ଶିଳ୍ପାନୁଷ୍ଠାନରେ ସ୍ଥାନୀୟ ଯୁବତୀଯୁବକଙ୍କ ନିଯୁକ୍ତିକୁ ନେଇ ବିଧାନସଭାରେ ଉଦ୍‌ବେଗ: ବିଭିନ୍ନ ଶିଳ୍ପ ସଂସ୍ଥାରେ ନିଯୁକ୍ତି ପାଇଛନ୍ତି ୨ଲକ୍ଷ ୨୬ ହଜାର

ଭୁବନେଶ୍ୱର,୨।୭(ବ୍ୟୁରୋ): ରାଜ୍ୟରେ ଥିବା ବିଭିନ୍ନ ଶିଳ୍ପାନୁଷ୍ଠାନରେ ୨ ଲକ୍ଷ ୬୮ହଜାର ୪୫୧ ଜଣ ନିଯୁକ୍ତି ପାଇଛନ୍ତି। ସେମାନଙ୍କ ମଧ୍ୟରୁ ରାଜ୍ୟ ଭିତରୁ ୨ଲକ୍ଷ ୨୬ ହଜାର ୯୬୧ଜଣ ନିଯୁକ୍ତି ପାଇଛନ୍ତି। ଅର୍ଥାତ୍‌ ନିଯୁକ୍ତିର ୮୫ ପ୍ରତିଶତ ରାଜ୍ୟ ଭିତରୁ ନିଯୁକ୍ତି ଦିଆଯାଇଛି। ସରକାରଙ୍କ ଚୁକ୍ତି ଅନୁଯାୟୀ ଘରୋଇ ଶିଳ୍ପାନୁଷ୍ଠାନଗୁଡିକ ଅଣକୁଶଳୀ ଓ ଅର୍ଦ୍ଧକୁଶଳୀ ୯୦ ପ୍ରତିଶତ, କୁଶଳୀ ୬୦ ପ୍ରତିଶତ ଏବଂ ପରିଚାଳନା ବା ପ୍ରଶାସନିକ କ୍ଷେତ୍ରରେ ୪୦ ପ୍ରତିଶତ ନିଯୁକ୍ତି ଦେବାର ବ୍ୟବସ୍ଥା ରହିଛି। ମଙ୍ଗଳବାର ବିଧାନସଭାରେ ପ୍ରଶ୍ନୋତ୍ତର କାର୍ଯ୍ୟକ୍ରମ ବେଳେ ଏହି ସୂଚନା ଦେଇଛନ୍ତି ଶ୍ରମ ଓ ନିୟୋଜନ ମନ୍ତ୍ରୀ ସୁଶାନ୍ତ କୁମାର ସିଂହ। ମୂଳ ପ୍ରଶ୍ନକତା ଭାଜପା ସଭ୍ୟ ମୋହନ ମାଝି ପଚାରିଥିଲେ ଶିଳ୍ପାନୁଷ୍ଠାନଗୁଡ଼ିକରେ ରାଜ୍ୟ ଭିତରେ ୭୫% ଓ ରାଜ୍ୟ ବାହାରୁ ୨୫% ନିଯୁକ୍ତି ଦେବାର ରହିଛି। ମାତ୍ର ରାଜ୍ୟରେ ସ୍ଥାନୀୟ ଯୁବତୀଯୁବକ ଏହି ସୁଯୋଗରୁ ବଞ୍ଚିତ ହେଉଛନ୍ତି। କେନ୍ଦୁଝର ଜିଲାରେ କେତୋଟି ଶିଳ୍ପରେ କେତେଜଣ ଯୁବତୀଯୁବକଙ୍କୁ ନିଯୁକ୍ତି ଦିଆଯାଇଛି ସେ ବିଷୟରେ ମନ୍ତ୍ରୀ ଉତ୍ତର ଦିଅନ୍ତୁ ବୋଲି କହିଥିଲେ। ଉତ୍ତରରେ ମନ୍ତ୍ରୀ କହିଥିଲେ, କେନ୍ଦୁଝର ଜିଲାରେ ୨୨ଟି ଶିଳ୍ପରେ ୧୦ହଜାର ୯୯୨ ଜଣଙ୍କୁ ନିଯୁକ୍ତି ଦିଆଯାଇଛି। ସେଥିରୁ ରାଜ୍ୟରୁ ୯ହଜାର ୩୫୯ ଅର୍ଥାତ୍‌ ୯୨% ସ୍ଥାନୀୟ ଯୁବତୀଯୁବକଙ୍କୁ ନିଯୁକ୍ତି ଦିଆଯାଇଛି। ବିଜେଡି ସଭ୍ୟ ଅତନୁ ସବ୍ୟସାଚୀ ନାୟକ ପାରାଦୀପରେ ଥିବା ପିପିଏଲ୍‌, ଇଫ୍‌କୋ, ଆଇଓସିଏଲ୍‌, ପାରାଦୀପ ପୋର୍ଟ ଟ୍ରଷ୍ଟ ଭଳି ସଂସ୍ଥାରେ କେତେଜଣ ସ୍ଥାନୀୟ ଯୁବତୀଯୁବକଙ୍କୁ ନିଯୁକ୍ତି ଦିଆଯାଇଛି। ମହାକାଳପଡ଼ା ନିର୍ବାଚନମଣ୍ଡଳୀର ଲୋକେ ଶିଳ୍ପ ଯୋଗୁ ଧୂଳି ଓ ଧୁଆଁରେ ଆକ୍ରାନ୍ତ ହେଉଛନ୍ତି। ସେହି ଶିଳ୍ପାନୁଷ୍ଠାନଗୁଡିକରେ କେତେଜଣଙ୍କୁ ନିଯୁକ୍ତି ଦିଆଯାଇଛି ବୋଲି ପଚାରିଥିଲେ। କଂଗ୍ରେସ ସଦସ୍ୟ ସୁରେଶ କୁମାର ରାଉତରାୟ ପ୍ରଶ୍ନୋତ୍ତର ବେଳେ ଆପତ୍ତି ଉଠାଇଥିଲେ ଯେ, ଆମ ରାଜ୍ୟରେ ବହୁ ଇଞ୍ଜିନିୟରିଂ କଲେଜ ଓ ଆଇଟିଆଇ ରହିଛି। ଜଗତପୁର, ରସୁଲଗଡ଼, ପାତ୍ରପଡ଼ା, ମଞ୍ଚେଶ୍ୱର, ଚନ୍ଦକା ଆଦି ଶିଳ୍ପାଞ୍ଚଳରେ ବହୁ କାରଖାନା ଗଢ଼ିଉଠିଛି। ସେ ସବୁ ଜାଗାରେ ବାହାର ଲୋକ ଚାକିରି କରୁଛନ୍ତି। ଆମ ପିଲା କମ୍‌ ପଇସାରେ ଦିଲ୍ଲୀ, ବାଙ୍ଗାଲୋରରେ ଚାକିରି ପାଇଁ ବୁଲୁଛନ୍ତି। ଆମେ ଜମି ଦେଲୁ, ସେମାନେ ଶିଳ୍ପ କଲେ। ଆମପିଲାଙ୍କୁ କାହିଁକି ନିଯୁକ୍ତି ଦିଆଯିବ ନାହିଁ ବୋଲି ସେ କହିଥିଲେ। ବିଜେଡି ସଭ୍ୟ ସୁଧାଂଶୁ ଶେଖର ପରିଡ଼ା, ପ୍ରତାପ ଦେବ, ସୁଧୀର ସାମଲ ଶିଳ୍ପାନୁଷ୍ଠାନରେ ନିଯୁକ୍ତିକୁ ନେଇ ମନ୍ତ୍ରୀଙ୍କ ଦୃଷ୍ଟିଆକର୍ଷଣ କରିଥିଲେ। କେନ୍ଦ୍ର ସରକାର ୫ ବର୍ଷରେ ୨ କୋଟି ଯୁବତୀଯୁବକଙ୍କୁ ନିଯୁକ୍ତି ଦେବା ଲାଗି ଘୋଷଣା କରିଥିଲେ। ଗତ ୫ ବର୍ଷରେ ଓଡ଼ିଶାରେ ଥିବା କେନ୍ଦ୍ରୀୟ ସଂସ୍ଥାରେ କେତେଜଣଙ୍କୁ ନିଯୁକ୍ତି ଦିଆଯାଇଛି। ଢେଙ୍କାନାଳରେ କେତେଜଣ ସ୍ଥାନୀୟ ଯୁବତୀଯୁବକଙ୍କୁ ନିଯୁକ୍ତି ଦିଆଯାଇଛି ବୋଲି ପଚାରିଥିଲେ। ଉତ୍ତରରେ ମନ୍ତ୍ରୀ କହିଥିଲେ ପାରାଦୀପରେ କେଉଁ ସଂସ୍ଥାରେ କେତେ ନିଯୁକ୍ତ ହୋଇଛନ୍ତି ତାହାର ତର୍ଜମା କରାଯିବ । ଯଦି ସ୍ଥାନୀୟ ଲୋକଙ୍କୁ ନିଯୁକ୍ତି ଦିଆଯାଇ ନ ଥିବ ତେବେ ଆଇନ ଅନୁସାରେ ପଦକ୍ଷେପ ନିଆଯିବ । ଖୋର୍ଦ୍ଧା ଜିଲାରେ ବିଭିନ୍ନ ଶିଳ୍ପ ସଂସ୍ଥାରେ ୮ହଜାର ୪୦ ଜଣଙ୍କୁ ନିଯୁକ୍ତି ଦିଆଯାଇଛି। ସେଥିମଧ୍ୟରେ ୭ହଜାର ୫୦୯ ଜଣଙ୍କୁ ରାଜ୍ୟ ଭିତରୁ ଏବଂ ୫୩୧ ଜଣଙ୍କୁ ରାଜ୍ୟ ବାହାରୁ ନିଯୁକ୍ତି ଦିଆଯାଇଛି। କେନ୍ଦ୍ର ସରକାରଙ୍କ ସଂସ୍ଥାରେ କେତେଜଣ ଓଡ଼ିଆଙ୍କୁ ନିଯୁକ୍ତି ଦିଆଯାଇଛି, ସେ ସମ୍ପର୍କରେ ତଥ୍ୟ ନାହିଁ। ନିୟମ ଅନୁଯାୟୀ, ୮୫ ପ୍ରତିଶତ ନିଯୁକ୍ତି ରାଜ୍ୟ ଭିତରେ ହୋଇଛି। ବରିଷ୍ଠ ଅଧିକାରୀ କ୍ଷେତ୍ରରେ ଓଡ଼ିଶାରୁ ନିଯୁକ୍ତି ଦେବାରେ କୌଣସି ବ୍ୟବସ୍ଥା ନାହିଁ ବୋଲି ମନ୍ତ୍ରୀ କହିଥିଲେ।


Enter your email to get our daily news in your inbox.

All Right Reserved By Dharitri.Com

ଆମେରିକା ଗୋଟିଏ ରାତିରେ ଇରାନ୍‌କୁ କରିଦେବ ଧ୍ୱଂସ: ଚେତାବନୀ ଦେଲେ ଟ୍ରମ୍ପ, ଖୁବଶୀଘ୍ର…

ୱାଶିଂଟନ,୬/୪:ଆମେରିକାର ରାଷ୍ଟ୍ରପତି ଡୋନାଲ୍ଡ ଟ୍ରମ୍ପ ଇରାନ୍ ଯୁଦ୍ଧକୁ ନେଇ ସୋମବାର ପୁଣି କଡ଼ା ମନ୍ତବ୍ୟ ଦେଇଛନ୍ତି। ସେ କହିଛନ୍ତି,ଆମେରିକା ମାତ୍ର ଗୋଟିଏ ରାତିରେ ସମ୍ପୂର୍ଣ୍ଣ ଇରାନ୍‌କୁ ଧ୍ୱଂସ…

ବିରୋଧୀଙ୍କୁ ଝଟ୍‌କା: CEC ଜ୍ଞାନେଶ କୁମାରଙ୍କ ବିରୋଧରେ ମହାଅଭିଯୋଗ ପ୍ରସ୍ତାବ ଖାରଜ

ନୂଆଦିଲ୍ଲୀ,୬।୪: ମୁଖ୍ୟ ନିର୍ବାଚନ କମିଶନର ଜ୍ଞାନେଶ କୁମାରଙ୍କ ବିରୋଧରେ ମହାଭିଯୋଗ ପ୍ରସ୍ତାବକୁ ଖାରଜ କରାଯାଇଛି। ରାଜ୍ୟ ସଭା ଅଧ୍ୟକ୍ଷ ଏହି ପ୍ରସ୍ତାବକୁ ଖାରଜ କରିଛନ୍ତି। ବିରୋଧୀ ଦଳ…

ଥୁଆମୂଳ ରାମପୁରରେ ସଡ଼କ ଦୁର୍ଘଟଣା: ଗଲା ୩ ଜୀବନ, କ୍ଷତିପୂରଣ ପାଇଁ ରାସ୍ତାରୋକୋ

ଥୁଆମୂଳ ରାମପୁର, ୬ା୪ (ଦୁର୍ଗା କୀର୍ତ୍ତି): କଳାହାଣ୍ଡି ଜିଲା ଥୁଆମୂଳ ରାମପୁର ଥାନା ଅଞ୍ଚଳରେ ସୋମବାର ଦୁଇଟି ପୃଥକ ମର୍ମନ୍ତୁଦ ସଡ଼କ ଦୁର୍ଘଟଣା ଘଟି ୩ ଜଣଙ୍କ…

ସୁନା ଭର୍ତ୍ତି ବ୍ୟାଗ୍‌ ନେଇ ଯାଉଥିଲେ ପବିତ୍ର: ବାଟରେ ଛକିଥିଲେ ୪ ଦୁର୍ବୃତ୍ତ: ଆଉ ତା’ପରେ ଘଟିଲା..

ଦିଗପହଣ୍ଡି,୬।୪(ଅଶେଷ ନାଥ ମିଶ୍ର): ଗଞ୍ଜାମ ଜିଲା ସାନଖେମୁଣ୍ଡି ବ୍ଲକ ଡେଙ୍ଗାଓସ୍ତା ଗ୍ରାମର ଖଜୁରୀପଦା ସାହି ନିକଟରେ ସୋମବାର ରାତି ପ୍ରାୟ ୮ଟାରେ ଗୁଳି ଫୁଟିଛି। ଡେଙ୍ଗାଓସ୍ତା-ଭୀଷ୍ମଗିରି ଗ୍ରାମ…

କାମଦେବଙ୍କୁ ମିଳିଲା ବଡ଼ ଦାୟିତ୍ୱ: ଆଦିବାସୀଙ୍କ ବିକାଶ ପାଇଁ ଦେଲେ ପ୍ରତିଶ୍ରୁତି

ମୋହନା,୬।୪(ମନ୍ମଥ ମିଶ୍ର): ଗଜପତି ଜିଲାର ସର୍ବାଙ୍ଗୀନ ଉନ୍ନତି ପାଇଁ ସ୍ବତନ୍ତ୍ର ଉନ୍ନୟନ ପରିଷଦ ଅଧ୍ୟକ୍ଷ ଭାବେ କାମଦେବ ବଡ଼ନାୟକଙ୍କୁ ରାଜ୍ୟ ସରକାର ମନୋନୀତ କରିଛନ୍ତି। ସେ ମୋହନା…

ସଲମାନଙ୍କ ଫଟା ଜୋତାର ଦାମ୍‌ ଜାଣିଲେ ଉଡିଯିବ ହୋଶ୍‌

ସଲମାନ ଖାନ ବଲିଉଡ ସୁପରଷ୍ଟାର ଭାବରେ ଜଣାଶୁଣା। ସେ ଯାହା କରନ୍ତି, ସମସ୍ତଙ୍କ ନଜର ତାଙ୍କ ଉପରେ ଥାଏ। ସେ ଫ୍ୟାଶନ ହେଉଛି କି ଫିଲ୍ମ ସବୁଠି…

ବରଗଡ଼ରେ କରାମାଡ଼,ଫସଲ ଧୂଳିସାତ୍‌: ଉଜୁଡିଲା ଚାଷୀଙ୍କ ଅମଳ ଆଶା

ବରଗଡ଼,୬।୪(ପ୍ରେମାନନ୍ଦ ଖମାରୀ):ଅଧିକ ଧାନ ଉତ୍ପାଦନ ଯୋଗୁ ରାଜ୍ୟର ଭାତହାଣ୍ଡି କୁହାଯାଉଥିବା ବରଗଡ଼ ଜିଲାର ଚାଷୀଙ୍କ ଦୁଃଖ ସରୁନାହିଁ। ଧାନବିକ୍ରି ଅବ୍ୟବସ୍ଥା ସାଧାରଣରେ ପରିଣତ ହୋଇଥିବାବେଳେ ପ୍ରକୃତିର ତାଣ୍ଡବ…

ପୂର୍ବତନ ବିଧାୟକ, ପୂର୍ବତନ ଏମ୍‌ପିଙ୍କୁ ବିଜେଡିରୁ କରାଗଲା ନିଲମ୍ବନ , ଜାଣନ୍ତୁ କାହିଁକି ଏମିତି କାର୍ଯ୍ୟାନୁଷ୍ଠାନ ନେଲେ ନବୀନ

ବାସୁଦେବପୁର,୬।୪(କାଳୀପଦ ରାୟ): ଭଦ୍ରକ ଜିଲା ବାସୁଦେବପୁରର ପୂର୍ବତନ ବ୍ଲକ ଅଧ୍ୟକ୍ଷ ତଥା ଧାମନଗରର ପୂର୍ବତନ ବିଧାୟକ ମୁକ୍ତିକାନ୍ତ ମଣ୍ଡଳ, ଭଦ୍ରକର ପୂର୍ବତନ ଏମ୍‌ପି ମଞ୍ଜୁଲତା ମଣ୍ଡଳଙ୍କୁ ଦଳ…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri