ଶିଶୁଙ୍କ ପାଇଁ ବିପଦ ସାଜିଛି ଖୋଲା ବୋରୱେଲ:ନିର୍ଦ୍ଦେଶ ସତ୍ତ୍ୱେ ପ୍ରତିକାର ପାଇଁ ନାହିଁ ପଦକ୍ଷେପ

ଯାଜପୁର ଅଫିସ,୧୯ା୧: ଖୋଲା କିମ୍ବା ପରିତ୍ୟକ୍ତ ଟ୍ୟୁବୱେଲ ଓ ବୋରୱେଲ ଛୋଟଛୋଟ ପିଲାଙ୍କ ପାଇଁ ବିଭିନ୍ନ ସମୟରେ ବିପଦ ସାଜିଛି। ଖୋଲା ବୋରୱେଲ ଓ ଟ୍ୟୁବୱେଲଗୁଡ଼ିକରେ ପଡ଼ି ଛୋଟଛୋଟ ପିଲାଙ୍କ ଜୀବନ ମଧ୍ୟ ଯାଉଛି। ଏହାକୁ ଦୃଷ୍ଟିରେ ରଖି ଓଡ଼ିଶା ଷ୍ଟେଟ କମିଶନ ଫର ପ୍ରୋଟେକ୍ସନ ଅଫ୍‌ ଚାଇଲ୍ଡ ରାଇଟ(ଓଏସ୍‌ସିପିସିଆର) ଏବଂ ଜଳ ସମ୍ପଦ ବିଭାଗ ପକ୍ଷରୁ ସମସ୍ତ ଜିଲାପାଳଙ୍କୁ ପୂର୍ବରୁ ୩ଥର ଏହାର ପ୍ରତିକାର ବ୍ୟବସ୍ଥା ପାଇଁ କ’ଣ ପଦକ୍ଷେପ ଗ୍ରହଣ କରାଯାଇଛି ସେନେଇ ଏକ ରିପୋର୍ଟ ପ୍ରସ୍ତୁତ କରିବାକୁ ନିର୍ଦ୍ଦେଶ ହୋଇଥିଲା। ହେଲେ ଏଯାଏ କୌଣସି ଜିଲାରୁ ଏନେଇ ଅନୁପାଳନ ରିପୋର୍ଟ ମିଳି ନ ଥିବା ଜଳ ସମ୍ପଦ ବିଭାଗର ସ୍ବତନ୍ତ୍ର ସଚିବ ପ୍ରଦୀପ କୁମାର ଦାସ ଉଦ୍‌ବେଗ ପ୍ରକାଶ କରିଛନ୍ତି। ଏପରି କି ପତ୍ରସଂଖ୍ୟା ୧୩୩୬/୧୬ା୧ା୨୦୨୦ରେ ନୂଆଦିଲ୍ଲୀ ଜାତୀୟ ଶିଶୁ ସୁରକ୍ଷା ଅଧିକାର କମିଶନଙ୍କ ନିକଟରେ ତୁରନ୍ତ କାର୍ଯ୍ୟାନ୍ବୟନ ରିପୋର୍ଟ ଦାଖଲ କରିବାକୁ ସମସ୍ତ ଜିଲାପାଳଙ୍କୁ ସ୍ବତନ୍ତ୍ର ସଚିବ ଦାଶ ନୋଟିସ ଦେଇଛନ୍ତି।
ଯାଜପୁର ଜିଲାରେ ବିଭିନ୍ନ ଯୋଜନାରେ ଲକ୍ଷାଧିକ ବୋରୱେଲ ଓ ଟ୍ୟୁବ୍‌ୱେଲ ଖନନ କରାଯାଉଛି। ଖନନକାରୀ ସଂସ୍ଥା କିମ୍ବା ସମ୍ପୃକ୍ତ ମାଲିକ ଗାଇଡଲାଇନକୁ ମାନୁ ନାହାନ୍ତି ା ଏପରିକି ଖନନକାରୀ ସଂସ୍ଥା ଜିଲା ପ୍ରଶାସନ ପାଖରେ ପଞ୍ଜିକୃତ କରୁ ନାହାନ୍ତି। ଏଥିପାଇଁ ସୁପ୍ରିମକୋର୍ଟଙ୍କ ରାୟ ଏବଂ କେନ୍ଦ୍ର ସରକାରଙ୍କ ନିର୍ଦ୍ଦେଶକୁ କାର୍ଯ୍ୟକାରୀ କରି ଆବଶ୍ୟକ ସୁରକ୍ଷା ବ୍ୟବସ୍ଥା ଗ୍ରହଣ କରିବାକୁ ରାଜ୍ୟ ସରକାରଙ୍କ ଜଳ ସମ୍ପଦ ବିଭାଗ ପକ୍ଷରୁ ନିର୍ଦ୍ଦେଶ ହେଉଛି। ଏହି ମର୍ମରେ ଜଳସମ୍ପଦ ବିଭାଗର ଅତିରିକ୍ତ ସଚିବ ରାଜେନ୍ଦ୍ର କୁମାର ପଟ୍ଟନାୟକ ଜିଲାପାଳମାନଙ୍କ ସମେତ ଓଡିଶା ଉଠାଜଳସେଚନ ନିଗମ ଲିଃ, ଭୂତଳ ଜଳ ଉନ୍ନୟନ ବିଭାଗୀୟ ଅଧିକାରୀଙ୍କୁ ତାଙ୍କ ପତ୍ରସଂଖ୍ୟା ୨୦୯୯୬/୨୦ା୯ା୨୦୧୯ରେ ଆବଶ୍ୟକ ପ୍ରତିକାର ବ୍ୟବସ୍ଥା କରିବାକୁ ନିର୍ଦ୍ଦେଶ ଜାରି କରିଥିଲେ। ଏହାବାଦ କେନ୍ଦ୍ର ସରକାରଙ୍କ ଜଳ ସମ୍ପଦ ବିଭାଗର ଜଳଶକ୍ତି ମନ୍ତ୍ରଣାଳୟ, ନଦୀ ବିକାଶ ଓ ଗଙ୍ଗା ସଂରକ୍ଷଣ ବିଭାଗୀୟ ସଚିବ ୟୁ.ପି. ସିଂ ତାଙ୍କ ପତ୍ରସଂଖ୍ୟା ୨୪୬୦୩/୪ା୯ା୨୦୧୯ରେ ରେ ଦର୍ଶାଇଥିଲେ ଯେ, ନ୍ୟାଶନାଲ କ୍ରାଇମ ରେକର୍ଡ(ଏନ୍‌ସିଆର) ବ୍ୟୁରୋରୁ ମିଳିଥିବା ସୂଚନା ମୁତାବକ ପରିତ୍ୟକ୍ତ କିମ୍ବା ଖୋଲା ବୋରୱେଲରେ ପଡ଼ି ସଂଖ୍ୟାଧିକ ଶିଶୁଙ୍କ ଜୀବନ ଯାଉଛି ା ତେଣୁ ଏଭଳି ଦୁର୍ଘଟଣାରୁ ଦୂରେଇ ରହିବାକୁ ଜିଲା ପ୍ରଶାସନ ପକ୍ଷରୁ ଆବଶ୍ୟକ ସୁରକ୍ଷା ବ୍ୟବସ୍ଥା ଗ୍ରହଣ କରିବାକୁ ପଡ଼ିବ। ଏଥିପାଇଁ ୧୧ା୨ା୨୦୧୦ ଓ ୬ା୮ା୨୦୧୦ରେ ସୁପ୍ରିମକୋର୍ଟ ପକ୍ଷରୁ ସୁରକ୍ଷା ଗାଇଡଲାଇନ ପ୍ରସ୍ତୁତ କରି ସମସ୍ତ ରାଜ୍ୟ ସରକାରଙ୍କୁ ସୂଚିତ କରାଯାଇଛି। ଏଥିପାଇଁ ଆବଶ୍ୟକ ନିରାକରଣ ବ୍ୟବସ୍ଥା ଗ୍ରହଣ କରି ଜିଲାପାଳ ଗାଇଡଲାଇନର ପାଳନ ଉପରେ ତଦାରଖ ଓ ନୀରିକ୍ଷଣ କରିବାକୁ ନିର୍ଦ୍ଦେଶ ହୋଇଛି ା ଗାଇଡଲାଇନ ଅନୁସାରେ ବୋରୱେଲ କିମ୍ବା ଟ୍ୟୁବୱେଲ ଖୋଲିବାର ୧୫ ଦିନ ପୂର୍ବରୁ ସମ୍ପୃକ୍ତ ଜମି ଓ ପରିସର ମାଲିକ ଜିଲାପାଳ କିମ୍ବା ସ୍ଥାନୀୟ ସରପଞ୍ଚ, ସମ୍ପୃକ୍ତ ବିଭାଗୀୟ ଅଧିକାରୀ, ଜନସ୍ବାସ୍ଥ୍ୟ ବିଭାଗକୁ ଲିଖିତ ଭାବେ ଜଣାଇବେ। ସମସ୍ତ ଖନନକାରୀ ସଂସ୍ଥା ଜିଲା ପ୍ରଶାସନ ପକ୍ଷରୁ ପଞ୍ଜିକୃତ ହୋଇଥିବ। ଏହାସହ ଖନନ ସମୟରେ ଖନନକାରୀ ସଂସ୍ଥା ଓ ବୋରୱୋଲ/ଟ୍ୟୁବୱେଲ ଖନନ କରୁଥିବା ମାଲିକର ସମ୍ପୂର୍ଣ୍ଣ ଠିକଣା ସମ୍ପୃକ୍ତ ସ୍ଥାନରେ ସୂଚିତ କରିବେ। ଏହାସହ ଖନନ ସମୟରେ ଚାରିପଟେ ତାରବାଡ଼ କିମ୍ବା ଅନ୍ୟ ଉପାୟରେ ଉପଯୁକ୍ତ ସୁରକ୍ଷା ବ୍ୟବସ୍ଥା କରିବେ। ଖନନ ସ୍ଥାନରେ ୦.୩୦ମିଟର ଗ୍ରାଉଣ୍ଡ ଲେଭଲ ଓ ୦.୩୦ ମିଟର ଗ୍ରାଉଣ୍ଡ ଲେଭଲରୁ କମ୍‌ ପର୍ଯ୍ୟନ୍ତ ସିମେଣ୍ଟ କଂକ୍ରିଟ କରାଯିବ ା ପମ୍ପ ମରାମତି ସମୟରେ ଟ୍ୟୁବୱେଲ ଖୋଲା ଛଡ଼ାଯିବ ନାହିଁ ା ଏଭଳି ଅନେକ ସୁରକ୍ଷା ବ୍ୟବସ୍ଥା ଗ୍ରହଣ କରିବାକୁ ସୁପ୍ରିମକୋର୍ଟ ପକ୍ଷରୁ ଗାଇଡଲାଇନକୁ ସ୍ବୀକୃତି ଦିଆଯାଇଛି ା କିନ୍ତୁ ବୋରୱେଲ/ଟ୍ୟୁବୱେଲ ଖନନ ସମୟରେ ଯାଜପୁର ଜିଲାରେ ଏହିସବୁ ଗାଇଡଲାଇନକୁ କେହି ମାନୁ ନ ଥିବା ଦେଖିବାକୁ ମିଳିଛି। ଏନେଇ ଏସ୍‌ସିପିସିଆର ପକ୍ଷରୁ ତାଙ୍କ ପତ୍ରସଂଖ୍ୟା ୩୯୪୪/୨୪ା୧୨ା୨୦୧୯ ଏବଂ ଜଳ ସମ୍ପଦ ବିଭାଗ ପକ୍ଷରୁ ମଧ୍ୟ ୨୮୨୬୪/ଡବ୍ଲ୍ୟୁଆର/୭ା୧୨ା୨୦୧୯ରେ ଜିଲାପାଳଙ୍କୁ ଆଗୁଆ ପଦକ୍ଷେପ ନେବାକୁ ନିର୍ଦ୍ଦେଶ ହୋଇଥିଲା। ଏହିସବୁ ନିର୍ଦ୍ଦେଶ କାର୍ଯ୍ୟକାରୀ ନ ହେବାରୁ ପୁଣି ଜଳ ସମ୍ପଦ ବିଭାଗ ପକ୍ଷରୁ ସ୍ବତନ୍ତ୍ର ସଚିବ ପ୍ରଦୀପ କୁମାର ଦାଶ ତାଙ୍କ ପତ୍ରସଂଖ୍ୟା ୧୩୩୬/୧୬ା୧ା୨୦୨୦ରେ ନୂଆଦିଲ୍ଲୀ ଜାତୀୟ ଶିଶୁ ସୁରକ୍ଷା ଅଧିକାର କମିଶନଙ୍କ ନିକଟରେ ତୁରନ୍ତ କାର୍ଯ୍ୟାନ୍ବୟନ ରିପୋର୍ଟ ଦାଖଲ କରିବାକୁ ଜିଲାପାଳଙ୍କୁ ନୋଟିସ ଦେଇଛନ୍ତି ।


