ଶିଶୁ ଓ ମହିଳାଙ୍କ ସୁରକ୍ଷାକୁ ନେଇ ଜାତୀୟ କର୍ମଶାଳା: ‘ପରୀ ପାଇଁ କଥାଟିଏ’ ସମାଜରେ ନୂଆ ଜାଗରଣ ସୃଷ୍ଟି କରିଛି

ଭୁବନେଶ୍ୱର, ୪ା୮(ବ୍ୟୁରୋ): ‘ପରୀ ପାଇଁ କଥାଟିଏ’ କାର୍ଯ୍ୟକ୍ରମ ସମାଜରେ ନୂଆ ଜାଗରଣ ସୃଷ୍ଟି କରିଛି। ନାବାଳିକାଙ୍କୁ ଉଦ୍ଧାର କରାଯାଇ ଠିକଣା ସ୍ଥାନରେ ପହଁଞ୍ଚାଇ ପାରିଛି ପୋଲିସ। ଏହି ଅଭିଯାନରେ ରାଜ୍ୟ ପୋଲିସ ଏକ ଗୁରୁଦାୟିତ୍ୱ ବହନ କରିଛି। ପୋଲିସ ନାଗରିକଙ୍କୁ ସମସ୍ତ ପ୍ରକାର ସୁରକ୍ଷା ଯୋଗାଇଦେବ ବୋଲି ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ମତବ୍ୟକ୍ତ କରିଛନ୍ତି। ୟୁନିସେଫ୍‌, ଇଣ୍ଡିଆନ ପୋଲିସ ଫାଉଣ୍ଡେଶନ ଓ ଓଡିଶା ପୋଲିସ ପକ୍ଷରୁ ଭୁବନେଶ୍ୱର ପୋଲିସ ଭବନରେ ଅନୁଷ୍ଠିତ ‘ଶିଶୁ ଓ ମହିଳାଙ୍କ ସୁରକ୍ଷା’ ଶୀର୍ଷକ ଜାତୀୟ କର୍ମଶାଳା ଅନୁଷ୍ଠିତ ହୋଇଥିଲା। ଏଥିରେ ମୁଖ୍ୟ ଅତିଥି ଭାବେ ଯୋଗଦେଇ ମୁଖ୍ୟମନ୍ତ୍ରୀ ପଟ୍ଟନାୟକ ମହିଳା ଓ ଶିଶୁଙ୍କ କ୍ଷେତ୍ରରେ ହେଉଥିବା ଅପରାଧର ତ୍ୱରିତ ତଥା ପ୍ରଭାବଶାଳୀ ତଦନ୍ତ କରି ଅଭିଯୁକ୍ତଙ୍କୁ ଶତ ପ୍ରତିଶତ ଦଣ୍ଡ ଦେବାକୁ ପୋଲିସ ଅଧିକାରୀଙ୍କୁ ପରାମର୍ଶ ଦେଇଥିଲେ। ଏହି ଅବସରରେ ‘କଫି ଟେବୁଲ୍‌ ବୁକ୍‌ ଅନ୍‌ ପରୀ ପାଇଁ କଥାଟିଏ-ଏ ୱାର୍ଡ ଅଫ୍‌ ଦ ଲିଟ୍‌ଲି ଆଙ୍ଗେଲ’ ପୁସ୍ତକ ଓ ‘ପରୀ ପାଇଁ କଥାଟିଏ’ ଉପରେ ଆଧାରିତ ଏକ ଡକ୍ୟୁମେଣ୍ଟାରୀ ଫିଲ୍ମକୁ ମୁଖ୍ୟମନ୍ତ୍ରୀ ଉନ୍ମୋଚିତ କରିଥିଲେ।
ଅନୁଗୋଳ ନାବାଳିକା ବଳାତ୍କାର ମାମଲାରେ ପ୍ରଭାବଶାଳୀ ତଦନ୍ତ କରି ଅଭିଯୁକ୍ତଙ୍କୁ ବହୁ ଶୀଘ୍ର ଗିରଫ କରାଯାଇଥିଲା। ଏପରିକି ଆବଶ୍ୟକ ତଥ୍ୟ ଓ ପ୍ରମାଣ ଠିକ୍‌ ସମୟରେ କୋର୍ଟରେ ଦାଖଲ କରାଯାଇଥିଲା। ଫଳରେ ଅଭିଯୁକ୍ତଙ୍କୁ ଫାଶୀ ଦଣ୍ଡାଦେଶ ହୋଇଛି। ଏଥିପାଇଁ ଅନୁଗୋଳ ଏସ୍‌ପି ମିତ୍ରଭାନୁ ମହାପାତ୍ର, ଅନୁଗୁଳ ଟାଉନ ଥାନା ଅଧିକାରୀ ରମେଶ ଚନ୍ଦ୍ର ବିଶୋଇ ଓ ସରକାରୀ ଆଇନଜୀବୀ ସରୋଜ କୁମାର ପଟ୍ଟନାୟକଙ୍କୁ ସମ୍ବର୍ଦ୍ଧିତ କରାଯାଇଥିଲା।
