ଶିମିଳିପାଳ ବନାଞ୍ଚଳବାସୀଙ୍କୁ ମିଳିବ ଜରୁରୀ ଚିକିତ୍ସାସେବା: ଜିଲା ପ୍ରଶାସନକୁ ନୂତନ ଆମୁଲାନ୍ସ ପ୍ରଦାନ

ବାରିପଦା ଅଫିସ,୬।୧୦- ଆଦିବାସୀ ଅଧ୍ୟୁଷିତ ମୟୂରଭଞ୍ଜ ଜିଲାର ଶିମିଳିପାଳ ବନାଞ୍ଚଳବାସୀଙ୍କୁ ଜରୁରୀ ସ୍ବାସ୍ଥ୍ୟସେବା ଯୋଗାଇ ଦେବା ପାଇଁ ଭାରତ ସରକାରଙ୍କ ଆଦିବାସୀ ବ୍ୟାପାର ମନ୍ତ୍ରଣାଳୟ ପରିଚାଳିତ, ଜାତୀୟ ଅନୁସୂଚିତ ଜନଜାତି ଅର୍ଥ ଉନ୍ନୟନ ନିଗମ ଆର୍ଥିକ ସହାୟତାରେ ଏକ ନୂତନ ଆମ୍ବୁଲାନ୍ସ ଜିଲା ପ୍ରଶାସନକୁ ପ୍ରଦାନ କରାଯାଇଛି। ଏହି ଅବସରରେ ଜିଲାପାଳଙ୍କ କାର୍ଯ୍ୟାଳୟ ପ୍ରକୋଷ୍ଠରେ ଏକ ସଭା ହୋଇଥିଲା। ଜାତୀୟ ଅନୁସୂଚିତ ଜନଜାତି ଅର୍ଥ ଉନ୍ନୟନ ନିଗମ ପରିଚାଳନା ନିର୍ଦ୍ଦେଶକ ଅସିତ ଗୋପାଳ ଉପସ୍ଥିତ ରହି ଶିମିଳିପାଳ ବନାଞ୍ଚଳ ଯଥା ଗୁଡୁଗୁଡିଆ, ଅସ୍ତକୁଆଁର, ବରେହୀପାଣି ଆଦି ପଞ୍ଚାୟତର ଜନସାଧାରଣଙ୍କୁ ଜରୁରୀ ସ୍ବାସ୍ଥ୍ୟସେବା ଯୋଗାଇ ଦେବା ସକାଶେ ଆମ୍ବୁଲାନ୍ସ ଉପଯୋଗୀ ହେବ ବୋଲି ମତବ୍ୟକ୍ତ କରିଥିଲେ। ଜିଲାପାଳ ବିନୀତ ଭରଦ୍ୱାଜ ଏବଂ ସିଡିଏମ୍‌ଓ ଡ.ପ୍ରଦୀପ କୁମାର ମହାପାତ୍ରଙ୍କ ଉପସ୍ଥିତିରେ ଏ ନେଇ ବୁଝାମଣାପତ୍ର ସ୍ବାକ୍ଷରିତ ହେବା ସହ ନୂତନ ଆମ୍ବୁଲାନ୍ସ ଜିଲା ପ୍ରଶାସନକୁ ପ୍ରଦାନ କରାଯାଇଥିଲା।
ଉଲ୍ଳେଖନୀୟ ଯେ, ଏହି ସ୍ବତନ୍ତ୍ର ଆମ୍ବୁଲାନ୍ସ ସେବା କାର୍ଯ୍ୟ ଜିଲା ସ୍ବାସ୍ଥ୍ୟ ବିଭାଗ ତତ୍ତ୍ୱାବଧାନ ଏବଂ ଯଶିପୁର ଗୋଷ୍ଠୀ ସ୍ବାସ୍ଥ୍ୟକେନ୍ଦ୍ର ସ୍ବାସ୍ଥ୍ୟ ଅଧିକାରୀଙ୍କ ପ୍ରତ୍ୟକ୍ଷ ପରିଚାଳନାରେ କାର୍ଯ୍ୟକାରୀ ହେବ। ଦୁର୍ଗମ ବନାଞ୍ଚଳର ଗର୍ଭବତୀ, ପ୍ରସୂତି ଓ ଶିଶୁଙ୍କ ସମେତ ସଂପୃକ୍ତ ଅଞ୍ଚଳର ଜନସାଧାରଣଙ୍କୁ ଦୈନଦିନ ସ୍ବାସ୍ଥ୍ୟସେବା ଯୋଗାଇବାରେ ଏହା ସହାୟକ ହେବ। କାର୍ଯ୍ୟକ୍ରମରେ ଜାତୀୟ ଅନୁସୂଚିତ ଜନଜାତି ଅର୍ଥ ଉନ୍ନୟନ ନିଗମର ଡେପୁଟି ମ୍ୟାନେଜର ପ୍ଲାନିଂ ଇଭାଲୁଏଶନ୍‌ (ସିଏସ୍‌ଆର୍‌) ବିସ୍ମିତା ଦାସ ଓ ଡେପୁଟି ଜୋନାଲ ମ୍ୟାନେଜରଙ୍କ ସମେତ ଜଲା ଜରୁରୀ ଅଧିକାରୀ ସୁଜୟ କୁମାର ପତି, ଡିପିଏମ୍‌ (ଏନ୍‌ଏଚ୍‌ଏମ୍‌ ) ଅନିଲ କୁମାର ମହାନ୍ତିି, ଜିଲା ସୂଚନା ଓ ଲୋକସମ୍ପର୍କ ଅଧିକାରୀ ରବୀନ୍ଦ୍ର କୁମାର ନାୟକ ଏବଂ ସଂପୃକ୍ତ ବିଭାଗ ଅଧିକାରୀ ଓ କର୍ମଚାରୀ ଉପସ୍ଥିତ ଥିଲେ।


Enter your email to get our daily news in your inbox.

All Right Reserved By Dharitri.Com

ଗଛ କାଟୁଥିବା ବେଳେ ଉପରେ ପଡିଗଲା ଡାଳ; ୨୦ ଫୁଟ ଉପରେ ଝୁଲି ରହିଲେ ଯୁବକ, ତାପରେ…

ଉଦଳା,୪।୪(ସନ୍ତୋଷ କୁମାର ବାଛିନୀ): କପ୍ତିପଦା ଥାନା କଟୁରିଆ ଗ୍ରାମରେ ଅଭାବନୀୟ ଘଟଣା । ଗଛ ଉପରେ ଚଢ଼ି ଡାଳ କାଟୁଥିବା ବେଳେ ଉପରେ ପଡିଗଲା ଆଉ ଏକ…

ଦବିଲା ପୋଲ, କାର୍ଯ୍ୟାନୁଷ୍ଠାନ ଦାବି କରି ଝାଡ଼ଖଣ୍ଡ ମୁକ୍ତିମୋର୍ଚ୍ଚାର ସଭାପତି କହିଲେ…

ମୋରଡ଼ା,୩ା୪(ସ୍ମାରକ ମାଜୀ): ମୟୂରଭଞ୍ଜ ଜିଲା ମୋରଡ଼ା ବ୍ଲକ ଅଧୀନ ଚିତ୍ରଡ଼ା-ମୋରଡ଼ା ମୁଖ୍ୟ ରାସ୍ତାର ଶିଳଦା ନିକଟରେ ଥିବା ଜମ୍ଭୀରା ପୋଲ ନିକଟରେ ଝାଡ଼ଖଣ୍ଡ ମୁକ୍ତିମୋର୍ଚ୍ଚାର ଜିଲା ସଭାପତି…

ରେଳ ଲାଇନ୍‌ ପାରି ହେଉଥିଲେ, ଧକ୍କା ଦେଲା ବାଙ୍ଗିରିପୋଷି-ରୁପ୍ସା ଟ୍ରେନ: ମୁଣ୍ଡରୁ ଗଣ୍ଡି ଅଲଗା…

ବୈଶିଙ୍ଗା, ୧।୪ (ରତନ ଦାଶ): ମୟୂରଭଞ୍ଜ ଜିଲା ବୈଶିଙ୍ଗା ଥାନା ଅନ୍ତର୍ଗତ ମଛପଦା ନିକଟରେ ବୁଧବାର ରାତିରେ ଏକ ମର୍ମନ୍ତୁଦ ରେଳ ଦୁର୍ଘଟଣା ଘଟିଯାଇଛି। ବାଙ୍ଗିରିପୋଷି-ରୁପ୍ସା ଡିଏମୟୁ…

ଥାନାରେ ପଶି ଥାନାଧିକାରୀଙ୍କୁ ଗାଳିଗୁଲଜ କରି ଯୁବକ ଦେଲେ ହତ୍ୟା ଧମକ, ଭଦ୍ରଲୋକ ହୋଇ ଥାନାକୁ ଆସିଲେ,

ଉଦଳା,୧।୪(ସନ୍ତୋଷ କୁମାର ବାଛିନୀ): ଥାନାରେ ପଶି ହଙ୍ଗାମା କଲେ ଯୁବକ । ମହିଳା ଥାନା ଅଧିକାରୀଙ୍କ ସହିତ ଅନ୍ୟ ମହିଳା ଅଧିକାରୀଙ୍କୁ ଦୁର୍ବ୍ୟବହାର କରିଲେ ଯୁବକ। କପ୍ତିପଦା…

ଘରର ଲାଇନ୍‌ କାଟି ଖୁଡ଼ୀଙ୍କୁ ହତ୍ୟା କରିବାକୁ ଯାଇଥିଲେ ପୁତୁରା, ପାଟି କରିବାରୁ…

ମୋରଡ଼ା,୧ା୪(ସ୍ମାରକ ମାଜୀ): ନିଜ ଖୁଡ଼ୀକୁ ଡାହାଣୀ ସନ୍ଦେହ କରି ଜୀବନରୁ ମାରିଦେବାକୁ ପୁତୁରା ଉଦ୍ୟମ କରିଥିବା ଘଟଣା ଦେଖିବାକୁ ମିଳିଛି ମୟୂରଭଞ୍ଜ ଜିଲା ରାସଗୋବିନ୍ଦପୁର ଥାନା ଅଧୀନ…

କଳିଯୁଗର ବୋହୂ…ଶାଶୁଙ୍କୁ ନିର୍ଘାତ ମାଡ଼ ମାରିବା ପରେ ପନିକିରେ ହାଣିଲେ, ସବୁ ଦେଖି ଚୁପ୍ ଥିଲେ ପୁଅ

ଉଦଳା,୩୧।୩(ସନ୍ତୋଷ କୁମାର ବାଛିନୀ): ବୋହୂ ସାଜିଲେ ରାକ୍ଷସୀ। ଗୁଣି ସନ୍ଦେହରେ ଶାଶୁଙ୍କୁ ଅତି ନିର୍ଦ୍ଦୟ ଭାବେ ଘର ଭିତରେ ପନିକିରେ ହାଣିଲା ବୋହୂ । ଆଉ ଏ…

ଶିମିଳିପାଳ ସୁରକ୍ଷା ପାଇଁ ଏକାଠି ହେଲେ ଗ୍ରାମବାସୀ

ବାରିପଦା,୩୦ା୩(ନୀଳାଦ୍ରି ବିହାରୀ ଦଣ୍ଡପାଟ): ମୟୂରଭଞ୍ଜ ଜିଲା ଶ୍ୟାମାଖୁଣ୍ଟ ବ୍ଲକ ଅଧୀନ ରଙ୍ଗମାଟିଆସ୍ଥିତ ପଞ୍ଚାୟତ କଲ୍ୟାଣ ମଣ୍ଡପରେ ଶିମିଳିପାଳର ସୁରକ୍ଷା ନେଇ ଏକ ସଚେତନତା କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇଛି।…

ହଷ୍ଟେଲରେ ଖାଇବା ପରେ ବିଗିଡ଼ିଲା ଛାତ୍ରୀଙ୍କ ସ୍ବାସ୍ଥ୍ୟ, ହସ୍ପିଟାଲରେ ଭର୍ତ୍ତି ହେଲେ ୧୫

ମୋରଡ଼ା,୩୦।୩(ସ୍ମାରକ ମାଜୀ): କର୍ତ୍ତୃପକ୍ଷଙ୍କ ଅବହେଳା ଯୋଗୁଁ ୧୫ ଜଣ ଛାତ୍ରୀ ଗୁରୁତର ହୋଇ ଡାକ୍ତରଖାନାରେ ଚିକିତ୍ସିତ ହେଉଛନ୍ତି । ଏମିତି ଘଟଣା ଦେଖିବାକୁ ମିଳିଛି ମୟୂରଭଞ୍ଜ ଜିଲା…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri