ଶିଶୁଙ୍କୁ ମୋବାଇଲ୍‌ରେ ଗୀତ ଶୁଣାଉଛନ୍ତି କି? ହୋଇପାରେ ଏହିସବୁ ସମସ୍ୟା

ଛୋଟ ପିଲାଙ୍କ ପାଇଁ କୋଳାହଳପୂର୍ଣ୍ଣ ପରିବେଶ ଅତ୍ୟନ୍ତ ବିପଜ୍ଜନକ। କୌଣସି କାରଣରୁ ପିଲା ଅଝଟ କଲେ ପରିବାର ଲୋକେ ମୋବାଇଲ୍‌ରେ ଗୀତ ଶୁଣାଇଦିଅନ୍ତି ନଚେତ୍‌ ଟିଭି ଦେଖାନ୍ତି। ଏହାଦ୍ୱାରା ସୃଷ୍ଟ ତୀବ୍ର ଶବ୍ଦ ପିଲାର ମାନସିକ ବିକାଶ ଦିଗରେ ବାଧା ଉପତ୍ନ୍ନ କରିଥାଏ। ଏମିତି ଅନେକଥର ହୋଇଥାଏ, ଯେତେବେଳେ ଆପଣ କାମ କଲାବେଳେ ପିଲା ହଇରାଣ କରେ, ତା’ ମନ ଭୁଲାଇବାକୁ ଆପଣ ତାକୁ ମୋବାଇଲ୍‌ରେ ଗୀତ ଶୁଣାନ୍ତି କିମ୍ବା ଟିଭି ଲଗାଇ ଦିଅନ୍ତି। ଏହାଦ୍ୱାରା ପିଲାର ମନ ପରିର୍ତ୍ତନ ହୋଇଯାଏ, ସେ ଆଉ ଅଝଟ କରେ ନାହଁି। କିନ୍ତୁ ଏହି ଉପାୟ ଯେ ସେମାନଙ୍କ ବିକାଶକୁ ପ୍ରଭାବିତ କରିଥାଏ ହୁଏତ, ଏକଥା ଜାଣି ନ ଥିବେ। ଯଦି ପିଲା ଧୀରେ ଧୀରେ ଗୀତ ଶୁଣିବା ବା ହେଡଫୋନ୍‌ର ଅଭ୍ୟାସରେ ପଡୁଥାଏ, ତେବେ ସତର୍କ ହୋଇଯାନ୍ତୁ। ଏହି କୋଳାହଳ ପିଲା ମସ୍ତିଷ୍କ ବିକାଶରେ ସମ୍ଯଯା ସୃଷ୍ଟିକରେ। ଟିଭି ଶବ୍ଦ, ମୋବାଇଲ୍‌ ଫୋନ୍‌ ଶବ୍ଦ, ରେଡିଓ ବା ୱାଶିଙ୍ଗ୍‌ ମେସିନ୍‌ କିମ୍ବା ଘରେ କୋଳାହଳ ପରିବେଶ ଦୀର୍ଘସମୟ ଧରି ଚାଲିଲେ ଏହା ପିଲାର ମାନସିକ ବିକାଶରେ ହାନି ପହଞ୍ଚାଇଥାଏ। ଯଦିଓ ପିଲାଦିନେ ଏହା କୌଣସି ସମସ୍ୟା ସୃଷ୍ଟି କରେ ନାହଁି, ତଥାପି ଭବିଷ୍ୟତରେ ବିଭିନ୍ନ ପ୍ରକାର ରୋଗ ହେବା ସାଙ୍ଗକୁ ସ୍ମରଣ ଶକ୍ତି ଏବଂ କିଛି ନୂଆ କଥା ଶିଖିବା ପ୍ରଣାଳୀ ଉପରେ ପ୍ରଭାବ ପଡ଼େ। ଦିନକୁ ଅତି କମ୍‌ରେ ୬ ଘଣ୍ଟାରୁ ଊର୍ଦ୍ଧ୍ୱ ସମୟ କୋଳାହଳ ପରିବେଶରେ ଶିଶୁ ରହିଲେ, ମସ୍ତିଷ୍କରେ ରକ୍ତ ପ୍ରବାହ ଦିଗରେ ବାଧା ଉପୁଜିଥାଏ। ଏହାଦ୍ୱାରା ମଧୁମେହ, ଉଚ୍ଚରକ୍ତଚାପ ଏବଂ ଶୀଘ୍ର ବୃଦ୍ଧାବସ୍ଥା ଆସିବା ଭଳି ସମସ୍ୟା ସୃଷ୍ଟିହୁଏ। କେବଳ ସେତିକି ନୁହେଁ, କୋଳାହଳମୟ ପରିବେଶରେ ପିଲା ଯେତେବେଳେ ପଢ଼ିବା ଆରମ୍ଭ କରେ, ତାହା ସ୍ମରଣ ଶକ୍ତି ଉପରେ ନକାରାମତ୍କ ପ୍ରଭାବ ପକାଏ। ଯଦି ପିଲାଦିନେ ସ୍ମରଣ ଶକ୍ତି ଦୁର୍ବଳ ରହେ, ତେବେ ଯୁବାବସ୍ଥାରେ ଏହା ସ୍ବଭାବରେ ପରିବର୍ତ୍ତନ ଆଣିଥାଏ। ନିଃସନ୍ଦେହରେ କୁହାଯାଇପାରେ, ଏହା ଉଜ୍ଜ୍ୱଳ ଭବିଷ୍ୟତ ପାଇଁ ଆଦୌ ଶ୍ରେୟସ୍କର ନୁହେଁ।