ପୋଲିସ ଡିଜିପି ଆର୍‌.ପି. ଶର୍ମା କହିଲେ, ପରୀ ପାଇଁ କଥାଟିଏ କାର୍ଯ୍ୟକ୍ରମକୁ ଓଡ଼ିଶା ଏକ ଚ୍ୟାଲେଞ୍ଜ ଭାବେ ଗ୍ରହଣ କରିଛି। କୌଣସି ପରିସ୍ଥିତିରେ ମହିଳା ଓ ନାବାଳିକାଙ୍କୁ ଅସୁରକ୍ଷିତ ଅବସ୍ଥାରେ ରହିବାକୁ ଦିଆଯିବ ନାହିଁ। ରାଜ୍ୟରେ ବଢ଼ି ଚାଲିଥିବା ନାବାଳିକା ବଳାତ୍କାର ଓ ଶିଶୁ ଯୌନ ନିର୍ଯାତନା ରୋକିବାକୁ ପୋଲିସ ପ୍ରଚେଷ୍ଟା ଜାରି ରଖିଛି। ୧୫ଦିନ ପାଇଁ କରାଯାଇଥିବା ’ପରୀ ପାଇଁ କଥାଟିଏ’ ସଚେତନତା କାର୍ଯ୍ୟକ୍ରମରେ ଆମକୁ ବହୁ ସଫଳତା ମିଳିଛି। ଏହାକୁ ଦୃଷ୍ଟିରେ ରଖି ଆରମ୍ଭ ହେବାକୁ ଯାଉଛି ‘ମିଶନ ପରୀ-୨୦୨୪’। ତେବେ ଏହି ଅଭିଯାନ କିପରି କାର୍ଯ୍ୟ କରିବ ସେ ସମ୍ପର୍କରେ ଡିଜିପି ପ୍ରକାଶ କରି କହିଲେ, ନାବାଳିକାଙ୍କୁ ଯୌନ ଶୋଷଣରୁ ମୁକ୍ତ କରିବା, ନାବାଳିକା ଚାଲାଣ ଉପରେ ରୋକ୍‌, ଶିଶୁ ଶ୍ରମିକଙ୍କୁ ବିପଜ୍ଜନକ ସ୍ଥାନରୁ ଉଦ୍ଧାର ଓ ଶିଶୁ ବିବାହକୁ ସମ୍ପୂର୍ଣ୍ଣ ରୋକାଯିବା ଏହାର ଲକ୍ଷ୍ୟ ରହିବ। ଶିଶୁଙ୍କ କ୍ଷେତ୍ରରେ ଘଟୁଥିବା ଅପରାଧର ତୁରନ୍ତ ତଦନ୍ତ ସହ ଅଭିଯୁକ୍ତଙ୍କୁ କିପରି କଠୋର ଦଣ୍ଡ ମିଳିବ ତାହାକୁ ଗୁରୁତ୍ୱ ଦିଆଯାଉଛି। ୟୁନିସେଫ ମୁଖ୍ୟ ମୋନିକା ନିଲଶନ କହିଲେ, ୟୁନିସେଫ୍‌ର ସହଭାଗୀତାରେ ୨୦୧୮ରୁ ଆରମ୍ଭ ହୋଇଥିବା ପରୀ ପାଇଁ କଥାଟିଏ କାର୍ଯ୍ୟକ୍ରମ ସଫଳତାର ସହ ଆଗେଇ ଚାଲିଛି। ଏ କ୍ଷେତ୍ରରେ ଓଡିଶା ପୋଲିସର ଯଥେଷ୍ଟ ଅବଦାନ ରହିଛି।
କାର୍ଯ୍ୟକ୍ରମରେ ଗୃହ ବିଭାଗ ରାଷ୍ଟ୍ରମନ୍ତ୍ରୀ ଦିବ୍ୟଶଙ୍କର ମିଶ୍ର, ଅତିରିକ୍ତ ଶାସନ ସଚିବ ଅସିତ ତ୍ରିପାଠୀ, ମହିଳା ଓ ଶିଶୁ ବିକାଶ ବିଭାଗର ପ୍ରମୁଖ ଶାସନ ସଚିବ ଅନୁ ଗର୍ଗ, ନ୍ୟାଶନାଲ ପୋଲିସ ଫାଉଣ୍ଡେଶନର ଚେୟାରମ୍ୟାନ ପ୍ରକାଶ ସିଂ ପ୍ରମୁଖ ଅନ୍ୟତମ ଅତିଥି ଭାବ ଯୋଗଦେଇ ମତ ରଖିଥିଲେ। ଏଡିଜି ସନ୍ତୋଷ ଉପାଧ୍ୟାୟ, ଆଇଜି ଅସିତ ପାଣିଗ୍ରାହୀ, ଆଇଜି ଅରୁଣ ବୋଥ୍ରା ପ୍ରମୁଖ କର୍ମଶାଳା ପରିଚାଳନା କରିଥିଲେ।


Enter your email to get our daily news in your inbox.

All Right Reserved By Dharitri.Com

ନକଲି ମାଓବାଦୀ ପୋଷ୍ଟର ମାମଲାରେ ଦୁଇ ଗିରଫ, ସ୍କାନରରେ ଅଛନ୍ତି….

ରାୟଗଡ଼ା,୧୫/୨(ଆଶିଷ ରଞ୍ଜନ ପଣ୍ଡା): ରାୟଗଡାରୁ ଦୁଇ ନକଲି ମାଓବାଦୀଙ୍କୁ ଗିରଫ କରିଛି ରାୟଗଡ଼ା ପୋଲିସ । ଏହି ଦୁଇଜଣଙ୍କ ମଧ୍ୟରୁ ଜଣେ ସାମ୍ବାଦିକ ଓ ଅନ୍ୟଜଣେ ବଳୀ…

ଜୟଦୂର୍ଗା ଫାଉଣ୍ଡେସନ ଟ୍ରଷ୍ଟ ଅଧ୍ୟକ୍ଷା ଗିରଫ ମାମଲା; ଖୋଲୁଛି ଗୁମର, ଚାକିରି ଦେବା ନାଁରେ ଠକେଇ…

ହାଟଡିହୀ,୧୫।୨(ଶୁଭକାନ୍ତ ନାୟକ): ଜୟଦୂର୍ଗା ଫାଉଣ୍ଡେସନ ଟ୍ରଷ୍ଟ ଅଧ୍ୟକ୍ଷା ସୁରେଶ୍ୱରୀ ସାଗରୀକା ଜେନା ଏକ ଠକେଇ ମାମଲାରେ ଗତ ଶନିବାର ଗିରଫ ହେବା ପରେ ତାଙ୍କର ଠକେଇ ଗୁମର…

ଥୁଆମୂଳ ରାମପୁର ପୋଲିସର କାର୍ଯ୍ୟାନୁଷ୍ଠାନ, ୩ଟି ବାଲି ବୋଝେଇ ହାଇୱା ଜବତ

ଥୁଆମୂଳ ରାମପୁର, ୧୫ା୨ (ଦୁର୍ଗା କୀର୍ତ୍ତି): କଳାହାଣ୍ଡି ଜିଲା ଥୁଆମୂଳ ରାମପୁର ଥାନା ପୋଲିସ ପକ୍ଷରୁ ବେଆଇନ ବାଲି ଚୋରା ଚାଲାଣ ବିରୋଧରେ ଏକ ବଡ଼ ଧରଣର…

ଜାଗରରେ ବିଭତ୍ସ ହତ୍ୟା, ବଡ଼ ଭାଇକୁ କଟୁରୀରେ ହାଣିଲେ ସାନ ଭାଇ

ପାଲଲହଡା,୧୫ା୨(ଦିବ୍ୟଜ୍ୟୋତି ଦାଶ): ବଡ଼ ଭାଇକୁ ହତ୍ୟା କଲେ ସାନ ଭାଇ । କଟୁରୀରେ ବେକ କାଟି ହତ୍ୟା କଲେ ସାନ ଭାଇ। ମୃତକ ଜଣକ ହେଲେ ଲିପୁ…

IND VS PAK: ଭାରତ-ପାକ୍‌ ମ୍ୟାଚ୍‌ ପୂର୍ବରୁ ପ୍ରେମଦାସା ଷ୍ଟାଡିୟମରେ ସାପ ଆତଙ୍କ; ପାକିସ୍ତାନ ଡଗ୍‌ଆଉଟ୍‌ରେ…

କଲମ୍ବୋ,୧୫।୨: କଲମ୍ବୋର ଆର. ପ୍ରେମଦାସା ଷ୍ଟାଡିୟମରେ ଭାରତ ଏବଂ ପାକିସ୍ତାନ ମଧ୍ୟରେ ହେବାକୁ ଥିବା ମହାନ ମୁକାବିଲା ପୂର୍ବରୁ ଏକ ଅଭାବନୀୟ ଚିତ୍ର ସାମ୍ନାକୁ ଆସିଛି। କ୍ରିକେଟର…

ପ୍ରତିଦିନ ଖାଆନ୍ତୁ ଦୁଇ ପାଖୁଡା ରସୁଣ, ରକ୍ତଚାପ ନିୟନ୍ତ୍ରଣ ସହିତ ଭଲ ରହିବ…

ରସୁଣରେ ଆଲିସିନ୍, ମାଙ୍ଗାନିଜ୍, ଭିଟାମିନ୍ ବି୬, ଭିଟାମିନ୍ ସି, ସେଲେନିୟମ୍, ଫାଇବର, କ୍ୟାଲସିୟମ୍, ପୋଟାସିୟମ୍, ଆଇରନ୍ ଏବଂ କପର ସମେତ ଅନେକ ପୁଷ୍ଟିକର ତତ୍ତ୍ୱ ଯଥେଷ୍ଟ ପରିମାଣରେ…

PM Kisan:  ଆସିଲା ବଡ଼ ଅପଡେଟ୍‌: ଏହି ଦିନ ଚାଷୀଙ୍କ ଖାତାକୁ ଆସିବ ୨୦୦୦ ଟଙ୍କା… 

ନୂଆଦିଲ୍ଲୀ,୧୫।୨: ଦେଶର କ୍ଷୁଦ୍ର ଓ ନାମମାତ୍ର ଚାଷୀଙ୍କୁ ଆର୍ଥିକ ସହାୟତା ଯୋଗାଇବା ପାଇଁ ପ୍ରଧାନମନ୍ତ୍ରୀ ମୋଦୀଙ୍କ ଦ୍ୱାରା ଆରମ୍ଭ କରାଯାଇଥିବା ପିଏମ-କିଷାନ ଯୋଜନାର ପରବର୍ତ୍ତୀ କିସ୍ତି ଖୁବ୍‌ଶୀଘ୍ର…

ପୁରୀ ସମୁଦ୍ର କୂଳରେ ଅଘଟଣ, ସ୍ନାନ ବେଳେ ୫ ପର୍ଯ୍ୟଟକ ବୁଡ଼ି…..

ପୁରୀ,୧୫ା୨(ଅଜିତ୍ କୁମାର ମହାନ୍ତି):  ପୁଣି ପୁରୀ ସମୁଦ୍ରରେ ସ୍ନାନ ବେଳେ ଅଘଟଣ । ସମୁଦ୍ର କୂଳର ସେକ୍ଟର ୨ ଓ ସେକ୍ଟର୧୦ରେ ବୁଡୁବୁଡୁ ପର୍ଯ୍ୟଟକମାନେ ବଞ୍ଚିଯାଇଛନ୍ତି ।…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri