Categories: ଜାତୀୟ

ଶିଶୁଦିବସ ଉପଲକ୍ଷେ ସ୍ବତନ୍ତ୍ର ଡୁଡୁଲ କଲା ଗୁଗୁଲ

ନୂଆଦିଲ୍ଲୀ,୧୪।୧୧:ଭାରତର ପ୍ରଥମ ପ୍ରଧାନମନ୍ତ୍ରୀ ପଣ୍ଡିତ ଜବାହରଲାଲ ନେହେରୁଙ୍କ ଆଜି ଜନ୍ମଦିବସ। ଏହି ଦିନଟିକୁ ସାରା ଦେଶରେ ଶିଶୁଦିବସ ଭାବେ ପାଳନ କରାଯାଏ। ୧୮୮୯ ନଭେମ୍ବର ୧୪ରେ ନେହେରୁ ଆହ୍ଲାବାଦରେ ଜନ୍ମଗ୍ରହଣ କରିଥିଲେ। ଛୋଟ ପିଲାଙ୍କୁ ସେ ଅତ୍ୟନ୍ତ ଭଲ ପାଉଥିଲେ। ସେଥିପାଇଁ ପିଲାଙ୍କ ଗହଣରେ ସେ ‘ଚାଚା ନେହେରୁ’ ନାମରେ ପରିଚିତ ଥିଲେ। ଏହି ଅବସରରେ ଗୁଗୁଲ ସ୍ବତନ୍ତ୍ର ଡୁଡୁଲ ପ୍ରସ୍ତୁତ କରିଛି। ଏଥିରେ ପାହାଡ, ଗଛ ଏବଂ ସବୁଜ ପରିବେଶ ଦେଖାଯାଇଛି। ଯେଉଁଠି ପିଲାମାନେ ଖେଳିପାରିବେ। ପରିବେଶ ପ୍ରଦୂଷଣକୁ ଦୃଷ୍ଟିରେ ରଖି ଗୁଗୁଲ ପକ୍ଷରୁ ଏଭଳି ଡୁଡୁଲ ପ୍ରସ୍ତୁତ କରାଯାଇଛି। ଶିଶୁମାନଙ୍କର ସୁରକ୍ଷା ଓ ସମୃଦ୍ଧି ପ୍ରତି ଯତ୍ନବାନ ଥିବା ନେହେରୁ ଶିଶୁମାନଙ୍କ ପ୍ରତି ରାଷ୍ଟ୍ରୀୟ ସଚେତନତା ବୃଦ୍ଧି ପାଇଁ ନିଜ ଜନ୍ମଦିନଟିକୁ ଶିଶୁଦିବସ ଭାବରେ ନାମିତ କରିଥିଲେ। ଶିଶୁମାନଙ୍କ ଅଧିକାର ପାଇଁ ସେ ନେହୁର ସର୍ବଦା ଲଢୁଥିଲେ।

Share