ଶୀତଦିନେ କମଳା ବେଶ୍‌ ସ୍ବାସ୍ଥ୍ୟପ୍ରଦ

ଶୀତଦିନେ ସ୍ବାସ୍ଥ୍ୟ ପାଇଁ କମଳା ବେଶ୍‌ ଲାଭଦାୟକ ହୋଇଥାଏ। କାରଣ ଏଥିରେ ପର୍ଯ୍ୟାପ୍ତ ପରିମାଣର ଭିଟାମିନ-ସି ରହିଥାଏ। ଏହା ଖାଇବା ପାଇଁ ଯେତିକି ସ୍ବାଦିଷ୍ଟ ସ୍ବାସ୍ଥ୍ୟ ଲାଗି ସେତିକି ହିତକାରକ। ଏହାକୁ ଖାଇବା ଦ୍ୱାରା କର୍କଟଠାରୁ ମଧୁମେୟ ପର୍ଯ୍ୟନ୍ତ ବିଭିନ୍ନ ରୋଗଜନିତ ସମସ୍ୟା ଦୂର ହୋଇଥାଏ। ଆସନ୍ତୁ ଜାଣିବା ଏହାର ଅନ୍ୟ ଉପକାରୀ ଗୁଣ ବିଷୟରେ।
*କମଳାରେ ପ୍ରଚୁର ଫାଇବର ରହିଥାଏ। ଏହାକୁ ଖାଇବା ଦ୍ୱାରା କୋଲେଷ୍ଟରଲ ସ୍ତର ଠିକ୍‌ ରହିଥାଏ। ଫଳରେ ହୃଦୟଜନିତ ସମସ୍ୟା ଦୂର ହୋଇଥାଏ।
* ଯେଉଁମାନଙ୍କର ଉଚ୍ଚ ରକ୍ତଚାପ ସମସ୍ୟା ରହିଛି ସେମାନେ ନିୟମିତ ଭାବେ କମଳା ଖାଇବା ଉଚିତ। କାରଣ ଏଥିରେ ପୋଟାସିୟମ୍‌ ଓ ମାଗ୍ନେସିୟମ୍‌ ରହିଥାଏ, ଯାହା ରକ୍ତଚାପକୁ ନିୟନ୍ତ୍ରଣରେ ରଖିଥାଏ।
*କମଳାରେ ଭିଟାମିନ-ସି ରହିଛି, ଯାହା ଏକ ଶକ୍ତିଶାଳୀ ଆଣ୍ଟିଅକ୍ସିଡାଣ୍ଟ ଭାବେ କାର୍ଯ୍ୟ କରିଥାଏ। ଏହାକୁ ନିୟମିତ ଖାଇବା ଦ୍ୱାରା କର୍କଟ ଭଳି ମାରାତ୍ମକ ରୋଗରୁ ମଧ୍ୟ ରକ୍ଷା ମିଳିଥାଏ।
*ଏହାକୁ ଖାଇବା ଦ୍ୱାରା ଗ୍ୟାସ୍‌ଟିକ, ଏସିଡି ଭଳି ସମସ୍ୟାରୁ ମୁକ୍ତି ମିଳିବା ସହ ଖାଦ୍ୟ ଭଲ ହଜମ ହୋଇଥାଏ।
*କମଳା ଶରୀରରେ ରୋଗ ପ୍ରତିରୋଧକ କ୍ଷମତା ବଢ଼ାଇବା ସହ ଇମ୍ୟୁନି ସିଷ୍ଟମ୍‌କୁ ବୃଦ୍ଧି କରିଥାଏ। ଏହାକୁ ଖାଇବା ଦ୍ୱାରା ଥଣ୍ଡା, କାଶ ଓ ଭାଇରାଲ ସଂକ୍ରମଣରୁ ଉପଶମ ମିଳିଥାଏ।
* କମଳା ଜୁସ ପିଇବା ଦ୍ୱାରା ଶାରୀରିକ, ମାନସିକ ଅବସାଦ ଦୂର ହେବା ସହ ଫୂର୍ତ୍ତି ଅନୁଭବ ହୋଇଥାଏ।
* କମଳା କେବଳ ସ୍ବାସ୍ଥ୍ୟ ପାଇଁ ନୁହେଁ ବରଂ ମୁହଁ ଲାଗି ମଧ୍ୟ ଲାଭଦାୟକ। ଏହା ସୌନ୍ଦର୍ଯ୍ୟ ବୃଦ୍ଧି କରିବା ସହ ମୁହଁରେ ଉଜ୍ଜ୍ୱଳତା ଆଣିଥାଏ। ଏଥିରେ ଥିବା ଆଣ୍ଟିଅକ୍ସିଣ୍ଡାଣ୍ଟ ମୁହଁର ସମସ୍ତ ଦାଗକୁ ଦୂର କରିବା ସହ ଉଜ୍ଜ୍ୱଳ କରିଥାଏ। *ଏହାକୁ ଖାଇବା ସହ ଏହାର ଚୋପାକୁ ଶୁଖାଇ ଗୁଣ୍ଡରେ ଏକ ମିଶ୍ରଣ ତିଆରି କରି ମୁହଁରେ ଲଗାଇପାରିବେ।


Enter your email to get our daily news in your inbox.

All Right Reserved By Dharitri.Com

ଶରୀର ପାଇଁ ଉପକାରୀ ଜିରା: ଏମିତି କରନ୍ତୁ ସେବନ

ଆମେ ସାଧାରଣତଃ ଅଧିକାଂଶ ଖାଦ୍ୟ ପ୍ରସ୍ତୁତ କରିବା ବେଳେ ଜିରା ବ୍ୟବହାର କରିଥାଉ। ଏହାର ସୁଗନ୍ଧ କେବଳ ଭଲ ନୁହେଁ ବରଂ ଏଥିରେ ଭରି ରହିଥିବା...

କେମିତି ହେବେ ଆଦର୍ଶ ଅଭିଭାବକ: ଜାଣନ୍ତୁ ଟିପ୍ସ

ପିଲାଙ୍କ ପ୍ରଥମ ଗୁରୁ ହେଉଛନ୍ତି ଅଭିଭାବକ। ସେମାନଙ୍କ ଉତ୍ତମ ଭବିଷ୍ୟତ ଗଢ଼ିବାରେ ଅଭିଭାବକଙ୍କର ହିଁ ଥାଏ ଗୁରୁତ୍ୱପୂର୍ଣ୍ଣ ଭୂମିକା। କାରଣ ପିଲାମାନେ ସର୍ବଦା ଅନୁକରଣ ପ୍ରିୟ।...

ଅତ୍ୟଧିକ ମିଠାଜାତୀୟ ଖାଦ୍ୟ ଖାଉଥିଲେ…

ମନଲୋଭା ଖାଦ୍ୟ ମଧ୍ୟରୁ ମିଠା ଅନ୍ୟତମ। ଏହାର ସ୍ବାଦ ହୁଏତ ମିଠା ହୋଇପାରେ, ହେଲେ ଏହାର ପରିମାଣ ଅଧିକ ହେଲେ ତାହା ଆମ ସ୍ମରଣ ଶକ୍ତିକୁ...

ଈଶ୍ୱର କଣିକାର ଆବିଷ୍କାରକ

ପଦାର୍ଥ ବିଜ୍ଞାନର ଏକ ଗୁରୁତ୍ୱପୂର୍ଣ୍ଣ ଆବିଷ୍କାର କରି ଖ୍ୟାତି ଲାଭ କରିଥିବା ପିଟର ହିଗ୍‌ସ ଚଳିତ ବର୍ଷ ଏପ୍ରିଲ ୮ ତାରିଖରେ ପରଲୋକ ଗମନ କରିଛନ୍ତି।...

ଥର୍ମୋମିଟର, ବାରୋମିଟର ଓ ଡାଲ୍‌ଟନ

କଡ଼େଇରେ ପାଣି ରଖି କଡ଼େଇ ତଳେ ନିଆଁ ଜାଳିଲେ ପାଣି ଗରମ ହୁଏ। କାରଣ ନିଆଁରୁ ବାହାରୁଥିବା ତାପ ଦ୍ୱାରା କଡ଼େଇ ଗରମ ହୁଏ। କଡ଼େଇ...

ଖରାଦିନେ ସ୍କିନ୍‌ ଆଲର୍ଜିର ଘରୋଇ ଚିକିତ୍ସା

ଖରାଦିନେ ଝାଳ ବୋହିବା ସହ କେତେକଙ୍କଠାରେ ବିଭିନ୍ନ ପ୍ରକାର ସ୍କିନ୍‌ ଆଲର୍ଜି ସମସ୍ୟା ଦେଖାଯାଇଥାଏ। କାହାର ଘିମିରି ବାହାରେ ତ କାହା ଶରୀରରେ ନାଲି ନାଲି...

ଘରେ ସୁଖସମୃଦ୍ଧି ବୃଦ୍ଧି ପାଇଁ ବାସ୍ତୁ ଉପାୟ, ଆପଣାଇଲେ…

ବାସ୍ତୁଶାସ୍ତ୍ର ଅନୁଯାୟୀ, ଏମିତି କିଛି ବିଶେଷ ଉପାୟ ରହିଛି; ଯାହାକୁ ଆପଣାଇଲେ ଘରେ ସୁଖସମୃଦ୍ଧି ବୃଦ୍ଧି ହେବା ସହ ସମ୍ପର୍କରେ ନିବିଡ଼ତା ଆସିଥାଏ। ତା’ସହିତ ଅନେକ...

ଇଲେକ୍ଟ୍ରିକ୍‌ ସମାଗ୍ରୀ ଚକ୍‌ଚକ୍‌ କରିବାକୁ ଚାହୁଁଥିଲେ…ଆପଣାନ୍ତୁ ଏହି ଉପାୟ

ଇଲେକ୍ଟ୍ରି ସାମଗ୍ରୀ ସଫା କରିବା ସମୟରେ କେତେକ ବିଷୟ ପ୍ରତି ସ୍ବତନ୍ତ୍ର ଭାବରେ ଦୃଷ୍ଟି ଦେବାକୁ ପଡ଼ିଥାଏ। ଏହି ସମୟରେ ନିମ୍ନଲିଖିତ ଟିପ୍ସ ଆପଣେଇ ପାରନ୍ତି…...

Advertisement

ଧରିତ୍ରୀ କାର୍ଟୁନ

Archives
Model This Week

ପିଲାଙ୍କ ଧରିତ୍ରୀ

Why Dharitri