସାମାନ୍ୟ ଉଷୁମ ଅବସ୍ଥାରେ ପିଇଲେ ଶୀତଦିନେ ହେଉଥିବା ସର୍ଦ୍ଦିରୁ ସହଜରେ ମୁକ୍ତି ମିଳିଥାଏ।
ବାଦାମ-କ୍ଷୀର: ଶୀତଦିନେ ବାଦାମ ଖାଇବାକୁ ସମସ୍ତେ ପସନ୍ଦ କରିଥାଆନ୍ତି। ହେଲେ ଏହି ବାଦାମକୁ ଗୁଣ୍ଡ କରି ଯଦି କ୍ଷୀରରେ ମିଶାଇ ଦିନକୁ ୨ଥର ପିଇବା ଅଭ୍ୟାସ କରାଯାଏ ତେବେ ଏହା ଶରୀରକୁ ସୁସ୍ଥ ରଖିଥାଏ।