Categories: ଜାତୀୟ

ଶାହିନ ବାଗ ପ୍ରଦର୍ଶନକୁ ନେଇ ଭାଜପାକୁ ଟାର୍ଗେଟ କଲେ କେଜରିଓ୍ବାଲ

ନୂଆଦିଲ୍ଲୀ,୨୭।୧: ଦିଲ୍ଲୀ ବିଧାନସଭା ନିର୍ବାଚନ ପାଖେଇ ଆସୁଥିବା ବେଳେ ଏବେ ଏହାକୁ ନେଇ ପରସ୍ପର ଉପରେ ଦୋଷ ଲଦୁଛନ୍ତି ବିଭିନ୍ନ ରାଜନୈତିକ ଦଳ। ଏହି ନିର୍ବାଚନ ପ୍ରଚାର ସମୟରେ ପ୍ରାୟ ସବୁ ଦଳ ଶାହିନ ବାଗ ପ୍ରଦର୍ଶନକୁ ନେଇ ପରସ୍ପର ଉପରକୁ କାଦୁଅ ଫିଙ୍ଗୁଥିବା ଦେଖାଯାଇଛି। ପ୍ରଥମେ ଭାରତୀୟ ଜନତା ପାର୍ଟି(ଭାଜପା) ଶାହିନ ବାଗ ପ୍ରଦର୍ଶନକୁ ନେଇ ଆମ ଆଦମୀ ପାର୍ଟି(ଏଏପି) ଓ କଂଗ୍ରେସକୁ ଦାୟୀ କରିଥିବା ବେଳେ ଏବେ ଏହାର ଜବାବ ଦେବାକୁ ଯାଇ ଏଏପି ମୁଖ୍ୟ ତଥା ଦିଲ୍ଲୀ ମୁଖ୍ୟମନ୍ତ୍ରୀ ଭାଜପାକୁ ଟାର୍ଗେଟ କରିଛନ୍ତି। କେଜରିