Categories: ଜାତୀୟ

ଶିବସେନା ମେୟରଙ୍କୁ ଶୁଭେଚ୍ଛା ଜଣାଇଲେ ଉଦ୍ଧବ

ମୁମ୍ବାଇ,୨୨।୧୧: ମହାରାଷ୍ଟ୍ର ରାଜନୀତିକୁ ନେଇ ସବୁଠି ଚର୍ଚ୍ଚା ଚାଲିଥିବା ବେଳେ ଶୁକ୍ରବାର ମୁମ୍ବାଇ ମେୟର ଭାବେ ନିର୍ବାଚନ ଜିତିଛନ୍ତି ଶିବସେନା ପ୍ରାର୍ଥୀ କିଶୋରୀ ପେଡନେକର। ଦେଶର ସବୁଠାରୁ ଧନୀ ନଗର ନିଗମ ଭାବେ ପରିଚିତ ମୁମ୍ବାଇ ନଗର ନିଗମରୁ କିଶୋରି ନିର୍ବାଚିତ ହୋଇଛନ୍ତି। ତେବେ ସେ ନିର୍ଦ୍ଦୋନ୍ଦ୍ୱରେ ନିର୍ବାଚିତ ହେବାସହ ଶିବସେନା ମୁଖ୍ୟ ଉଦ୍ଧବ ଠାକରେ ତାଙ୍କୁ ଶୁଭେଚ୍ଛା ଜଣାଇବାକୁ ବିଏମ୍‌ସି ପହଞ୍ଚିଥିବା ସୂଚନା ମିଳିଛି। ଡେପୁଟି ମେୟର ପଦରେ ମଧ୍ୟ ଶିବସେନା ପ୍ରାର୍ଥୀ ସୁହାସ ଓ୍ବାଡେକର ବସିଥିବା ଖବର ମିଳିଛି। ଗୋଟିଏ ପଟେ ଶିବସେନା ମହାରାଷ୍ଟ୍ରର ମୁଖ୍ୟମନ୍ତ୍ରୀ ଆସନରେ ବସିବାକୁ ଅଡି ବସିଥିବା ବେଳେ ମେୟର ଆସନ ଶିବସେନାକୁ ମିଳିଥିବାରୁ ରାଜନୀତି ଆହୁରି ସରଗରମ ହୋଇଛି।

Share