ଶିଶୁ ଓ ନାବାଳିକା ଅସୁରକ୍ଷିତ : ଜୁଲାଇ ଶେଷ ସୁଦ୍ଧା ଜିଲାର ବିଭିନ୍ନ ଥାନାରେ ୭୧ଟି ନାବାଳିକା ବଳାତ୍କାର ମାମଲା ରୁଜୁ

ଭଦ୍ରକ ଅଫିସ, ୫।୮ : ଭଦ୍ରକ ଜିଲାରେ ଦିନକୁ ଦିନ ବାଳ ଅପରାଧ ଘଟଣା ବଢ଼ିଚାଲିଛି। ଚଳିତବର୍ଷ ଜୁଲାଇ ଶେଷ ସୁଦ୍ଧା ଜିଲାର ବିଭିନ୍ନ ଥାନାରେ ୭୧ଟି ନାବାଳିକା ବଳାତ୍କାର ମାମଲା ରୁଜୁ ହୋଇଛି। ଶିଶୁଙ୍କୁ ସୁରକ୍ଷା ଦେବା ଲାଗି କଡ଼ା ଆଇନ ସାଙ୍ଗକୁ ଫାଶୀ ଦଣ୍ଡାଦେଶ ଭଳି ବ୍ୟବସ୍ଥା ଥିଲେ ମଧ୍ୟ ନାବାଳିକା ଯୌନ ନିର୍ଯାତନା ଘଟଣା ବଢ଼ି ଚାଲିଛି। ପ୍ରଶାସନ ପକ୍ଷରୁ ଶିକ୍ଷାନୁଷ୍ଠାନ ସମେତ ବିଭିନ୍ନ ସ୍ତରରେ ସଚେତନତା ସୃଷ୍ଟି କରିବା ଲାଗି ଉଦ୍ୟମ କରାଯାଉଥିଲେ ମଧ୍ୟ ଏହାର କିଛି ପ୍ରଭାବ ପରିଲକ୍ଷିତ ହେଉନାହିଁ। ୨୦୧୮ରେ ଜିଲାର ବିଭିନ୍ନ ଥାନାରେ ୧୧୭ ନାବାଳିକା ବଳାତ୍କାର ଘଟଣା ନେଇ ମାମଲା ରୁଜୁ ହୋଇଥିବା ବେଳେ ୨୦୧୭ରେ ୧୫୨ ମାମଲା ହୋଇଛି। ୨୦୧୬ରେ ୯୨ ଏବଂ ୨୦୧୫ରେ ୭୬ ମାମଲା ହୋଇଥିବା ବେଳେ ୨୦୧୪ ଓ ୨୦୧୩ରେ ଯଥାକ୍ରମେ ୫୧ ଓ ୪୫ ମାମଲା ରୁଜୁ କରାଯାଇଛି। ଏହି ପରିସଂଖ୍ୟାନକୁ ଦେଖିଲେ ଜିଲାରେ ଶିଶୁ ଓ ନାବାଳିକା କିଭଳି ଅସୁରକ୍ଷିତ ହୋଇପଡୁଛନ୍ତି ତାହା ସ୍ପଷ୍ଟ ବାରି ହେଉଛି।
ପୋଲିସ ସୂଚନା ଅନୁଯାୟୀ, ଅଧିକାଂଶ ମାମଲାରେ ନାବାଳିକାମାନେ ପ୍ରାୟତଃ ସମ୍ପର୍କୀୟ ଓ ବାହାର ଲୋକଙ୍କ ଦ୍ୱାରା ଯୌନ ନିର୍ଯାତନାର ଶିକାର ହେଉଛନ୍ତି। କେତେକ ପ୍ରେମ ପ୍ରତାରଣାର ଶିକାର ହେବା ନଜିର ରହିଛି। ନାବାଳକମାନେ ମଧ୍ୟ ବଳାତ୍କାର ମାମଲାରେ ଛନ୍ଦି ହୋଇପଡୁଛନ୍ତି। ବାଳ ଅପରାଧ ରୋକିବା ପାଇଁ ସେମାନଙ୍କ ବୟସସୀମା ୧୮ ପରିବର୍ତ୍ତେ ୧୬ ବର୍ଷ କରାଯାଇଥିଲେ ବି ଏହାର କୌଣସି ପ୍ରଭାବ ଦେଖିବାକୁ ମିଳୁନି। ସେହିପରି ଶିକ୍ଷାନୁଷ୍ଠାନ ସ୍ତରରେ ଛାତ୍ରୀଛାତ୍ରଙ୍କୁ ସଚେତନ କରାଯିବା ସକାଶେ ପ୍ରଶାସନ ପକ୍ଷରୁ ହାରାସମେଣ୍ଟ ସେଲ୍‌ ଗଠନ ସାଙ୍ଗକୁ ସ୍କୁଲ, କଲେଜରେ ସଚେତନତା ସୃଷ୍ଟି କରାଯାଉଛି। ଏ ବାବଦରେ ଲକ୍ଷାଧିକ ଟଙ୍କା ଖର୍ଚ୍ଚ ହେଉଥିଲେ ବି ଜିଲାରେ ବାଳ ଅପରାଧୀଙ୍କ ସଂଖ୍ୟା ବଢ଼ିବା ଚିନ୍ତାର କାରଣ ହୋଇଛି।
ଉଲ୍ଲେଖନୀୟ ଯେ, ଶିଶୁଙ୍କୁ ଯୌନ ଶୋଷଣ, ଅପହରଣ ଭଳି ଅପରାଧରୁ ସୁରକ୍ଷା ଦେବା ନିମନ୍ତେ ପୋକ୍ସୋ ଆଇନ-୨୦୧୨ ପ୍ରଣୀତ ହେବା ପରେ ବିଭିନ୍ନ ଥାନାରେ ମହିଳା ଓ ଶିଶୁ ଡେସ୍କ ଖୋଲାଯାଇଥିଲା। ଆବଶ୍ୟକ କର୍ମଚାରୀ ଅଭାବରୁ ଏସବୁ ବ୍ୟବସ୍ଥା ଫେଲ୍‌ ମାରିଛି। ଅନେକ କ୍ଷେତ୍ରରେ ପୋଲିସର ତଦନ୍ତ ପ୍ରକ୍ରିୟା ନେଇ ପୀଡ଼ିତା ନାବାଳିକାଙ୍କ ପରିବାରବର୍ଗ ଉଚିତ ନ୍ୟାୟ ପାଇପାରୁ ନ ଥିବା ଅଭିଯୋଗ କରୁଛନ୍ତି। ପୋଲିସର ତଦନ୍ତ ପ୍ରକ୍ରିୟାରେ ଅସନ୍ତୁଷ୍ଟ ହୋଇ ଭଦ୍ରକ ଜିଲା ତିହିଡ଼ି ଅଞ୍ଚଳର ଜଣେ ପୀଡ଼ିତାଙ୍କ ପରିବାରବର୍ଗ ଓ ଗଁାର ୨୦ରୁ ଊର୍ଦ୍ଧ୍ୱ ମହିଳା ଭଦ୍ରକ ଏସ୍‌ପିଙ୍କ ଅଫିସ ସମ୍ମୁଖରେ ଗତ ଶନିବାର ଦିନତମାମ ଧାରଣା ଦେବା ଘଟଣା ଚର୍ଚ୍ଚାକୁ ଆସିଛି। ସେମାନଙ୍କୁ ଭେଟିବାକୁ କୌଣସି ଅଧିକାରୀ ସନ୍ଧ୍ୟା ସୁଦ୍ଧା ଆସି ନ ଥିଲେ। ତେବେ ରାତି ୮ଟା ବେଳେ ଏସ୍‌ପି ରାଜେଶ ପଣ୍ଡିତ ସେମାନଙ୍କୁ ଭେଟି ୧୫ ଦିନ ମଧ୍ୟରେ ଅଭିଯୁକ୍ତଙ୍କୁ ଗିରଫ କରାଯିବ ବୋଲି ପ୍ରତିଶ୍ରୁତି ଦେବା ପରେ ଧାରଣାରୁ ଉଠିଥିଲେ। ସେହିପରି ଭଣ୍ଡାରିପୋଖରୀ ଅଞ୍ଚଳର ଜଣେ ବିବାହିତ ଯୁବକଙ୍କ ଦ୍ୱାରା କେନ୍ଦୁଝର ଅଞ୍ଚଳର ଜଣେ ନାବାଳିକା ବଳାତ୍କାରର ଶିକାର ହୋଇଥିବା ଏବେ ପଦାକୁ ଆସିଛି। ଏହି ନାବାଳିକା ଜଣଙ୍କ ମାନସିକ ଭାରସାମ୍ୟ ହରାଇ ୪ ଦିନ ତଳେ ଘରୁ ବାହାରି ଦୀର୍ଘ ୧୧ କି.ମି. ରାସ୍ତା ଚାଲି ଚାଲି ଆସି କାଦବରାଙ୍ଗ ପାଖରେ ପହଞ୍ଚିଥିବା ବେଳେ ଜଣେ ମହିଳା ସ୍ବେଚ୍ଛାସେବୀ ତାଙ୍କୁ ଉଦ୍ଧାର କରି ଭଣ୍ଡାରିପୋଖରୀ ଥାନାର ଦ୍ୱାରସ୍ଥ ହୋଇଥିଲେ। ଏହାମଧ୍ୟରେ ୪ ଦିନ ବିତିଯାଇଥିଲେ ମଧ୍ୟ ପୋଲିସ କୌଣସି ମାମଲା ରୁଜୁ କରି ନାହିଁ। ପୀଡ଼ିତାଙ୍କୁ ସ୍ବଳ୍ପ ରହଣିକେନ୍ଦ୍ର ବାତ୍ସଲ୍ୟରେ ଜିଲା ଶିଶୁ ମଙ୍ଗଳ କମିଟି ନିର୍ଦ୍ଦେଶ କ୍ରମେ ରଖାଯାଇଛି। ସେ ଅନ୍ତଃସତ୍ତ୍ୱା ଥିବା ଜାଣି ଶିଶୁ ମଙ୍ଗଳ କମିଟି ଅଧ୍ୟକ୍ଷ ଡ. ସୁଦର୍ଶନ ବାରିକ ତାଙ୍କ ସ୍ବାସ୍ଥ୍ୟ ପରୀକ୍ଷା କରାଇବାକୁ ବାତ୍ସଲ୍ୟକୁ ନିର୍ଦ୍ଦେଶ ଦେଇଛନ୍ତି। ଏଥିସହ ଭଣ୍ଡାରିପୋଖରୀ ଥାନା ପୋଲିସ କାହିଁକି ମାମଲା ରୁଜୁ କରି ନାହିଁ ସେନେଇ କାରଣ ଦର୍ଶାଅ ନୋଟିସ ଜାରି କରାଯାଇଛି। ନାବାଳିକା ବଳାତ୍କାର ମାମଲାରେ ପୋଲିସ କେତେକ ଅଭିଯୁକ୍ତଙ୍କୁ ଗିରଫ କରିଥିବା ବେଳେ ଆଉ କେତେକ ଫେରାର ରହି ସେମାନଙ୍କ ପରିବାର ଉପରେ ଚାପ ସୃଷ୍ଟି କରୁଥିବା ଜଣାପଡ଼ିଛି। ଜିଲା ଶିଶୁ ସୁରକ୍ଷା ୟୁନିଟର ପ୍ରୋବେଶନ ଅଧିକାରୀ ସୁବ୍ରତ ଦାସଙ୍କୁ ପଚାରିବାରୁ ସେ କହିଛନ୍ତି, ଯୌନ ଶୋଷଣ ଓ ନିର୍ଯାତନା ରୋକିବା ପାଇଁ ସଚେତନତା ସୃଷ୍ଟି ସାଙ୍ଗକୁ ଥାନା, ପଞ୍ଚାୟତ ଏବଂ ବିଦ୍ୟାଳୟ ସ୍ତରରେ ଯୌନ ଉତ୍ପୀଡ଼ନ ପ୍ରକୋଷ୍ଠ(ହାରାସମେଣ୍ଟ ସେଲ୍‌) ଗଠନ କରାଯିବା ଦରକାର। ଶିକ୍ଷାନୁଷ୍ଠାନ ସ୍ତରରେ ସଚେତନତା ସୃଷ୍ଟି ଅପରାଧ ନିୟନ୍ତ୍ରଣରେ ସହାୟକ ହୋଇପାରିବ। ଜିଲା ଶିଶୁ ମଙ୍ଗଳ କମିଟି ଅଧ୍ୟକ୍ଷ ଡ. ବାରିକ ଅନୁରୂପ ମତବ୍ୟକ୍ତ କରି କହିଛନ୍ତି, ବାଳ ଅପରାଧ ନିୟନ୍ତ୍ରଣ ଲାଗି ସରକାରୀ ସ୍ତରରେ ଶିଶୁ ସୁରକ୍ଷା ବିଭାଗ, ଚାଇଲ୍ଡ ଲାଇନ, ଶିଶୁ ମଙ୍ଗଳ କମିଟି, ଆଇନସେବା ପ୍ରାଧିକରଣ, ମହିଳା ଓ ଶିଶୁ ବିକାଶ ଭଳି ବିଭିନ୍ନ ସଂସ୍ଥା ରହିଛି। ପୋଲିସ ଓ ପ୍ରଶାସନ ସମେତ ସବୁ ସଂସ୍ଥା ମଧ୍ୟରେ ସମନ୍ବୟ ରହିଲେ ଏଥିରୁ ସୁଫଳ ମିଳିପାରିବ। ଯୌନ ଅପରାଧରୁ ଶିଶୁଙ୍କୁ ସୁରକ୍ଷା ଦେବା ଲାଗି ୨୦୧୨ରେ ପ୍ରଣୀତ ହୋଇଥିବା ପୋକ୍ସୋ ଆକ୍ଟ ଠିକ୍‌ ଭାବେ କାର୍ଯ୍ୟକାରୀ ହୋଇପାରୁ ନ ଥିବା ଏକ ବିଡ଼ମ୍ବନା ବୋଲି ଆଇନଜୀବୀ ଗଦାଧର ବଳ କହିଛନ୍ତି।


Enter your email to get our daily news in your inbox.

All Right Reserved By Dharitri.Com

ବିଧାୟକଙ୍କ ବଡ଼ ବୟାନ: ଏଣିକି ତଡ଼ିପାର୍‌ ହେବେ ସହରର…

ବରଗଡ଼,୧୪ା୨(ପ୍ରେମାନନ୍ଦ ଖମାରୀ): ବରଗଡ଼ ସହର ବିକାଶ ଆଡ଼କୁ ମୁହାଁଉଛି। ମାତ୍ର ଏଠାରେ ଆଇନଶୃଙ୍ଖଳା ତଥା ସୁରକ୍ଷା ବ୍ୟବସ୍ଥା ହୁଗୁଳା ହୋଇପଡ଼ିଛି। ସ୍ଥାନୀୟ ଯୁବପିଢ଼ି ନିଶାଖୋର୍‌ ହୋଇ ପଥଭ୍ରଷ୍ଟ…

ଜୀବିତ ବୃଦ୍ଧାଙ୍କୁ ମୃତ ସଜାଇ ୪ ବର୍ଷ ହେଲା ମୁହଁରୁ ଦାନା ଛଡ଼ାଇ ନେଇଛନ୍ତି, ଏଯାଏ ମିଳିନି ଆବାସ କି…

ଥୁଆମୂଳ ରାମପୁର,୧୪ା୨(ଦୁର୍ଗା କୀର୍ତ୍ତି): କଳାହାଣ୍ଡି ଜିଲା ଥୁଆମୂଳ ରାମପୁର ବ୍ଲକର ଅଡ୍ରି ପଞ୍ଚାୟତସ୍ଥିତ ଦୋଲଗୁଡ଼ା (ଟଟା ପଡ଼ା) ଗ୍ରାମରେ ଯେଉଁ ଦୃଶ୍ୟ ଦେଖିବାକୁ ମିଳିଛି, ତାହା ବିକାଶର…

ମହାମୁକାବିଲା ପୂର୍ବରୁ ଭାରତକୁ ଖୋଲା ଚ୍ୟାଲେଞ୍ଜ୍‌ ଦେଲେ ପାକିସ୍ତାନ ଅଧିନାୟକ

କଲମ୍ବୋ,୧୪।୨:ଭାରତ-ପାକିସ୍ତାନ ମହାମୁକାବିଲା ପୂର୍ବରୁ ପାକିସ୍ତାନ ଅଧିନାୟକ ସଲମାନ ଅଲି ଆଗା ଟିମ୍‌ଇଣ୍ଡିଆକୁ ଖୋଲା ଚ୍ୟାଲେଞ୍ଜ ଦେଇଛନ୍ତି। ଟି୨୦ ବିଶ୍ୱକପରେ ସମସ୍ତେ ଏହି ମ୍ୟାଚକୁ ଉତ୍ସାହର ସହିତ ଅପେକ୍ଷା…

ମୁଖ୍ୟମନ୍ତ୍ରୀଙ୍କ ବଡ଼ ଘୋଷଣା: ନିଯୁକ୍ତି ସୁଯୋଗ ପାଇବେ ୧୨୦୦ ଯୁବତୀ-ଯୁବକ

କେନ୍ଦୁଝର,୧୪ା୨(ନରେଶ ଚନ୍ଦ୍ର ପଟ୍ଟନାୟକ): ଶନିବାର ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀ ଦିନିକିଆ କେନ୍ଦୁଝର ଜିଲା ଗସ୍ତରେ ଆସି ବିଭିନ୍ନ ପ୍ରକଳ୍ପର ଶିଳାନ୍ୟାସ କରି ଫେରିଛନ୍ତି। କେନ୍ଦୁଝର ଜିଲାରେ…

WHOର ଭୟଙ୍କର ଭବିଷ୍ୟବାଣୀ: ୨୦୫୦ ସୁଦ୍ଧା ବିଶ୍ୱରେ…

ଓ୍ବାଶିଂଟନ୍‌,୧୪।୨: ବିଶ୍ୱ ସ୍ବାସ୍ଥ୍ୟ ସଂଗଠନ(WHO)ର ଏକ ଚାଞ୍ଚଲ୍ୟକର ରିପୋର୍ଟ ପ୍ରକାଶ କରିଛି। ପ୍ରଥମ ଓ୍ବାଲର୍‌ଡ ରିପୋର୍ଟ ଅନ୍‌ ହିଅରିଂ ଅନୁଯାୟୀ, ୨୦୫୦ ସୁଦ୍ଧା ବିଶ୍ୱରେ ପ୍ରାୟ ୨.୫…

ସ୍ପଷ୍ଟ ଦିବାଲୋକରେ ଲୁଟିନେଲେ ଲକ୍ଷାଧିକ ଟଙ୍କାର ସୁନଗହଣା, ଘର ଆଗରେ କାର୍‌ ରଖି…

ମୋରଡ଼ା,୧୪ା୨(ସ୍ମାରକ ମାଜୀ): ମୟୂରଭଞ୍ଜ ଜିଲା ରାସଗୋବିନ୍ଦପୁର ଥାନା ଅଧୀନ ନଳଗଜାଠାରେ ଜଣଙ୍କ ଘରୁ ଦୁର୍ବୃତ୍ତମାନେ ଲୁଟ୍‌ କରିଥିବାର ଜଣାପଡ଼ିଛି। ସୂଚନା ମୁତାବକ, ଉକ୍ତ ଗ୍ରାମର ଆଲାଦି ଟୁଡୁ…

ବିଜେଡି କାହାକୁ କରିବ ରାଜ୍ୟ ସଭା ପ୍ରାର୍ଥୀ: ଏମିତି କିଛି କହିଲେ ଅଶୋକ ପଣ୍ଡା

ଭୁବନେଶ୍ୱର,୧୪।୨: ବିଜେଡିର ରାଜ୍ୟ ସଭା ପ୍ରାର୍ଥିତ୍ୱକୁ ନେଇ ମତ ରଖିଲେ ଅଶୋକ ପଣ୍ଡା। ସେ କହିଛନ୍ତି, ସାଙ୍ଗଠନିକ ଦକ୍ଷତା, ଅଭିଜ୍ଞତା, ଦଳ ପ୍ରତି ଆନୁଗତ୍ୟ ଓ ଅବଦାନ…

କେନ୍ଦୁଝରରେ ମୁଖ୍ୟମନ୍ତ୍ରୀ: ବିଭିନ୍ନ ପ୍ରକଳ୍ପର ଶିଳାନ୍ୟାସ, ଭିିତ୍ତିପ୍ରସ୍ତର କରି କହିଲେ…

କେନ୍ଦୁଝର,୧୪ା୨(ନରେଶ ଚନ୍ଦ୍ର ପଟ୍ଟନାୟକ): ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀ ଶନିବାର କେନ୍ଦୁଝର ଜିଲାକୁ ଦିନିକିଆ ଗସ୍ତରେ ଆସି ବିଭିନ୍ନ ପ୍ରକଳ୍ପର ଶିଳାନ୍ୟାସ ଓ ଭିତ୍ତିପ୍ରସ୍ତର ସ୍ଥାପନ କରିଛନ୍ତି।…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri