ଶିଆଳ କାମୁଡାରେ ଦୁଇ ଆହତ

ହାଟଡିହି, ୧୫।୧୦:ହାଟଡିହି ବ୍ଲକ ସରଳ ଗାଁ’ରେ ଶିଆଳ କାମୁଡାରେ ୩ ବର୍ଷର ଶିଶୁ ଆହତ ହୋଇ ଆନନ୍ଦପୁର ମେଡକାଲରେ ଚିକିତ୍ସାଧୀନ ଅଛନ୍ତି। ବିନୋଦ ଜେନାଙ୍କ ୩ ବର୍ଷର ପୁଅ ଓମପ୍ରକାଶ ଘର ବାରିପଟେ ଖେଳୁଥିବାବେଳେ ଶିଆଳଟି ଅତର୍କିତ ଭାବେ ଆକ୍ରମଣ କରିଥିଲା। ସେହିପରି ଅନ୍ୟ ଏକ ଘଟଣାରେ ରମ୍ପାସ ଗାଁର ସାବିତ୍ରୀ ନାୟକ ରାତି ଗେଟ୍‌ ବନ୍ଦ କରିବା ସମୟରେ ଶିଆଳଟି ଆକ୍ରମଣ କରିଥିଲା। ମହିଳା ଜଣଙ୍କ ମଧ୍ୟ ଆନନ୍ଦପୁର ମେଡିକାଲରେ ଚିକିତ୍ସାଧୀନ ଅଛନ୍ତି। ତେବେ ମାସେ ତଳେ ଶିଆଳ କାମୁଡାରେ ହାଟଡିହି ବ୍ଲକ ର ଅନ୍ୟ କିଛି ଲୋକ ଆହତ ହୋଇଥିବାବେଳେ ଜଙ୍ଗଲ ବିଭାଗ ଏଥିପ୍ରତି ଧ୍ୟାନ ଦେବାକୁ ସାଧାରଣରେ ଦାବି ହୋଇଛି।