Categories: Uncategorized

ଶୀତଦିନେ ଏସବୁ ଖାଇଲେ ନିୟନ୍ତ୍ରଣ ହୁଏ ମଧୁମେହ

ମଧୁମେହ ରୋଗୀଙ୍କ ସଂଖ୍ୟା ଦିନକୁ ଦିନ ବଢ଼ିବାରେ ଲାଗିଛି। ଏହାକୁ ନିୟନ୍ତ୍ରଣ କରିବା ପାଇଁ ରୋଗୀକୁ ଅନେକ କିଛି କରିବାକୁ ପଡ଼ିଥାଏ। କେତେବେଳେ ଖାଦ୍ୟପେୟରେ କଟକଣା ତ କେତେବେଳେ ଇନ୍‌ସୁଲିନ ନେବାକୁ ପଡ଼ିଥାଏ। ତେବେ ଶୀତଦିନେ ଏପରି କିଛି ଜିନିଷ ମିଳିଥାଏ ଯାହାକୁ ମଧୁମେହ ରୋଗୀ ଖାଇବା ଜରୁରୀ। ଅନ୍ୟପକ୍ଷେ ଏହିସବୁ ମଧୁମେହକୁ ନିୟନ୍ତ୍ରଣ କରିଥାଏ। ତେବେ ଜାଣନ୍ତୁ ସେ ସବୁ ବିଷୟରେ…

ଗାଜର: ଶୀତଦିନେ ଗାଜର ଅଧିକ ପରିମାଣରେ ମିଳିଥାଏ। ଏହି ଦିନଗୁଡିକରେ ଗାଜର ଜୁସ ଓ ଗାଜରରେ ପ୍ରସ୍ତୁତ ହାଲଓ୍ବା(ବିନା ଚିନି) ମଧୁମେହ ରୋଗୀ ଖାଇବା ଫଳରେ ଏହା ରକ୍ତରେ ସୁଗାର ମାତ୍ରା କମ କରାଇଥାଏ।

ଡାଲଚିନି: ଏହା ପାଚନତନ୍ତ୍ରକୁ ଶକ୍ତ କରିବା ସହ ରକ୍ତରେ ଶର୍କରା ମାତ୍ରାକୁ ମଧ୍ୟ କମାଇଥାଏ।

ପିଜୁଳି: ପ୍ରାୟ ସବୁ ମାସରେ ଏହା ବଜାରରେ ମିଳୁଥିବା ବେଳେ ଲୋକେ ଏହାକୁ ଶୀତଦିନେ ଅଧିକ ଖାଇବାକୁ ପସନ୍ଦ କରିଥାନ୍ତି। ଏହା ମଧୁମେହ ନିୟନ୍ତ୍ରଣ କରିଥାଏ।