Posted inଭଦ୍ରକ

ଶିବଗଙ୍ଗା ପୁଷ୍କରିଣୀକୁ ବର୍ଷାଜଳ ଭରସା

ଆରଡ଼ି, ୨୬।୯ (ଡି.ଏନ.ଏ.)- ଭଦ୍ରକ ଜିଲା ପ୍ରଶାସନ ପକ୍ଷରୁ ବାବା ଆଖଣ୍ଡଳମଣିଙ୍କ ପୀଠ ଆରଡ଼ିର ଉନ୍ନତିକରଣ ପାଇଁ ବୈଠକ ବସୁଛି। ସମୀକ୍ଷା ହେଉଛି ଓ ସ୍ଥିତି ପରଖା ଚାଲିଛି। ହେଲେ ଏଠାରେ ଥିବା ଶିବଗଙ୍ଗା ପୁଷ୍କରିଣୀର ପୁନରୁଦ୍ଧାର କାର୍ଯ୍ୟ ସରିବାକୁ ୨ ବର୍ଷ ପୂରିବାକୁ ବସିଲାଣି, ଏହି ପୋଖରୀରେ ଜଳ ଅଦ୍ୟାବଧି ବ୍ୟବହାର ଉପଯାଗୀ ହୋଇପାରି ନାହିଁ। ପର୍ଯ୍ୟାପ୍ତ ପାଣି ନ ଥିବାବେଳେ ପୁଷ୍କରିଣୀରେ ଭାସୁଛି ଚିଙ୍ଗୁଡିଆ ଦଳ। ଯାହାକୁ ନେଇ ସ୍ଥାନୀୟ ଅଞ୍ଚଳରେ ଅସନ୍ତୋଷ ପ୍ରକାଶ ପାଇଛି। ପୀଠର ବିକାଶ ନିମନ୍ତେ ଜିଲା ପ୍ରଶାସନ ପକ୍ଷରୁ ଉଦ୍ୟମ ଆରମ୍ଭ ହୋଇଥିବା ବେଳେ ଏ ଦିଗରେ କୌଣସି ପଦକ୍ଷେପ ନିଆ ନ ଯିବା ଅସନ୍ତୋଷର କାରଣ ହୋଇଛି।
ଉଲ୍ଲେଖନୀୟ ଯେ, କନିକା ରାଜା ଖନନ କରିଥିବା ଏହି ପୁଷ୍କରିଣୀର ଜଳ ପୂର୍ବେ ବାବା ଆଖଣ୍ଡଳମଣିଙ୍କ ସ୍ନାନ, ରନ୍ଧନ କାର୍ଯ୍ୟ, ଶ୍ରଦ୍ଧାଳୁମାନଙ୍କ ପଦ ପ୍ରକ୍ଷାଳନ, ଚୂଳପକାରେ ପିଲାଙ୍କ ସ୍ନାନ ଆଦି କାର୍ଯରେ ବ୍ୟବହାର ହେଉଥିଲା। ୧ କି.ମି. ଦୂରରେ ଥିବା ବୈତରଣୀ ନଦୀର ଜଳ ପୂର୍ବରୁ ଶିବମାହାରା ଦେଇ ଏହି ପୁଷ୍କରିଣୀକୁ ପ୍ରବେଶ କରୁଥିଲା। ହେଲେ ଏହି ମାହାରା ଏବେ ପୋତି ହୋଇଯିବାରୁ ନଦୀ ଜଳ ଆଉ ପୁଷ୍କରିଣୀକୁ ପ୍ରବେଶ କରିପାରୁ ନାହିଁ। କେବଳ ବର୍ଷା ଜଳରେ ପୁଷ୍କରିଣୀ ପୂରିବ ବୋଲି ମନ୍ଦିର କର୍ତ୍ତୃପକ୍ଷ ଆଶା ରଖିିଥିଲେ। ଚଳିତବର୍ଷ ପର୍ଯ୍ୟାପ୍ତ ପରିମାଣରେ ବର୍ଷା ନ ହେବାରୁ ପୁଷ୍କରିଣୀ ପୂର୍ଣ୍ଣ ହୋଇପାରୁନି। ଫଳରେ ଏହାର ଜଳରାଶି କୌଣସି କାର୍ଯ୍ୟରେ ଲାଗିପାରୁ ନାହିଁ। ଏହା ଏବେ ବ୍ୟବହାର ଅନୁପଯୋଗୀ ହୋଇପଡ଼ିଛି। ଦୂଷିତ ଜଳରେ ମଣିବାବାଙ୍କ ସ୍ନାନ ହୋଇପାରୁ ନାହିଁ। ପାଇପ୍‌ ପାଣିରେ ବାବାଙ୍କର ସ୍ନାନାଦି ସହ ରନ୍ଧନ କାର୍ଯ୍ୟ ମଧ୍ୟ ଚାଲିଛି। ପାଇପ୍‌ ଜଳରେ ପୀଠର ସମସ୍ତ କାର୍ଯ୍ୟ ସମାପନ କରାଯାଉଛି। ଏପରି ସ୍ଥଳେ ପୁଷ୍କରିଣୀରେ ବିଶୁଦ୍ଧ ଜଳ ଭରିବା ଜରୁରୀ ହୋଇପଡ଼ିଛି। ଏ ସମ୍ପର୍କରେ ଭଦ୍ରକ ଉପଜିଲାପାଳ ତଥା ମ୍ୟାନେଜିଂ ଟ୍ରଷ୍ଟି ପୀତାମ୍ବର ସାମଲଙ୍କୁ ପଚାରିବାରୁ କହିଛନ୍ତି, ପୁଷ୍କରିଣୀରୁ ଚିଙ୍ଗୁଡିଆ ଦଳ ସଫା ପାଇଁ ବିଭିନ୍ନ ପନ୍ଥା ଅବଲମ୍ବନ କରାଯାଉଛି। ବିଶେଷଜ୍ଞଙ୍କ ମତରେ କେବଳ ମାଛ ଛଡ଼ାଗଲେ ଏହାର ବିନାଶ ହୋଇପାରିବ। ତେବେ ପୁଷ୍କରିଣୀକୁ କିପରି ପର୍ଯ୍ୟାପ୍ତ ଜଳ ଯାଇପାରିବ ସେଥିପ୍ରତି ଦୃଷ୍ଟି ଦିଆଯିବ ବୋଲି ସେ କହିଛନ୍ତି।


Enter your email to get our daily news in your inbox.

All Right Reserved By Dharitri.Com

ଆଖଣ୍ଡଳମଣି ପୀଠରେ ଲକ୍ଷାଧିକ ଶ୍ରଦ୍ଧାଳୁଙ୍କ ଭିଡ଼

ଧୂଷୁରୀ,୧୫ା୨(ଦୀପ୍ତି ରଞ୍ଜନ ନାୟକ): ପବିତ୍ର ମହାଶିବରାତ୍ରିରେ ଭଦ୍ରକ ଜିଲାର ପ୍ରସିଦ୍ଧ ଶୈବପୀଠ ଆରଡ଼ି ହୋଇ ଉଠିଛି ଚଳଚଞ୍ଚଳ। ଭୋର୍‌ ୪ଟାରେ ମନ୍ଦିର ପହୁଡ଼ ଖୋଲିବା ପରେ ମଙ୍ଗଳ…

ମିଲର ଉଠାଉନାହାନ୍ତି ଧାନ: ଜିଲାପାଳଙ୍କ କାର୍ଯ୍ୟାଳୟରେ ଧାନ ବସ୍ତା ରଖି ପ୍ରତିବାଦ, ସମସ୍ୟାର ସମାଧାନ ନ ହେଲେ…

ଭଦ୍ରକ, ୧୩।୨(ସନାତନ ରାଉତ): ଭଦ୍ରକ ଜିଲାରେ ଧାନ କିଣା ଓ ମଣ୍ଡିରୁ ଧାନ ଉଠାଇବା ମିଲରମାନେ ବନ୍ଦ କରିଥିବାରୁ ଜିଲାରେ ଧାନ କିଣା ସମ୍ପୂର୍ଣ୍ଣ ଠପ୍‌ ହୋଇଯାଇଛି…

୧୨ ଘଣ୍ଟିଆ ଭାରତ ବନ୍ଦ: ଭଦ୍ରକରେ ଜୋରଦାର ପ୍ରଭାବ

ଭଦ୍ରକ, ୧୨।୨(ସନାତନ ରାଉତ):କେନ୍ଦ୍ରୀୟ ଟ୍ରେଡ଼ ୟୁନିୟନ ଡାକରାରେ ବିଭିନ୍ନ ଶ୍ରମିକ ସଂଗଠନ ପକ୍ଷରୁ ଗୁରୁବାର ଭାରତ ବନ୍ଦ କରାଯାଇଛି l ଭଦ୍ରକ ସହରରେ ଏହାର ଜୋରଦାର ପ୍ରଭାବ…

ଯାତ୍ରା ଚାଲୁଥିବା ବେଳେ ଘରେ ପଶି ଲୁଟ: ଉତ୍ତମମଧ୍ୟମ ଦେଇ ପୋଲିସକୁ ହସ୍ତାନ୍ତର କଲେ ଗ୍ରାମବାସୀ

ଭଦ୍ରକ,୧୧।୨(ସନାତନ ରାଉତ): ଅପେରା ଚାଲୁଥିବାବେଳେ ଘରେ ପଶି ଲୁଟ। ଧରାପଡି ନିର୍ଧୁମ ଛେଚା ଖାଇବା ପରେ ପୋଲିସକୁ ୪ ଯୁବକଙ୍କୁ ହସ୍ତାନ୍ତର କଲେ ଗ୍ରାମବାସୀ l ଏପରି…

ପେଟ୍ରୋଲ ପକାଉ ଥିବାବେଳେ ହଠାତ୍‌ ଜଳିଗଲା ବାଇକ୍‌

ବାସୁଦେବପୁର,୯।୧: ରାସ୍ତାରେ ଜଳିଗଲା ବାଇକ। ଭଦ୍ରକ ଜିଲା ବାସୁଦେବପୁରର ବ୍ଲକ ରୋଡରୁ ସୁଦର୍ଶନ ପୁରକୁ ସଂଯୋଗ କରୁଥିବା ରାସ୍ତାର ଗୋପାଳପୁର ଛକଠାରେ ସୋମବାର  ପୂର୍ବାହ୍ନ ସାଢ଼େ ୧୨ଟାବେଳେ…

ପ୍ରେମ କରୁଥିଲେ ଝିଅ; ମାଡ଼ ଖାଇଲେ ମା’-ମାଉସୀ

ଭଦ୍ରକ,୯।୨(ସନାତନ ରାଉତ):ପ୍ରେମ ବିବାହକୁ ବିରୋଧ କରିବାରୁ ଝିଅର ଶାଶୁଘର ଲୋକଙ୍କଠାରୁ ମାଡ଼ ଖାଇଲେ ମା’ ଓ ମାଉସୀ। ଅକ୍ରମଣରେ ମା’, ମାଉସୀଙ୍କ ସମେତ ୪ଜଣ ଆହତ ହୋଇଛନ୍ତି।…

 ୭୨ ବର୍ଷୀୟ ବୃଦ୍ଧଙ୍କ ନାଁରେ ଅସଦାଚରଣ ଅଭିଯୋଗ: କୋର୍ଟ ଚାଲାଣ ପରେ ଥାନା ଘେରିଲେ ଗ୍ରାମବାସୀ 

ତିହିଡ଼ି,୧।୨(ସଞ୍ଜିତ ବଳ): ତିହିଡି଼ ଥାନା ମୁକୁନ୍ଦପୁର ପଞ୍ଚାୟତ ଅଧୀନ ଆରସା ଗ୍ରାମର ଶତାଧିକ ଅଧିବାସୀ ରବିବାର ପୂର୍ବାହ୍ନରେ ଥାନା ଘେରାଉ କରିଛନ୍ତି l ଗ୍ରାମର ଜଣେ ବୃଦ୍ଧଙ୍କୁ…

ଆଜି ଓଡ଼ିଶା ବନ୍ଦ: ଜାତୀୟ ରାଜପଥ ଅବରୋଧ, ଗାଡି ଚଳାଚଳ ଠପ୍‌

ଭଦ୍ରକ, ୨୮।୧(ସନାତନ ରାଉତ): ଭଦ୍ରକରେ ବନ୍ଦ ପାଳନ ଜୋରଦାର ହେଉଛି । ୧୬ ନମ୍ବର ଜାତୀୟ ରାଜପଥ ବନ୍ଦ ରହିଥିବାବେଳେ ଦୋକାନ ବଜାର ମଧ୍ୟ ବନ୍ଦ ରହିଛି…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri