ଶୀତଦିନେ କେଶର ଯତ୍ନ

ଶୀତଦିନରେ ଶରୀର ସହିତ ନିଜର କେଶର ଯତ୍ନ ନେବା ମଧ୍ୟ ଜରୁରୀ। ସାଧାରଣତଃ ଶୀତଦିନରେ କେଶରେ ଅଧିକ ରୁକ୍ଷତା ଦେଖିବାକୁ ମିଳେ। ତେବେ ଏହି ସମୟରେ କେଶର ଉପଯୁକ୍ତ ଯତ୍ନ ନେବା ଆବଶ୍ୟକ। ସେଥିପାଇଁ ନିମ୍ନୋକ୍ତ
ଟିପ୍ସକୁ ଆପଣେଇ ପାରନ୍ତି….

ତ୍ୱଚା ପରି କେଶକୁ ମଧ୍ୟ ପୋଷଣ ଆବଶ୍ୟକତା ରହିଛି। ଏକ ଭଲ ସ୍କାଲ୍ପ ରହିବା ଦ୍ୱାରା କେଶ ଭଲଭାବେ ବଢ଼ିଥାଏ। ଶୀତଦିନରେ ହେଉଥିବା ପବନ କେଶକୁ ଡ୍ରାଏ କରିଥାଏ। ଫଳରେ ଏହାଦ୍ୱାରା କେଶ ଭଲଭାବେ ବଢ଼ିପାରି ନ ଥାଏ।
କେଶ କୁଣ୍ଡାଇବା ସମୟରେ ଯେଉଁ ହେୟାର ବ୍ରଶ ବ୍ୟବହାର କରୁଛନ୍ତି ତାହା ପ୍ଲାଷ୍ଟିକ୍‌ ହୋଇଥିବା ଆବଶ୍ୟକ। ସବୁବେଳେ କେଶ ଧୋଇବା ସମୟରେ ନଖ ଉଷୁମ ପାଣି ବ୍ୟବହାର କରନ୍ତୁ।
ଶୀତଦିନରେ ଥଣ୍ଡା ପବନ କାରଣରୁ କେଶମୂଳ କୁଣ୍ଡାଇ ହୁଏ। ବାୟୁମଣ୍ଡଳରେ ଆର୍ଦ୍ରତା ଯୋଗୁ ଆପଣଙ୍କ ସ୍କାଲ୍ପ ଶୁଖିଯାଏ। କେଶରେ ଯେଉଁ ତେଲ ଲଗାଉଛନ୍ତି ସେଥିରେ ଲେମ୍ବୁ ରସ ମିଶାଇ ତାକୁ ମୁଣ୍ଡର ପ୍ରତିଟି ଶିରାରେ ମାଲିସ୍‌ କରନ୍ତୁ। ଏହା ପରେ ଏହାକୁ ଏକଘଣ୍ଟା ପାଇଁ ଛାଡି ଦିଅନ୍ତୁ ଏବଂ ପରେ ଏହାକୁ ନଖ ଉଷୁମ ପାଣିରେ ଧୋଇ ଦିଅନ୍ତୁ।
ଶୀତଦିନରେ କେଶ ରୁକ୍ଷ ହେବା ସାଧାରଣ କଥା। ଏହି ଦିନରେ କେଶ ନିଜର ଚମକ ହରାଇଥାଏ ଓ କେଶର ରଙ୍ଗ କମ୍‌ ଦେଖିବାକୁ ମିଳେ। ଯାହାଦ୍ୱାରା ଆପଣଙ୍କ କେଶରେ ଜୀବନ ନ ଥିଲା ଭଳି ଲାଗିଥାଏ। କେଶକୁ ଭଲଭାବେ କୁଣ୍ଡାଇ ଜଟା ଛଡାଇ ପାରିବେ। ଏହାପରେ କେଶରେ ମହୁ ଲଗାନ୍ତୁ। ମହୁ ଲଗାଇବା ପରେ ମୁଣ୍ଡକୁ ଏକ ଟାଓ୍ବେଲରେ ମୁଣ୍ଡକୁ ଅଧଘଣ୍ଟା ପର୍ଯ୍ୟନ୍ତ କଭର କରି ରଖନ୍ତୁ। ଏହାପରେ କେଶକୁ ନଖ ଉଷୁମ ପାଣିରେ ଧୋଇ ଦିଅନ୍ତୁ। ଏପରି କରିବା ଦ୍ୱାରା କେଶରେ ଚମକ ଆସିବ।
ଶୀତଦିନରେ ଝଡିବାକୁ ଲାଗେ। ଏହାକୁ କମାଇବାକୁ ହେଲେ କେଶରେ ତେଲ ଲଗାନ୍ତୁ। ଧ୍ୟାନ ରଖନ୍ତୁ ଆପଣ ଯେଉଁ ତେଲ ଲଗାଉଛନ୍ତି ତାହା ତେଲିଆ ହୋଇ ନ ଥିବ। କଣ୍ଡିଶନର ସହିତ ମିଶାଇ ଆପଣ ଏହାକୁ କଣ୍ଡିଶନିଂ ପରି ଲଗାଇ ପାରିବେ।
ଶୀତଦିନରେ କେଶ ଶୁଖାଇବାକୁ ଅଧିକ ସମୟ ଲାଗିଥାଏ। ଆପଣ ଦେଖିଥିବେ ସକାଳେ ଧୋଇଥିବା କେଶ ଶୁଖି ନ ଥାଏ। ଯେଉଁ କାରଣରୁ ଆପଣ ଅଧିକ ଚିନ୍ତିତ ରହିଥାନ୍ତି। ଏମିତି ହେବା ଦ୍ୱାରା କେଶ ସମ୍ବନ୍ଧିତ କେତେକ ସମସ୍ୟା ଦେଖିବାକୁ ମିଳେ। ଯେମିତିକି ରୁପି,ଉକୁଣି,କେଶ ଝଡ଼ିବା । କେଶକୁ ଶୁଖାଇବା ଲାଗି ବ୍ଲୋଓର ବ୍ୟବହାର କରନ୍ତୁ। ଯଦିି ଆପଣଙ୍କ ପାଖରେ ହେୟାର ବ୍ଲୋଓର ନାହିଁ ତେବେ ଏହାକୁ ପ୍ରାକୃତିକ ଉପରେ ଶୁଖାଇ ପାରିବେ।

 

 

 

 


Enter your email to get our daily news in your inbox.

All Right Reserved By Dharitri.Com

IPL 2026: ଚେପକ୍‌ରେ ପଞ୍ଜାବ କିଙ୍ଗସର ଐତିହାସିକ ବିଜୟ; ଚେନ୍ନାଇକୁ ୫ ୱିକେଟରେ ହରାଇ ରଚିଲା ଇତିହାସ

ଚେନ୍ନାଇ,୩/୪ : ଆଇପିଏଲ୍ ୨୦୨୬ର ସପ୍ତମ ମ୍ୟାଚ୍‌ରେ ପଞ୍ଜାବ କିଙ୍ଗସ ଏକ ଚମତ୍କାର ପ୍ରଦର୍ଶନ କରି ଚେନ୍ନାଇ ସୁପର କିଙ୍ଗସକୁ ତା’ର ଘରୋଇ ଗ୍ରାଉଣ୍ଡ୍ ଏମ୍.ଏ. ଚିଦାମ୍ବରମ୍…

ଇଣ୍ଡକ୍ସନରେ ରୋଷେଇ କରୁଛନ୍ତି କି? ଭୁଲରେ ବି କରନ୍ତୁ ନାହିଁ ଏହି ୫ ଜିନିଷ ରୋଷେଇ, ନଚେତ…

ନୂଆଦିଲ୍ଲୀ,୩।୪: ମଧ୍ୟପ୍ରାଚ୍ୟରେ ଜାରି ରହିଥିବା ଯୁଦ୍ଧ ପରିସ୍ଥିତିର ପ୍ରଭାବ ଏବେ ଭାରତୀୟ ରୋଷେଇ ଘର ପର୍ଯ୍ୟନ୍ତ ପହଞ୍ଚିଛି। ତୈଳ ଏବଂ ଗ୍ୟାସ ଯୋଗାଣ ବାଧାପ୍ରାପ୍ତ ହେବା ଯୋଗୁଁ…

କୁଆପଥର ବର୍ଷା: ଗଛ ଉପୁଡ଼ିବା ସହ ଉଡ଼ିଲା ଛପର

ନନ୍ଦପୁର,୩ା୪(ତୁଷାର କାନ୍ତ ମହାନ୍ତି)-କୋରାପୁଟ ଜିଲା ନନ୍ଦପୁର ବ୍ଲକ ଅଞ୍ଚଳରେ କୁଆପଥର ବର୍ଷା ପବନ ପ୍ରଭାବରେ ମାଳିବେଲଗାଁ ପଞ୍ଚାୟତ ରାସ୍ତାରେ ୨ଗଛ ଉପୁଡ଼ି ପଡ଼ିଥିବାରୁ ଯାତାୟାତ ବାଧାପ୍ରାପ୍ତ ହୋଇଛି।…

ରିଲ୍ସ ପାଇଁ ବନ୍ଧୁକ ଧରି ଯୁବକଙ୍କ ଫାଙ୍କା ଗୁଳିଚାଳନା ଭିଡିଓ ଭାଇରାଲ, ଏସ୍‌ପି କହିଲେ ତଦନ୍ତ ଚାଲିଛି

ପୁରୀ,୩ା୪(ଅଜିତ୍‌ କୁମାର ମହାନ୍ତି): ରିଲ୍ସ ପାଇଁ ଜଣେ ଯୁବକ ବନ୍ଧୁକ ଧରି ଫାଙ୍କା ଗୁଳିଚାଳନା କରୁଥିବାର ଏକ ଭିଡିଓ ଶୁକ୍ରବାର ସୋସିଆଲ ମିଡିଆରେ ଦେଖିବାକୁ ମିଳିଛି। ଏହି…

ପୋଖରୀରେ ବୁଡ଼ିଲେ ଜଣଙ୍କ ପରେ ଜଣେ …

ଦିଗପହଣ୍ଡି,୩ା୪(ଅଶେଷ ନାଥ ମିଶ୍ର): ଗଞ୍ଜାମ ଜିଲା ଦିଗପହଣ୍ଡି ବ୍ଲକ କୁଶପଡ଼ା ଗ୍ରାମ ନିକଟସ୍ଥ ଏକ ପୋଖରୀରେ ଶୁକ୍ରବାର ୩ଜଣ ମହିଳା ବୁଡି ଯାଉଥିବା ବେଳେ ସେମାନଙ୍କୁ ଉଦ୍ଧାର…

ଛେଳି ଖାଇଲା ଟମାଟୋ ଗଛ: ମାଡ଼ ଖାଇଲେ ଦମ୍ପତି, ମାମଲା ଏବେ…

ଦିଗପହଣ୍ଡି,୩।୪(ଅଶେଷ ନାଥ ମିଶ୍ର): ଦିଗପହଣ୍ଡି ବ୍ଲକ ବାସୁଦେବପୁର ପଞ୍ଚାୟତ ବଜାପଲ୍ଲୀ ଗ୍ରାମ ନିକଟରେ ଜି.ଦୁର୍ଯ୍ୟ ରେଡ୍ଡୀଙ୍କ ଜମିରେ ଲାଗିଥିବା ଟମାଟୋ ଗଛ ଗୁଡ଼ିକୁ ଶୁକ୍ରବାର ମଧ୍ୟାହ୍ନରେ କିଛି…

ଆଦେଶ ପାଳନ କଲେ ଜିଲାପାଳ, ପିଛିଲା ତାରିଖ ପକାଇ ୨୧ ଦିନ ପରେ ଅର୍ଡର ପ୍ରେରଣ

କେନ୍ଦୁଝର/ହାଟଡିହୀ,୩l୪(ନରେଶ ଚନ୍ଦ୍ର ପଟ୍ଟନାୟକ/ଶୁଭକାନ୍ତ ନାୟକ):ଓଡ଼ିଶା ହାଇକୋର୍ଟଙ୍କ ନିର୍ଦ୍ଦେଶ ଧାର୍ଯ୍ୟ ସମୟରେ ପାଳନ ନ କରିବା ଫଳରେ ଅଦାଲତ ଅବମାନନା ମାମଲା ଦାୟର ହେବା ଏବଂ ଏ ନେଇ…

ନମ୍ବର ସେଭ୍‌ ନ କରି କରିପାରିବେ WhatsAppରେ ଚାଟ୍‌, ଅନେକେ ଜାଣନ୍ତି ନାହିଁ ଏହି ସିକ୍ରେଟ୍‌…

ନୂଆଦିଲ୍ଲୀ,୩।୪: ସାଧାରଣତଃ ହାଟ୍ସଆପରେ କାହା ସହିତ କଥା ହେବାକୁ ହେଲେ ଆମକୁ ପ୍ରଥମେ ସେହି ବ୍ୟକ୍ତିଙ୍କ ନମ୍ବର ନିଜ ଫୋନରେ ସେଭ କରିବାକୁ ପଡ଼ିଥାଏ। କିନ୍ତୁ ଅନେକ…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri