Posted inଜାତୀୟ

ଶିମଲା ଆକାଶରେ ଦେଖାଯାଉଛି ସ୍ପେସ୍‌ ଷ୍ଟେଶନ: ମଙ୍ଗଳବାର ପର୍ଯ୍ୟନ୍ତ ଉଡ଼ିବୁଲିବ

ଶିମଲା,୯।୨: ଶିମଲା ଆକାଶରେ ପୃଥିବୀ ପୃଷ୍ଠରୁ ୪୦୦ କିମି ଉଚ୍ଚରେ ଥିବା ସ୍ପେସ୍‌ ଷ୍ଟେଶନ ଦେଖାଯାଉଛି। ଏହା ଏକ ଉଜ୍ଜଳ ତାରା ସଦୃଶ ଦେଖିବାକୁ ମିଳୁଛି। ଏହାକୁ ଦେଖିବା ପାଇଁ ଶିମଲାରେ ଲୋକ ତଥା ପର୍ଯ୍ୟଟକଙ୍କ ମଧ୍ୟରେ ବେଶ୍‌ ଉତ୍ସାହ ଦେଇଛି। ସ୍ପେସ୍‌ ଷ୍ଟେଶନରେ ଆମେରିକା ଏବଂ ରୁଷ୍‌ର ୬ ଜଣ ମହାକାଶ ବିଜ୍ଞାନୀ ବିଭିନ୍ନ ବିଷୟ ଉପରେ ଗବେଷଣା କରୁଛନ୍ତି। ସ୍ପେସ୍‌ ଷ୍ଟେଶନ ନିର୍ମଳ ଆକାଶରେ ଉତ୍ତର-ପଶ୍ଚିମରୁ ଦକ୍ଷିଣ-ପୂର୍ବ ଦିଗକୁ ଗତି କରୁଥିବାର ଦୃଶ୍ୟ ଶନିବାର ସକାଳ ୭ଟା ୨୦ ମିନିଟ୍‌ରେ ଦେଖାଦେଇଥିଲା। କିଛି ସମୟ ପରେ ଏହା ଦକ୍ଷିଣରୁ ଦକ୍ଷିଣ-ପୂର୍ବର ୩୧ ଡିଗ୍ରୀ ମଧ୍ୟରେ ଲୁଚି ଯାଇଥିଲା। ସେହିପରି ରବିବାର ସକାଳ ୬ଟା ୩୨ ମିନିଟ୍‌ରେ ଏହା ୬ ମିନିଟ୍‌ ପାଇଁ ଆକାଶରେ ଉତ୍ତର-ପଶ୍ଚିମ ଦିଗରେ ଦେଖା ଦେଇଥିଲା। ସୋମବାର ସ୍ପେସ୍‌ ଷ୍ଟେଶନ ସକାଳ ୭ଟା ୨୪ ମିନିଟ୍‌ରେ ଦକ୍ଷିଣ-ପଶ୍ଚିମ ଦିଗର ୧୭ ଡିଗ୍ରୀରେ ଦେଖାଦେବ। ୨ ମିନିଟ୍‌ ପରେ ଏହା ଲୁଚି ଯିବ। ମଙ୍ଗଳବାର ସକାଳ ୬ଟା ୩୭ ମିନିଟ୍‌ରେ ଏହା ଦକ୍ଷିଣ-ପଶ୍ଚିମର ୩୨ ଡିଗ୍ରୀରେ ଦେଖାଦେବ। ୩ ମିନିଟ୍‌ ପରେ ଏହା ଲୁଚିଯିବ।


Enter your email to get our daily news in your inbox.

All Right Reserved By Dharitri.Com

ଧର୍ମାନ୍ତରୀକରଣ ଓ ଲଭ୍ ଜିହାଦ

ଆକାର ପଟେଲ ଆମ ଗଣମାଧ୍ଯମ ଏବଂ ହ୍ଵାଟ୍ସଆପ୍ ଗ୍ରୁପଗୁଡ଼ିକରେ ଆମେ ଯେଉଁ ସବୁ ବିଷୟରେ ଆଲୋଚନା ବା ପ୍ରଚାର କରୁଛୁ, ତାହା ମଧ୍ୟରୁ ଗୋଟିଏ। ହେଉ ହେଉଛି…

ମାର୍ଚ୍ଚରୁ ମେ’ ପ୍ରବଳ ଗରମ

ଭୁବନେଶ୍ୱର,୧।୩(ବନ୍ଦନା ସେଠୀ): ମାର୍ଚ୍ଚ ଆରମ୍ଭ ନ ହେଉଣୁ ରାଜ୍ୟରେ ତାପମାତ୍ରା ୩୬ ଡିଗ୍ରୀ ଟପିଛି। ଆଗକୁ ପ୍ରବଳ ଖରାତାତି ଓ ଗରମରେ ଶିଝିବ ସାରା ଓଡ଼ିଶା। ବିଶେଷକରି…

LPG Price Hike: ହୋଲି ପୂର୍ବରୁ ବଡ଼ ଝଟକା! ଆଜିଠୁ ମହଙ୍ଗା ହେଲା ଗ୍ୟାସ୍ ସିଲିଣ୍ଡର, ନୂଆ ମୂଲ୍ୟ…

ନୂଆଦିଲ୍ଲୀ, ୧।୩: ସାଧାରଣ ଲୋକଙ୍କ ପାଇଁ ବଡ଼ ଝଟକା। ହୋଲି ପୂର୍ବରୁ ୧ ମାର୍ଚ୍ଚରେ ୨୦୨୬ରେ ଏଲପିଜି ଦର ଅପଡେଟ୍ କରାଯାଇଛି। ହୋଲି ପୂର୍ବରୁ ମଧ୍ୟ ଗ୍ରାହକମାନେ…

ଖାମନେଇଙ୍କ ହତ୍ୟାକୁ ନେଇ ଟ୍ରମ୍ପ କଲେ ବଡ଼ ଘୋଷଣା, ବିଶ୍ୱରେ ଚହଳ

ତେହରାନ,୧।୩: ଇସ୍ରାଏଲ ଇରାନର ସର୍ୱୋଚ୍ଚ ନେତା ଅଲି ଖାମନେଇଙ୍କ ମୃତ୍ୟୁ ଦାବି କରିଛି। ଇସ୍ରାଏଲ ପ୍ରଧାନମନ୍ତ୍ରୀ ବେଞ୍ଜାମିନ ନେତାନ୍ୟାହୁ ନିଜେ ଖାମନେଇଙ୍କ ମୃତ୍ୟୁ ଦାବି କରିଛନ୍ତି। ଆମେରିକାର…

ହତ୍ୟା ଦାବି ମଧ୍ୟରେ ଖାମନେଇଙ୍କ ପୋଷ୍ଟ, ଖଣ୍ଡା ନେଇ…

ତେହରାନ,୧।୩: ଆୟାତୋଲ୍ଲା ଅଲି ଖାମନେଇଙ୍କ ହତ୍ୟା ଦାବି ମଧ୍ୟରେ, ଇରାନର ସର୍ୱୋଚ୍ଚ ନେତାଙ୍କ ସୋସିଆଲ ମିଡିଆ ହ୍ୟାଣ୍ଡେଲରୁ ଏକ ପୋଷ୍ଟ କରାଯାଇଛି। ପୋଷ୍ଟରେ ପୟଗମ୍ୱର ଅଲିଙ୍କୁ ଉଦ୍ଧୃତ…

ବିଶ୍ୱକପ୍‌ରେ ଇତିହାସ ରଚିଲେ ଫଖର-ସାହିବଜାଦା

ପାଲିକେଲ,୨୮।୨: ଚଳିତ ଟି୨୦ ବିଶ୍ୱକପ୍‌ ସୁପର-୮ର ଶେଷ ମ୍ୟାଚ୍‌ରେ ଶ୍ରୀଲଙ୍କା ବିପକ୍ଷରେ ୫ ରନ୍‌ରେ ବିଜୟୀ ହୋଇଥିଲେ ମଧ୍ୟ ପାକିସ୍ତାନ ସେମିଫାଇନା ପାଇଁ ଯୋଗ୍ୟତା ଅର୍ଜନ କରିବାରେ…

ଇରାନ ଉପରେ ମହାଶକ୍ତିର ପ୍ରହାର: ଖାମେନେଇଙ୍କ ବାସଭବନ ଧ୍ୱଂସ, ଟ୍ରମ୍ପ କହିଲେ‘ ଇରାନବାସୀଙ୍କ ମୁକ୍ତି ସମୟ ଆସିଛି’ 

ଓ୍ବାଶିଂଟନ,୨୮।୨: ଇରାନ ଉପରେ ଆମେରିକା ଓ ଇସ୍ରାଏଲର ମିଳିତ ସାମରିକ ଆକ୍ରମଣ ପରେ ମଧ୍ୟପ୍ରାଚ୍ୟରେ ଯୁଦ୍ଧ ଭୟଙ୍କର ରୂପ ନେଇଛି। ଏହି ଆକ୍ରମଣର କିଛି ଘଣ୍ଟା ପରେ…

ଋଣ, ଚାକିରୀ ଦେବା ନା’ରେ ବଡ଼ ଧରଣର ଠକେଇ

ହିଞ୍ଜିଳିକାଟୁ,୨୮।୨(ଦ୍ବିତୀକୃଷ୍ଣ ପଣ୍ଡା): ଋଣ ଏବଂ ଚାକିରୀ କରାଇଦେବା ନା’ରେ ଠକେଇ କରୁଥିବା ଜଣେ ଯୁବକଙ୍କୁ ହିଞ୍ଜିଳି ପୋଲିସ ଶନିବାର ଗିରଫ କରିଛି। ଗିରଫ ଅଭିଯୁକ୍ତ ଜଣକ ହେଲେ…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri