ଶିଳ୍ପାଙ୍କ ପଡୋଶୀଙ୍କୁ କରୋନା !

ମୁମ୍ବାଇ: କରୋନା ଭାଇରସ କାରଣରୁ ଦେଶରେ ଲକ୍‌ଡାଉନ ୩.୦ ଜାରି ରହିଛି। ଏହି ସମୟରେ ପ୍ରାୟ ସବୁ ସେଲିବ୍ରିଟି ଘରେ ରହି ସମୟ କାଟୁଥିବା ବେଳେ ସମୟ ସମୟରେ ଏମାନଙ୍କର କିଛି ମଜାଳିଆ ଭିଡିଓ ଦର୍ଶକଙ୍କୁ ମନୋରଞ୍ଜନ ଦେଉଛି। ବଲିଉଡ୍‌ ନାୟିକା ଶିଳ୍ପା ସେଟ୍ଟିଙ୍କର ଏକ ଟିକ୍‌ଟକ୍‌ ଭିଡିଓ ଏବେ ସୋସିଆଲ ମିଡିଆରେ ଭାଇରାଲ ହେବାରେ ଲାଗିଛି। ଯାହା ଦର୍ଶକ ତଥା ତାଙ୍କ ପ୍ରଶଂସକଙ୍କୁ ବେଶ୍‌ ପସନ୍ଦ ଆସିଛି। ଉକ୍ତ ଭିଡିଓରେ ଶିଳ୍ପା ଫୋନରେ କାହାସହ କଥା ହେଉଥିବା ଦେଖାଯାଉଛି। ଏହାପରେ ସେ ତାଙ୍କ ସ୍ବାମୀ ରାଜ କୁନ୍ଦ୍ରାକୁ କହୁଛନ୍ତି, ‘ଜାଣିଛ ଆମ ପଡୋଶୀଙ୍କୁ କରୋନା ହୋଇଯାଇଛି’। ଆଉ ଏହା ଶୁଣିବା ପରେ ରାଜ ଡରି ଯାଇଛନ୍ତି। ସେ ସାଙ୍ଗେ ସାଙ୍ଗେ ଓ୍ବାଶରୁମ୍‌ ଯାଇ ହାତମୁହଁ ଧୋଉଛନ୍ତି। ଦର୍ଶକଙ୍କୁ ଏହି ଭିଡିଓଟି ବେଶ୍‌ ପସନ୍ଦ ଆସିଛି। ଏହା ପୂର୍ବରୁ ମଧ୍ୟ ଶିଳ୍ପାଙ୍କର ଆଳୁ ପରଟାକୁ ନେଇ ଏକ ଭିଡିଓ ଖୁବ୍‌ ଭାଇରାଲ ହୋଇଥିଲା।

Share