ଶୀତଦିନରେ ବୁଟ୍ସ ଦେବ ଷ୍ଟାଇଲିଶ୍‌ ଲୁକ୍‌

ଶୀତଦିନରେ ନିଜକୁ ଷ୍ଟାଇଲିଶ୍‌ ଦେଖାଇବାକୁ ହେଲେ ଅନେକ ଉପାୟ ରହିଛି । ଏହି ସିଜିନ୍‌ରେ ନିଜ ଲୁକ୍‌କୁ ଷ୍ଟାଇଲିଶ୍‌ କରିବାକୁ ହେଲେ ବୁଟ୍ସ ଭଲ ଅପ୍‌ସନ୍‌ । ଆପଣ ଦେଖିଥିବେ ଅନ୍‌ଲାଇନ୍‌ ହେଉ କି ଅଫ୍‌ଲାଇନ୍‌ ସବୁ ଜାଗାରେ ବୁଟ୍ସ ନଜର ଆସିଥାଏ। ଓ୍ବିଣ୍ଟରରେ ବୁଟ୍ସକୁ ଆପଣ ଜିନ୍ସ, ଟ୍ରାଉଜର୍ସ, ପ୍ୟାଣ୍ଟ୍ସ, ଲେଗିଙ୍ଗ କିମ୍ବା ଡ୍ରେସ କୌଣସି ବି ଆଉଟ୍‌ଫିଟ୍‌ ସହିତ ପିନ୍ଧିପାରିବେ। ଏଠାରେ ଆପଣଙ୍କୁ ଡ୍ରେସ୍‌ ସହିତ ପିନ୍ଧାଯାଉଥିବା ବୁଟ୍ସ ଏବଂ ତାକୁ କେଉଁ ପ୍ରକାରେ ପିନ୍ଧିବେ ତା’ର ଉପାୟ ଆମେ ଦେଉଛୁ ଜାଣନ୍ତୁ ସେ ସମ୍ପର୍କରେ…
ବିଭିନ୍ନ ପ୍ରକାର ବୁଟ୍ସ
ଆଜିକାଲି ମାର୍କେଟ୍‌ରେ ଅନେକ ଡିଜାଇନ୍‌ର ବୁଟ୍ସ ମିଳୁଛି। ଯେମିତି କି ବୁଟିଜ୍‌, ଆଙ୍କଲ ଲେଙ୍ଗନ୍ଥ, ମିଡ୍‌ କଫ ଲେଙ୍ଗନ୍ଥ, ବୁଟ୍ସ ନୀ ଲେଙ୍ଗନ୍ଥ ଓ ଓଭର ନି ଲେଙ୍ଗନ୍ଥ ବୁଟ୍ସକୁ ଥାଇ ହାଇ ବୁଟ୍ସ ବି କୁହାଯାଇଥାଏ। ଏହା ଆଣ୍ଠୁଠୁ ଟିକେ ଉପରକୁ ହୋଇଥାଏ।
ବୁଟ୍ସକୁ ଡ୍ରେସ ସହିତ ପିନ୍ଧିବାର
ଷ୍ଟାଇଲିଶ୍‌ ଉପାୟ
ନି ଲେଙ୍ଗନ୍ଥ ଫ୍ଲୋରାଲ ଡ୍ରେସ ସହିତ ହାଇ ଲେନ୍ଥ ବୁଟ୍ସକୁ ଆପଣ ଅଫିସ୍‌ କିମ୍ବା କକ୍‌ଟେଲ୍‌ ପାର୍ଟିରେ ପିନ୍ଧିପାରିବେ। ଡ୍ରେସ ଓ ବୁଟ୍ସ ସହିତ ବେକରେ ଲଙ୍ଗ ଚେନ୍‌ ନେକଲେସ୍‌, ହାତରେ ବ୍ରେସଲେଟ୍‌ ଓ ଘଣ୍ଟା କ୍ୟାରି କରିପାରିବେ। ଏହି ଲୁକ୍‌କୁ ଆପଣ କଲେଜ୍‌ କିମ୍ବା ଆଉଟିଂରେ ଟ୍ରାଏ କରିପାରିବେ। ଲାଇଟ୍‌ କଲରର ଶର୍ଟ ଡ୍ରେସ, ବ୍ରାଉନ୍‌ ବୁଟ୍ସ ସହିତ ମ୍ୟାଚ୍‌ କଲାଭଳି ଆସେସରିଜ୍‌ ସହ ସ୍ଲିଙ୍ଗ ବ୍ୟାଗ୍‌ ଆପଣଙ୍କୁ ଷ୍ଟାଇଲିଶ୍‌ ଲୁକ୍‌ ଦେଇଥାଏ।
ବୁଟ୍ସ ଚୟନ କରିବା ସମୟରେ..
ଯଦି ଆପଣ ବୁଟ୍ସକୁ ପ୍ରଥମଥର ଚୟନ କରୁଛନ୍ତି ତେବେ ଅନ୍‌ଲାଇନ୍‌ କିଣିବାକୁ ଆଭଏଡ୍‌ କରନ୍ତୁ। ସବୁବେଳେ ଦୋକାନରୁ ବୁଟ୍ସ କିଣନ୍ତୁ। ଯଦି ଆପଣ ବ୍ରାଣ୍ଡ ଓ ସାଇଜ୍‌କୁ ନେଇ ସିଓର ଥାନ୍ତି ତେବେ ଅନ୍‌ଲାଇନ୍‌ରେ ବି ଏହାକୁ କିଣିପାରିବେ। ବୁଟ୍ସ କିଣିବା ସମୟରେ ଏହାକୁ ଦୁଇଟି ପାଦରେ ସକ୍ସ ପିନ୍ଧି ଟ୍ରାଏ କରନ୍ତୁ। ଏହାଦ୍ୱାରା ଆପଣଙ୍କୁ ବୁଟ୍‌ର ପରଫେକ୍ଟ ସାଇଜ୍‌ ମିଳିଯିବ। ବୁଟ୍ସକୁ ଯେତେବେଳେ ଟ୍ରାଏ କରୁଛନ୍ତି ତାକୁ ପିନ୍ଧି କିଛି ବାଟ ଚାଲନ୍ତୁ। କେବେ କେବେ ବୁଟ୍ସକୁ କେବଳ ଟ୍ରାଏ କଲେ ଏହା ଆରାମ ଦାୟକ କି ନୁହେଁ ଜଣା ପଡି ନ ଥାଏ।