ଶିକ୍ଷକ ଅଭାବ: ଅଭିଭାବକଙ୍କ ତାଲା ବନ୍ଦ ଆନ୍ଦୋଳନ

ମାଧପୁର, ୨୬।୮(ଡି.ଏନ୍‌.ଏ.): ଅନୁଗୋଳ ଜିଲା ଆଠମଲ୍ଲିକ ବ୍ଲକ ଅନ୍ତର୍ଗତ ମାଧପୁର ପଞ୍ଚାୟତ କୁନ୍ଦନାଳୀ ପ୍ରକଳ୍ପ ବିଦ୍ୟାଳୟରେ ସୋମବାରଠାରୁ ସ୍କୁଲ ପରିଚାଳନା କମିଟି ଏବଂ ଅଭିଭାବକଙ୍କ ଦ୍ୱାରା ତାଲା ବନ୍ଦ ଆନ୍ଦୋଳନ ଆରମ୍ଭ ହୋଇଛି । ତେଣୁ ସ୍କୁଲ ଆସିଥିବା ସମସ୍ତ ଛାତ୍ରୀଛାତ୍ର, ଶିକ୍ଷୟିତ୍ରୀ ବିଦ୍ୟାଳୟର ଫାଟକ ସମ୍ମୁଖରେ ଛିଡ଼ା ହୋଇଛନ୍ତି।
ସୂଚନାଯୋଗ୍ୟ, ବିଦ୍ୟାଳୟରେ ୮ଟି ଶ୍ରେଣୀ ରହିଥିବା ବେଳେ ସମୁଦାୟ ୧୧୯ ଛାତ୍ରୀଛାତ୍ର ପାଠ ପଢ଼ନ୍ତି। ତେବେ ଦୁଇ ଶିକ୍ଷୟିତ୍ରୀ ପ୍ରସବକାଳୀନ ଛୁଟିରେ ଯାଇଥିବାରୁ ସ୍କୁଲରେ ଶିକ୍ଷକ ଅଭାବ ଦେଖାଦେଇଛି। ତେବେ ବିଦ୍ୟାଳୟରେ ଜଣେହେଲେ ବିଜ୍ଞାନ ଶିକ୍ଷକ ନାହାନ୍ତି। ତୁରନ୍ତ ବିଦ୍ୟାଳୟରେ ୨ଜଣ ଶିକ୍ଷକ ନିଯୁକ୍ତି ନେଇ ବାରମ୍ବାର ଅଭିଭାବକମାନେ ବ୍ଲକ ଶିକ୍ଷାଧିକାରୀଙ୍କୁ ଜଣାଇଲେଣି। ମାତ୍ର କୌଣସି ସୁଫଳ ନ ମିଳିବାରୁ ତାଲା ବନ୍ଦ ଆନ୍ଦୋଳନ ମାଧ୍ୟମରେ ଏହାର ପ୍ରତିବାଦ କରାଯାଉଥିବା ଅଭିଭାବକମାନେ କହିଛନ୍ତି।