Categories: ଜାତୀୟ

ଶିରିଡି ନ ଆସିବାକୁ ଅନୁରୋଧ କଲା ସାଇବାବା ସଂସ୍ଥାନ ଟ୍ରଷ୍ଟ

ମୁମ୍ବାଇ,୧୫।୩: ଦେଶରେ ଏବେ କରୋନା ଭାଇରସ ସଂକ୍ରମିତଙ୍କ ସଂଖ୍ୟା ୧୦୮ରେ ପହଞ୍ଚିଥିବା ବେଳେ ଏହାକୁ ଆଉ ନ ବ୍ୟାପିବାକୁ ଚାଲିଛି ପ୍ରୟାସ। ଏହାକୁ ରୋକିବା ପାଇଁ ସରକାରୀ ଓ ବେସରକାରୀ ସ୍ତରରେ ପ୍ରୟାସ ଚାଲିଥିବା ବେଳେ ବିଭିନ୍ନ ରାଜ୍ୟରେ ସମସ୍ତ ଶିକ୍ଷାନୁଷ୍ଠାନ, ଜିମ୍‌, ସିନେମା ହଲ୍‌, ସୁଇମିଂ ପୁଲ ଆଦିକୁ ବନ୍ଦ କରି ଦିଆଗଲାଣି ଏହାକୁ ଦୃଷ୍ଟିରେ ରଖି ଶିରିଡି ସାଇଙ୍କ ଦର୍ଶନ ପାଇଁ ନ ଆସିବାକୁ ଭକ୍ତମାନଙ୍କୁ ଅନୁରୋଧ କରିଛି ଶ୍ରୀ ସାଇବାବା ସଂସ୍ଥାନ ଟ୍ରଷ୍ଟ। କିଛିଦିନ ପାଇଁ ଭକ୍ତମାନେ ସେମାନଙ୍କ ଯାତ୍ରାକୁ ସ୍ଥଗିତ ରିଖିବାକୁ କହିଛି ଟ୍ରଷ୍ଟ। ରବିବାର ଏହି ସୂଚନା ଦେଇଛନ୍ତି, ଶିରିଡି ଶ୍ରୀ ସାଇବାବା ସଂସ୍ଥାନ ଟ୍ରଷ୍ଟର ଚିଫ୍‌ ଏକଜ୍ୟୁକିଟିଭ ଅଫିସର ଅରୁଣ ଡୋଙ୍ଗରେ। ସୂଚନାଯୋଗ୍ୟ, ଶନିବାର ସିଦ୍ଧିବିନାୟକ ମନ୍ଦିରରେ ଥିବା ସମସ୍ତ ସଦସ୍ୟଙ୍କୁ ମାସ୍କ ଯୋଗାଇ ଦେବା ସହ ମନ୍ଦିର ଭିତରେ ଥିବା ସମସ୍ତ ଲୋକଙ୍କୁ ସାନିଟାଇଜର ମଧ୍ୟ ଯୋଗାଇ ଦିଆଯାଇଥିଲା। ଏହାସହ ଭକ୍ତମାନେ ଠିଆ ହେଉଥିବା ରେଲିଂକୁ ପ୍ରତି ୩୦ ମିନିଟରେ ଥରେ ସଫା କରାଯାଉଥିବା କଥା ମଧ୍ୟ କୁହାଯାଇଛି।

Share