ଶିକ୍ଷକଙ୍କ ମାଡ଼ରେ ଛାତ୍ର ଆହତ, ବିଦ୍ୟାଳୟରେ ତାଲା ପକାଇଲେ ଅଭିଭାବକ

ଧାମନଗର, ୧୭।୭(ଡି.ଏନ୍‌.ଏ.): ଭଦ୍ରକ ଜିଲା ଧାମନଗର ବ୍ଲକ ପନ୍ଦରବାଟିଆ ନୋଡାଲ ବିଦ୍ୟାଳୟରେ ଶିକ୍ଷକଙ୍କ ମାଡ଼ରେ ୭ମ ଶ୍ରେଣୀ ଛାତ୍ର ସେକ୍‌ ଅବଦୁଲ ଖଲିଫ ଆହତ ହୋଇଛନ୍ତି। ଚିକିତ୍ସା ପାଇଁ ତାଙ୍କୁ କଟକ ବଡ଼ ଡାକ୍ତରଖାନାରେ ଭର୍ତ୍ତି କରାଯାଇଛି। ଏ ନେଇ ଅଭିଭାବକମାନେ ବୁଧବାର ବିଦ୍ୟାଳୟରେ ତାଲା ପକାଇଦେଇଛନ୍ତି। ଫଳରେ ପାଠପଢ଼ାରେ ବାଧାପ୍ରାପ୍ତ ହୋଇଛି।