Enter your email to get our daily news in your inbox.

All Right Reserved By Dharitri.Com

ଯୁବକଙ୍କ ଗଳିତ ମୃତଦେହ ଉଦ୍ଧାର, ବନ୍ୟଜନ୍ତୁ ଖାଇ…

ଦିଗପହଣ୍ଡି,୧|୧(ଅଶେଷ ନାଥ ମିଶ୍ର): ଗଞ୍ଜାମ ଜିଲା ଦିଗପହଣ୍ଡି ବ୍ଲକ କୋଟିନଡ଼ା ଗ୍ରାମ ନିକଟ ଗୋପୀନାଥପୁର ମୌଜା ରାଧାକୃଷ୍ଣ ମନ୍ଦିର ନିକଟରୁ ଜଣେ ଯୁବକଙ୍କ ଗଳିତ ମୃତଦେହ...

ମାନସିକ ବିକାରଗ୍ରସ୍ତ ବ୍ୟକ୍ତିଙ୍କୁ ଆକ୍ରମଣ କଲା ହାତୀ: ଆଉ ତା’ପରେ…

ଅନୁଗୋଳ,୧/୧(ମାନସ ବିଶ୍ୱାଳ): ଅନୁଗୋଳ ବନଖଣ୍ଡ ଅନ୍ତର୍ଗତ ବଡ଼କେରା ପଞ୍ଚାୟତ ଗୁରୁଙ୍ଗ ଖଇରା ସାହି ନିକଟ ଆଡଗଣ୍ଡି ନାଳ ପୋଲ ପାଖରେ ଜଣେ ମାନସିକ ବିକାରଗସ୍ତ ବ୍ୟକ୍ତିଙ୍କ...

ମା’ ତାରାତାରିଣୀ ପୀଠ ଚଳଚଞ୍ଚଳ: ପୂଜାର୍ଚ୍ଚନା କଲେ ଗଞ୍ଜାମ ଜିଲାପାଳ, ସମସ୍ତଙ୍କ ଶୁଭ ମନାସି ଜିଲାର…

ପୁରୁଷୋତ୍ତମପୁର,୧ା୧(ସବିତା ମିଶ୍ର): ନବବର୍ଷ ଅବସରରେ ଗୁରୁବାର ଗଞ୍ଜାମ ଜିଲାର ଅଧିଷ୍ଠାତ୍ରୀ ଦେବୀ ମା’ ତାରାତାରିଣୀଙ୍କ ପୀଠ ଚଳଚଞ୍ଚଳ ହେଇଉଠିଥିବା ବେଳେ ପ୍ରବଳ ଜନସମାଗମ ହୋଇଛି। ଭୋର୍‌...

ଦାରିଙ୍ଗବାଡ଼ି ଶୀତ ମହୋତ୍ସବ ପାଇଁ ଜୋର୍‌ଦାର ପ୍ରସ୍ତୁତି

ଦାରିଙ୍ଗବାଡ଼ି,୧ା୧(ଅରୁଣ ସାହୁ): କନ୍ଧମାଳ ଜିଲା ଦାରିଙ୍ଗବାଡ଼ି ଶୀତ ମହୋତ୍ସବ ଆଉ ଗୋଟିଏ ସପ୍ତାହ ପରେ ହେବାକୁ ଯାଉଛି। ଏଥିପାଇଁ ପ୍ରସ୍ତୁତି ଜୋର୍‌ଦାର କରାଯାଉଛି। ୪ଦିନ ଧରି...

ସରକାରୀ ବସ୍‌ରେ ଯାତ୍ରୀଙ୍କୁ ମିଳୁନି ଟିକେଟ୍‌, ସଂଗୃହୀତ ଅର୍ଥ ଯାଉଛି କୁଆଡ଼େ

ଦାରିଙ୍ଗବାଡ଼ି,୧ା୧(ଅରୁଣ ସାହୁ): କନ୍ଧମାଳ ଜିଲା ଦାରିଙ୍ଗବାଡ଼ି ବ୍ଲକ କେରୁବାଡ଼ିଠାରୁ ଫୁଲବାଣୀକୁ ଯାତାୟାତ କରୁଥିବା ସରକାରୀ ଯାତ୍ରୀବାହୀ ବସ୍‌ରେ ସମସ୍ତ ଯାତ୍ରୀଙ୍କୁ ବସ୍‌ର କର୍ମଚାରୀ ବା ଟିକେଟ୍‌...

ନୂଆବର୍ଷରେ ଅଘଟଣ: ଦ୍ରୁତଗତିରେ ଆସି ମହିଳାଙ୍କୁ ଧକ୍କା ଦେଲା କାର୍‌, ୧୦ ମିଟର ଦୂରରେ ଯାଇ…

ଲାଞ୍ଜିଗଡ଼,୧ା୧(ରମେଶ ଚନ୍ଦ୍ର ନାୟକ): ବର୍ଷ ଆରମ୍ଭରୁ ଏକ ଦୁଃଖଦ ଘଟଣା ଘଟିଛି। କଳାହାଣ୍ଡି ଜିଲା ଲାଞ୍ଜିଗଡ଼ ଥାନା ଅନ୍ତର୍ଗତ ଆଶ୍ରମପଡ଼ା ନିକଟରେ ଏକ ଅଜଣା ଗାଡ଼ି...

ଚିକିତ୍ସା ପାଇଁ ସହାୟତାର ହାତ ବଢ଼ାଇଲେ ଯୁବ ସମିତି ସଭ୍ୟ, ନିଜ ଦରମାରୁ ଦେଇଦେଲେ ଟଙ୍କା

ଗଞ୍ଜାମ,୧।୧(ବିଦ୍ୟାଧର ସାହୁ ): ଗଞ୍ଜାମ ବ୍ଲକ ଅନ୍ତର୍ଗତ ହୁମା ପଞ୍ଚାୟତର ବୋରିଗାଁ ଗ୍ରାମର ଗାଣ୍ଡୁ ଗୌଡ଼ ଦୀର୍ଘ ଦିନ ହେବ ଅଜଣା ରୋଗରେ ପୀଡିତ ଅଛନ୍ତି...

ପର୍ଯ୍ୟଟକଙ୍କୁ ଆକର୍ଷିତ କରୁଛି ମିଡିୟୁବାନ୍ଦା ଜଳପ୍ରପାତ: VIDEO ଦେଖିଲେ ଲାଖି ଯିବ ଲାଖି

ଦାରିଙ୍ଗବାଡି,୧।୧(ଅରୁଣ ସାହୁ):ଓଡିଶାର କଶ୍ମୀର କୁହାଯାଉଥିବା ଦାରିଙ୍ଗବାଡିରେ ଅନେକ ଜଳ ପ୍ରପାତ ରହିଛି। ସେଥିମଧ୍ୟରେ ଅନ୍ୟତମ ଜଳପ୍ରପାତ ହେଉଛି ମିଡିୟୁାନ୍ଦା ଜଳପ୍ରପାତ, ଯାହାକି ପର୍ଯ୍ୟଟକଙ୍କ ପାଇଁ ମୁଖ୍ୟ...

Advertisement

ଧରିତ୍ରୀ କାର୍ଟୁନ

Archives
Model This Week

ପିଲାଙ୍କ ଧରିତ୍ରୀ

Why Dharitri