Enter your email to get our daily news in your inbox.

All Right Reserved By Dharitri.Com

ବିଜୟ ସହ ଅଭିଯାନ ଶେଷ କଲା ଆଫଗାନିସ୍ତାନ

ଚେନ୍ନାଇ,୧୯ା୨- ଇବ୍ରାହିମ ଜଦ୍ରାନଙ୍କ ଅପରାଜିତ ୯୫ ରନ୍‌ ଏବଂ ମହମ୍ମଦ ନବିଙ୍କ ଯାଦୁଗରୀ ବୋଲିଂ ବଳରେ ଗୁରୁବାର ସନ୍ଧ୍ୟାରେ ଖେଳାଯାଇଥିବା ଟି୨୦ ବିଶ୍ୱକପ୍‌ର ଏକ ଲିଗ୍‌ ମ୍ୟାଚ୍‌ରେ…

ବିଷାକ୍ତ ଗ୍ୟାସ୍‌ ଲିକ୍‌: ଚାଲିଗଲା ୩୭ ଜୀବନ

ଆବୁଜା,୧୯ା୨: ନାଇଜେରିଆର ଉତ୍ତର କେନ୍ଦ୍ରୀୟ ଅଞ୍ଚଳସ୍ଥିତ ଏକ ଖଣିରୁ ବିଷାକ୍ତ ଗ୍ୟାସ୍‌ ଲିକ୍‌ ହେବା ଯୋଗୁ ସେଠାରେ କାର୍ଯ୍ୟ କରୁଥିବା ଲୋକଙ୍କ ମଧ୍ୟରୁ ୩୭ଜଣଙ୍କ ମୃତ୍ୟୁ ହୋଇଛି।…

ଇଟାଲିକୁ ପରାସ୍ତ କରି ସୁପର-୮ରେ ପହଞ୍ଚିଲା ଓ୍ବେଷ୍ଟଇଣ୍ଡିଜ

କୋଲକାତା,୧୯ା୨: ଅଧିନାୟକ ଶାଇ ହୋପ୍‌ଙ୍କ ଅପରାଜିତ ଅର୍ଦ୍ଧଶତକ ଏବଂ ବୋଲରଙ୍କ ଶୃଙ୍ଖଳିତ ବୋଲିଂ ସହାୟତାରେ ଓ୍ବେଷ୍ଟଇଣ୍ଡିଜ ଚଳିତ ଟି୨୦ କ୍ରିକେଟ ବିଶ୍ୱକପ୍‌ରେ ଇଟାଲିକୁ ୪୨ ରନରେ ପରାସ୍ତ…

ସଙ୍ଗୀତର ଫଟୋ ଶେୟାର କଲେ ଶିଖର ଧାଓ୍ବନ, ଗୋଲଡେନ ଲେହେଙ୍ଗାରେ ମନ ମୋହିଲେ ସୋଫି

ନୂଆଦିଲ୍ଲୀ,୧୯।୨: ପୂର୍ବତନ ଭାରତୀୟ କ୍ରିକେଟର ଶିଖର ଧାୱନ ଏବଂ ସୋଫି ସାଇନଙ୍କ ବିବାହର ଗୁଜବ ବହୁତ ଦିନ ଧରି ଘୁରି ବୁଲୁଛି। ଯଦିଓ ଉଭୟ ଏହି ଖବରକୁ…

Watch: ଏମିତି ସିକ୍ସ ମାରିଲେ ବୈଭବ ସୂର୍ଯ୍ୟବଂଶୀ ଫାଟିଗଲା ପାଣି ପାଇପଲାଇନ, ଦେଖନ୍ତୁ ଭାଇରାଲ ଭିଡିଓ

ନୂଆଦିଲ୍ଲୀ,୧୯।୨: ଯେତେ ପ୍ରତିଭାବାନ ବୋଲରଙ୍କ ସାମ୍ନା କରନ୍ତୁ ନା କାହିଁକି, ବୈଭବ ସୂର୍ଯ୍ୟବଂଶୀଙ୍କ ବ୍ୟାଟ ସମସ୍ତଙ୍କୁ ସହଜରେ ପରାସ୍ତ କରିପାରିବ। 2026 ଇଣ୍ଡିଆନ ପ୍ରିମିୟର ଲିଗ ସିଜିନ…

ସାରା ଦେଶରେ ହେବ SIR, ନିର୍ବାଚନ କମିଶନ କହିଲେ କେବେ ଆରମ୍ଭ ହେବ ପ୍ରକ୍ରିୟା, ଜାଣନ୍ତୁ ତାଲିକାରେ ପ୍ରଥମେ ରହିଛି କେଉଁ ରାଜ୍ୟ

ନୂଆଦିଲ୍ଲୀ,୧୯।୨: ଭୋଟର ତାଲିକାକୁ ଅଧିକ ସ୍ବଚ୍ଛ ଏବଂ ତ୍ରୁଟିମୁକ୍ତ କରିବା ପାଇଁ ଭାରତୀୟ ନିର୍ବାଚନ କମିଶନ (ECI) ଏକ ଦେଶବ୍ୟାପୀ SIR (ବିଶେଷ ସଘନ ସଂଶୋଧନ) ପ୍ରକ୍ରିୟା…

ସେରୁବନ୍ଧ ବକ୍ସାଇଟ ପାହାଡ଼ ରାସ୍ତା ନିର୍ମାଣକୁ ବିରୋଧ: କମ୍ପାନୀର ଭୂମିପୂଜାକୁ ରୋକିଲେ ଅଞ୍ଚଳବାସୀ,ଫେରିଗଲା…

ପଟ୍ଟାଙ୍ଗି,୧୯ା୨(ଶରତ କୁମାର ଧଳ)- କୋରାପୁଟ ଜିଲା ପଟ୍ଟାଙ୍ଗି ବ୍ଲକ ମାଳିପୁଟ ପଞ୍ଚାୟତ ଅଧୀନ ସେରୁବନ୍ଧ ବକ୍ସାଇଟ ପାହାଡ଼କୁ ରାସ୍ତା ତିଆରି କରିବାକୁ ଏକ ଘରୋଇ କମ୍ପାନୀ ପକ୍ଷରୁ…

ଓପନର ଅଭିଷେକଙ୍କୁ ଏଭଳି ପରାମର୍ଶ ଦେଲେ ଗାଭାସ୍କର, ଜାଣନ୍ତୁ…

ଅହମଦାବାଦ,୧୯ା୨: ଟି୨୦ ବିଶ୍ୱକପ୍‌ରେ ସଂଘର୍ଷ କରୁଥିବା ଭାରତୀୟ ଓପନର ଅଭିଷେକ ଶର୍ମାଙ୍କୁ ବ୍ୟାଟିଂ କିମ୍ବଦନ୍ତୀ ସୁନୀଲ ଗାଭାସ୍କର ଏକ ପରାମର୍ଶ ଦେଇଛନ୍ତି। ଅଭିଷେକଙ୍କୁ ଇନିଂସ ଆରମ୍ଭରୁ ଆକ୍ରସ…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri