Categories: ରାଜ୍ୟ

ଶିବ ପ୍ରସାଦ ଜିଲା ଟପ୍ପର: ଆଇଏଏସ୍‌ ଅଫିସର ହେବାକୁ ରଖିଛନ୍ତି ଇଚ୍ଛା

ତାଳଚେର,୨୧ା୫(ନି.ପ୍ର.)- ତାଳଚେର ଶିଶୁମନ୍ଦିରର ଶିବ ପ୍ରସାଦ ପାଣି ଚଳିତ ମାଟ୍ରିକ ପରୀକ୍ଷାରେ ୯୬. ୩୩ ପ୍ରତିଶତ ଅର୍ଥାତ୍‌ ୫୭୮ ନମ୍ବର ରଖି ଅନୁଗୋଳ ଜିଲାରେ ଟପ୍ପର ହୋଇଛନ୍ତି। ସେ ଦୈନିକ ୮ରୁ ୧ୟତବାସୀଙ୍କ ଘଣ୍ଟା ପରିଶ୍ରମ କରୁଥିଲେ। ଭବିଷ୍ୟତରେ ଜଣେ ଆଇଏଏସ୍‌ ଅଫିସର ହେବାକୁ ରଖିଛନ୍ତି। ଏହି ସଫଳତାର ଶ୍ରେୟ ସେ ବାପା, ପରିବାର ସଦସ୍ୟ, ଶିକ୍ଷୟିତ୍ରୀ ଶିକ୍ଷକଙ୍କୁ ଦେଇଛନ୍ତି। ନିଜ ଉପରେ ଭରସା ଓ କଠୋର ପରିଶ୍ରମ କଲେ ସଫଳତା ନିଶ୍ଚିତ ମିଳିବ ବୋଲି ଶିବପ୍ରସାଦ ପ୍ରକାଶ କରିଛନ୍ତି। ତାଙ୍କ ବାପା ପ୍ରଦୀପ କୁମାର ପାଣି ଜଣେ ଖଣି କର୍ମଚାରୀ ଓ ମା’ କଳ୍ପନା ପାଣି ଜଣେ ଗୃହିଣୀ। ତାଙ୍କ ଘର ହେଁସମୂଳ ଗ୍ରାମରେ ହୋଇଥିବା ବେଳେ ସେ ଅନନ୍ତ କେଲୋନୀରେ ରହୁଛନ୍ତି।