Categories: ଗଞ୍ଜାମ

ଶିଶୁଙ୍କ ଡ୍ରେସ ବିକ୍ରି କରିବା ମହଙ୍ଗା ପଡ଼ିଲା: ନର୍ସଙ୍କୁ କାରଣ ଦର୍ଶାଅ ନୋଟିସ

ବ୍ରହ୍ମପୁର ଅଫିସ,୨୦ା୭-ଏମକେସିଜି ମେଡିକାଲ କଲେଜରେ ରୋଗୀଙ୍କୁ ଶୋଷଣ କରାଯାଉଥିବା ନେଇ ବିଭିନ୍ନ ସମୟରେ ଅଭିଯୋଗ ଆସୁଛି। ଏପରିକି ଅସ୍ତ୍ରୋପଚାର ପାଇଁ ଲାଞ୍ଚ ନେଉଥିବା ବେଳେ ଜଣେ ଡାକ୍ତର ଭିଜିଲାନ୍ସ ଜାଲରେ ପଡିଥିବା ମଧ୍ୟ ନଜିର ରହିଛି। କିଛିଦିନ ତଳେ ସ୍ତ୍ରୀ ଓ ପ୍ରସୂତି ବିଭାଗରେ ଜଣେ ନର୍ସ ୱାର୍ଡକୁ ୱାର୍ଡ ବୁଲି ନବଜାତ ଶିଶୁଙ୍କ ପାଇଁ ଡ୍ରେସ ବିକ୍ରି କରୁଥିବା ଭିଡିଓ ଭାଇରାଲ ହୋଇଥିଲା ।
ଉକ୍ତ ଘଟଣାକୁ ନେଇ ଏମକେସିଜି ମେଡିକାଲ ଅଧୀକ୍ଷକ ଡ଼. ଚରଣ ପଣ୍ଡାଙ୍କ ଦୃଷ୍ଟି ଆକର୍ଷଣ କରାଯାଇଥିଲା । ଏହାର ତଦନ୍ତ ପାଇଁ ପ୍ରଶାସନିକ ଅଧିକାରୀ ସୁଦାମ ମଣ୍ଡଳଙ୍କୁ ଦାୟିତ୍ୱ ଦିଆଯାଇଛି ।
ପ୍ରାଥମିକ ପର୍ଯ୍ୟାୟରେ ସମ୍ପୃକ୍ତ ନର୍ସଙ୍କୁ ଅନ୍ୟ ୱାର୍ଡକୁ ସ୍ଥାନାନ୍ତର କରାଯାଇଛି ।
ତାଙ୍କୁ କାରଣ ଦର୍ଶାଅ ନୋଟିସ ଜାରି କରାଯାଇଛି ବୋଲି ପ୍ରଶାସନିକ ଅଧିକାରୀ ମଣ୍ଡଳ ସୂଚନା ଦେଇଛନ୍ତି ।