ଶିକ୍ଷକଙ୍କ ବଦଳି ପ୍ରତିବାଦରେ ବିଦ୍ୟାଳୟରେ ତାଲା ପକାଇଲେ ଗ୍ରାମବାସୀ

ଖଇରା,୧୧।୭(ଡି.ଏନ୍‌.ଏ.): ବାଲେଶ୍ବର ଜିଲା ଖଇରା ବ୍ଲକ ଅଧୀନ ସାଦିକପୁର ୟୁଜିୟୁପି ସ୍କୁଲରେ ବିଜ୍ଞାନ ଶିକ୍ଷକ ହେମନ୍ତ ଦାସଙ୍କୁ ବଦଳି କରାଯିବା ପ୍ରତିବାଦରେ ଗୁରୁବାର ଗ୍ରାମବାସୀ ବିଦ୍ୟାଳୟରେ ତାଲା ପକାଇ ଦେଇଛନ୍ତି। ଗ୍ରାମବାସୀଙ୍କ ସହ କୌଣସି ଆଲୋଚନା ନ କରି ଏଭଳି ମନମୁଖି ବଦଳି କରାଯିବା ଦୁର୍ଭାଗ୍ୟପୂର୍ଣ୍ଣ ବୋଲି ପରିଚାଳନା କମିଟି ସଭାପତି ବନମାଳୀ ପୃଷ୍ଟି, ଗ୍ରାମବାସୀ ଅତୁଲ୍ୟ ନାୟକ, ସରକାର ମହାନ୍ତି, ମନୋରଞ୍ଜନ ବେହେରା, ଡମ୍ବରୁଧର ଦାସ,ଅନ୍ନପୂର୍ଣ୍ଣା ପରିଡ଼ା ପ୍ରମୁଖ କହିଛନ୍ତି । ବିଦ୍ୟାଳୟରେ ୮୦ପିଲାଙ୍କୁ ୬ ଶିକ୍ଷକ ଥିବା ବେଳେ ଜଣେ ଶିକ୍ଷକଙ୍କ ବଦଳିରେ ତାଲା ବନ୍ଦ କରି ବିରୋଧ ନାମରେ ପିଲାମାନଙ୍କ ପାଠପଢ଼ା ବନ୍ଦ କରିବା କେତେଦୂର ସମୀଚୀନ ବୋଲି ବ୍ଲକ ଶିକ୍ଷାଧିକାରୀ ଧରଣୀଧର ପାତ୍ର କହିଛନ୍ତି।