ଶିଶୁଙ୍କ ସୁରକ୍ଷା

ଶିଶୁମାନଙ୍କ ସୁରକ୍ଷା, ସେମାନଙ୍କ ଉଜ୍ଜ୍ୱଳ ଭବିଷ୍ୟତ ପାଇଁ କେନ୍ଦ୍ର ଓ ରାଜ୍ୟ ସରକାର ବହୁ ଅର୍ଥ ଖର୍ଚ୍ଚ କରୁଛନ୍ତି। ମାତ୍ର କେତେକ କ୍ଷେତ୍ରରେ ଶିଶୁମାନଙ୍କ ଭବିଷ୍ୟତ ବାଟବଣା ହୋଇଯାଉଛି । ଅଧିକାଂଶ ଶିଶୁ ଅଧାରୁ ପାଠ ଛାଡୁଥିବା ଦେଖିବାକୁ ମିଳୁଛି। ମାଲକାନଗିରି ଜିଲାରେ ଶିଶୁ ସୁରକ୍ଷା ବିଭାଗର ସର୍ଭେ ଅନୁଯାୟୀ ଜିଲାରେ ୮ ହଜାର ଅନାଥ ଶିଶୁ ଅଛନ୍ତି। ସେମାନଙ୍କ ମଧ୍ୟରୁ ୧୩୫୪ ଜଣ ସମ୍ପୂର୍ଣ୍ଣ ମା’ବାପା ଛେଉଣ୍ଡ । ଅନ୍ୟ ଶିଶୁମାନଙ୍କ ମଧ୍ୟରୁ କାହାର ବାପା ଅଛନ୍ତି ତ କାହାର ମା’ ନାହାନ୍ତି। ମା’ କିମ୍ବା ବାପା ଅଥବା ସମ୍ପର୍କୀୟଙ୍କ ନିକଟରେ ରହୁଥିବା ଶିଶୁମାନେ ସେମାନଙ୍କ ସମ୍ପର୍କୀୟଙ୍କ ସହ ଜିଲା ଏବଂ ରାଜ୍ୟ ବାହାରକୁ ଦାଦନ ଖଟିବା ପାଇଁ ଯାଉଛନ୍ତି। ହେଲେ ସେମାନଙ୍କୁ ନାନା ନିର୍ଯାତନା ସହିବାକୁ ପଡୁଛି । ବିଶେଷ କରି ରାଜ୍ୟ ବାହାରକୁ ଯାଉଥିବା ଶିଶୁଶ୍ରମିକମାନେ ଅର୍ଥ ବଦଳରେ ମାଡ଼ଗାଳି ଖାଇ ଫେରୁଛନ୍ତି ।
ଅନ୍ୟପକ୍ଷେ ରାଜ୍ୟ ବାହାରକୁ ଦାଦନ ଖଟିବାକୁ ଯାଉଥିବା ଶିଶୁମାନଙ୍କ ପାଠପଢା ଅଧାରୁ ବନ୍ଦ ହୋଇଯାଉଛି । ବିଶେଷ କରି ବିଭିନ୍ନ ସ୍କୁଲରେ ପାଠ ପଢୁଥିବା ଗ୍ରାମାଞ୍ଚଳର ଶିଶୁଙ୍କ ପରିବାର ଧାନ ଅମଳ ପରେ ରାଜ୍ୟ ବାହାରକୁ ଦାଦନ ଖଟିବାକୁ ଯାଇଥାନ୍ତି। ଜିଲାରେ ଚାଇଲ୍‌ଡ ଲାଇନ୍‌ ଦ୍ୱାରା ୨୦୧୭ରୁ ୨୦୧୯ ମସିହା ମଧ୍ୟରେ ୯୪୯ ଶିଶୁଶ୍ରମିକ ଉଦ୍ଧାର ହୋଇଛନ୍ତି। ସେମାନଙ୍କ ମଧ୍ୟରୁ ୭୭୬ ଶିଶୁଙ୍କୁ ଶିଶୁ ମଙ୍ଗଳ ସମିତିକୁ ହସ୍ତାନ୍ତର କରାଯାଇଥିଲା। ଶିଶୁ ମଙ୍ଗଳ ସମିତି ଏହି ଶିଶୁମାନଙ୍କ ସମ୍ପର୍କରେ ତଥ୍ୟ ସଂଗ୍ରହ କରି ସେମାନଙ୍କ ଥଇଥାନ ଓ ଶିକ୍ଷା ପାଇଁ ଶିଶୁ ସୁରକ୍ଷା ବିଭାଗକୁ ହସ୍ତାନ୍ତର କରିଛି। ଊଦ୍ଧାର ଶିଶୁମାନଙ୍କ ଶିକ୍ଷା ଗ୍ରହଣ ଲାଗି ବିଭିନ୍ନ ବିଦ୍ୟାଳୟରେ ବ୍ୟବସ୍ଥା କରାଯାଇଛି। ଜିଲାରେ ପରିବର୍ତ୍ତନ ଶିଶୁ ଗୃହରେ ୫୫ ଜଣ, କୋରୁକୋଣ୍ଡା ନୀଳାଚଳ ଶିଶୁ ଗୃହରେ ୩୫ଜଣ, ଟାଗୋର ସୋସାଇଟି ମାର୍କେଲଗୁଡା ଶିଶୁ ଗୃହରେ ୫୦ ଜଣ ଏବଂ ନାୟକ ଗୁଡାସ୍ଥିତ ଇର୍ମାବାକା ଅନ୍ଧ ମୂକ ବିଦ୍ୟାଳୟରେ ୭୦ ଜଣ ଶିଶୁ ଅଛନ୍ତି। ଯେଉଁ ଶିଶୁମାନେ ସେମାନଙ୍କ ମା’ କିମ୍ବା ବାପା ଅଥବା ସମ୍ପର୍କୀୟଙ୍କ ନିକଟରେ ଅଛନ୍ତି ସେମାନଙ୍କ ଶିକ୍ଷାଗ୍ରହଣ ଏବଂ ଭବିଷ୍ୟତ ନିରାପଦ ପାଇଁ ପ୍ରଶାସନ ପକ୍ଷରୁ ପଦକ୍ଷେପ ଗ୍ରହଣ କରାଯିବା ଉପରେ ଗୁରୁତ୍ୱ ଦେବାକୁ ଦାବି ହୋଇଛି । ଏହି ଶିଶୁମାନଙ୍କ ଭବିଷ୍ୟତ ପ୍ରତି ଜିଲା ପ୍ରଶାସନ ଗୁରୁତ୍ୱ ଦେଲେ ସେମାନେ ‘ଶ୍ରମିକ’ ହେବାରୁ ରକ୍ଷା ପାଇପାରନ୍ତେ ବୋଲି ବୁଦ୍ଧିଜୀବୀମାନେ ମତ ଦେଇଛନ୍ତି। କେବଳ ଜିଲା ପ୍ରଶାସନ ନୁହେଁ ସବୁ କ୍ଷେତ୍ରରେ ଏଥିପାଇଁ ଉଦ୍ୟମ ହେବା ଉଚିତ ବୋଲି ସେମାନେ କହିଛନ୍ତି।


Enter your email to get our daily news in your inbox.

All Right Reserved By Dharitri.Com

କୋସଲୀ ସାଂସ୍କୃତିକ ମହୋତ୍ସବ ଆରମ୍ଭ

ନୂଆପଡ଼ା,୨୦ା୧୨ (ମକାରୁ ବେମାଲ): ନୂଆପଡ଼ା ପୋଲିସ ପଡ଼ିଆ ରଙ୍ଗମଞ୍ଚଠାରେ କୋସଲୀ ସାଂସ୍କୃତିକ ମହୋତ୍ସବ ଉଦ୍‌ଘାଟିତ ହୋଇଯାଇଛି। ଅନୁଷ୍ଠାନର ସଭାପତି ସୁରଜିତସିଂ ମହାରଥାଙ୍କ ଅଧ୍ୟକ୍ଷତାରେ ଆୟୋଜିତ ଉଦ୍‌ଘାଟନୀ...

ଶୀତରେ ଥରୁଛି କଳାହାଣ୍ଡି

ଭବାନୀପାଟଣା,୨୦ା୧୨(ଉତ୍ତମ କୁମାର ଦାଶ)- ସାରା ରାଜ୍ୟରେ ଶୀତର ପ୍ରକୋପ ଜାରି ରହିଛି। ଆହୁରି ସପ୍ତାହେ ଧରି ଏଭଳି ସ୍ଥିତି ଜାରି ରହିବ ବୋଲି ପାଣିପାଗ ବିଭାଗ...

ଆଶେସ ବିଜୟ ଲକ୍ଷ୍ୟରେ ଅଷ୍ଟ୍ରେଲିଆ

ଆଡିଲେଡ୍‌,୨୦ା୧୨: ଇଂଲଣ୍ଡର ଦ୍ୱିତୀୟ ଇନିଂସରେ ବିପର୍ଯ୍ୟୟ ପରେ ଅଷ୍ଟ୍ରେଲିଆ ଆଶେସ ସିରିଜ ବିଜୟ ପଥରେ ଅଗ୍ରସର ହେଉଛି। ନାଥାନ ଲିଅନ ଇଂଲଣ୍ଡର ୩ଟି ଉଇକେଟର ପତନ...

