ଶିଶୁ କଲ୍ୟାଣ ଅନୁଷ୍ଠାନକୁ ଆର୍ଥିକ ସହାୟତା

ଭୁବନେଶ୍ୱର,୩୦।୧୦(ବ୍ୟୁରୋ): ବିଭିନ୍ନ ଜିଲାର ଶିଶୁ କଲ୍ୟାଣ ଅନୁଷ୍ଠାନଗୁଡ଼ିକର ସର୍ବାଙ୍ଗୀନ ଉନ୍ନତି ପାଇଁ ବୁଧବାର ଆର୍ଥିକ ସହାୟତା ଘୋଷଣା କରାଯାଇଛି। ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ସମସ୍ତ ୩୦ ଜିଲାର ଶିଶୁ କଲ୍ୟାଣ ପ୍ରତିଷ୍ଠାନରେ ରହୁଥିବା ପିଲାମାନଙ୍କ ପାଇଁ ରେଡକ୍ରସ ଜରିଆରେ ୧୦ ଲକ୍ଷ ଟଙ୍କା ଲେଖାଏ ସହାୟତା ଘୋଷଣା କରିଛନ୍ତି। ସେହିପରି ୬ଟି ଜିଲାର ଆବଶ୍ୟକତାକୁ ଦୃଷ୍ଟିରେ ରଖି ଅତିରିକ୍ତ ୧୦ ଲକ୍ଷ ଟଙ୍କାର ସହାୟତା ପ୍ରଦାନ କରାଯିବା ନେଇ ନିଷ୍ପତ୍ତି ହୋଇଛି। ଏହି ଜିଲାଗୁଡିକ ହେଉଛି- ଗଞ୍ଜାମ, ମୟୂରଭଞ୍ଜ, ବାଲେଶ୍ୱର, ସୁନ୍ଦରଗଡ, କେନ୍ଦୁଝର ଓ ସମ୍ବଲପୁର। ଏହି ସହାୟତା ରାଶି ମୁଖ୍ୟମନ୍ତ୍ରୀଙ୍କ ରିଲିଫ୍‌ ପାଣ୍ଠିରୁ ପ୍ରଦାନ କରାଯିବ ବୋଲି ଜଣାପଡିଛି।