ଶିଶୁକନ୍ୟାକୁ କରୋନା ନେଇ ଭିଡ଼ିଓ ଭାଇରାଲ

ଲାଠୋର, ୨୮ା୪(ଡି.ଏନ.ଏ.)
ସାରା ଦେଶରେ କରୋନା ଭୁତାଣୁ କାୟା ବିସ୍ତାର କରି ଚାଲିଛି। ଏଭଳି ସ୍ଥିତିରେ ସୋସିଆଲ ମିଡ଼ିଆରେ ଭିଡ଼ିଓ ଭାଇରାଲ କରାଯିବାକୁ ନେଇ ଲୋକେ ଆତଙ୍କିତ ହୋଇଛନ୍ତି ା ସୋମବାର ସକାଳେ ଏକ ନିର୍ଦ୍ଧିଷ୍ଟ ଓଡ଼ିଆ ବୈଦ୍ୟୁତିକ ଗଣମାଧ୍ୟମର ବ୍ରେକିଂ ନ୍ୟୁଜର ସ୍କ୍ରିନ ସଟ୍‌ ମାରି କେହି ଜଣେ ଏକ ଭିଡ଼ିଓ ଭାଇରାଲ କରିଥିଲେ ା ବଲାଙ୍ଗୀର ଜିଲା ଲାଠୋର ପଞ୍ଚାୟତର ଜଣେ ଶିଶୁକନ୍ୟା କରୋନାରେ ଆକ୍ରାନ୍ତ ହୋଇଥିବା ନେଇ ଏଥିରେ ପ୍ରଚାର କରାଯାଇଥିଲା ା ସୋସିଆଲ ମିଡ଼ିଆରେ ତାହା ପୋଷ୍ଟ କରିବା ପରେ ସେହି ଭିିଡ଼ିଓ ମୋବାଇଲରୁ ମୋବାଇଲକୁ ଘୁରି ବୁଲିଥିଲା ା ହେଲେ ସମ୍ପୃକ୍ତ ଚ୍ୟାନେଲର ସ୍ଥାନୀୟ ଖବରଦାତାଙ୍କୁ ଯୋଗାଯୋଗ କରିବାରୁ ସେ ଏ ଘଟଣା ସଂକ୍ରାନ୍ତରେ ଜାଣି ନ ଥିବା କହିଥିଲେ ା ପରେ ଏହା ଗୁଜବ ବୋଲି ଜଣାପଡିଥିଲା ା ଲାଠୋର ସରପଞ୍ଚ ପ୍ରବୀଣ ଅଗ୍ରୱାଲ କହିଛନ୍ତି, ଗୁଜବ ପ୍ରଚାର ସମ୍ପର୍କରେ ଆମେ ପୋଲିସକୁ ଅବଗତ କରିଛୁ ା ଲୋକ ଭୟଭୀତ ହେବାର ଆବଶ୍ୟକତା ନାହିଁ। ତେବେ କିଏ ଏପରି ଗୁଜବ ପ୍ରଚାର କଲା ତାହା ତଦନ୍ତ କରି କାର୍ଯ୍ୟାନୁଷ୍ଠାନ ଗ୍ରହଣ କରିବାକୁ ସାଧାରଣରେ ଦାବି ହେଉଛି।