୩ ଜିଲାକୁ ଘନ କୁହୁଡ଼ି ଓ୍ବାର୍ନିଂ: ୭ଦିନ ଯାଏଁ…ଜି. ଉଦୟଗିରିରେ…

ଭୁବନେଶ୍ୱର, ୨୦ା୧୨(ବନ୍ଦନା ସେଠୀ) – ସାରା ରାଜ୍ୟରେ ଶୀତ ଲହରି ଜନଜୀବନକୁ ପ୍ରଭାବିତ କରୁଛି। ପାରଦ ତଳମୁହଁା ରହିଥିବାବେଳେ କେତେକ ଜିଲାରେ ଘନ କୁହୁଡ଼ି ଦେଖିବାକୁ...

ନୋରା ଫତେହିଙ୍କ କାର ଦୁର୍ଘଟଣା: ମଦ୍ୟପ ଚାଳକଙ୍କ ଧକ୍କାରେ…

ମୁମ୍ବାଇ,୨୦।୧୨: ଲୋକପ୍ରିୟ ବଲିଉଡ ଅଭିନେତ୍ରୀ ତଥା ନୃତ୍ୟଶିଳ୍ପୀ ନୋରା ଫତେହି ଶନିବାର ମୁମ୍ବାଇରେ ଏକ ସଡ଼କ ଦୁର୍ଘଟଣାର ସମ୍ମୁଖୀନ ହୋଇଛନ୍ତି। ବିଶ୍ୱପ୍ରସିଦ୍ଧ ମ୍ୟୁଜିକ୍ ପ୍ରୋଗ୍ରାମ ‘ସୁନବର୍ଣ୍ଣ...

ଇସ୍ରୋର ବଡ଼ ପଦକ୍ଷେପ: ଗଗନୟାନ ମିଶନ ପାଇଁ ସଫଳ ହେଲା ପାରାଚ୍ୟୁଟ୍‌ ପରୀକ୍ଷା

ନୂଆଦିଲ୍ଲୀ,୨୦ା୧୨: ମହାକାଶକୁ ଭାରତର ପ୍ରଥମ ମାନବ ପ୍ରେରଣ ଦିଗରେ ଶନିବାର ଆଉ ଏକ ବଡ଼ ପଦକ୍ଷେପ ସଫଳ ହୋଇଛି। ଭାରତୀୟ ମହାକାଶ ଗବେଷଣା ସଂଗଠନ (ଇସ୍ରୋ)...

ଟ୍ୟୁଶନରୁ ଫେରୁଥିବା ବେଳେ ନାବାଳିକାଙ୍କୁ ଟେକିନେଇ ବଳାତ୍କାର ପରେ ଫିଙ୍ଗି ଚାଲିଯାଇଥିଲେ, ଅଭିଯୁକ୍ତଙ୍କୁ ୨୦ ବର୍ଷ…

ଗଜପତି,୨୦।୧୨(ଗିରିଧାରୀ ପରିଚ୍ଛା)- ଏକ ଅପହରଣ ଓ ବଳାତ୍କାର ମାମଲାର ବିଚାର କରି ଅତିରିକ୍ତ ଜିଲ୍ଲା ସେସନ ଜର୍ଜ ବିଭୁ ପ୍ରସାଦ ପଣ୍ଡା ପୋକ୍ସୋ ଆକ୍ଟର ଧାରା...

ଅଣ୍ଡା ଖାଇଲେ ହେବେ କି କ୍ୟାନ୍ସର ? ସ୍ପଷ୍ଟୀକରଣ ଦେଲା FSSAI

ନୂଆଦିଲ୍ଲୀ,୨୦।୧୨: ଦେଶରେ ବିକ୍ରି ହେଉଥିବା ଅଣ୍ଡା ସମ୍ପୂର୍ଣ୍ଣ ସୁରକ୍ଷିତ। ଏଥିରେ କ୍ୟାନ୍ସର ସୃଷ୍ଟିକାରୀ ଉପାଦାନ ଥିବା ନେଇ ଚର୍ଚ୍ଚା ହେଉଥିବା ଖବରକୁ ଭାରତୀୟ ଖାଦ୍ୟ ସୁରକ୍ଷା...

Advertisement

ଧରିତ୍ରୀ କାର୍ଟୁନ

Archives
Model This Week

ପିଲାଙ୍କ ଧରିତ୍ରୀ

Why Dharitri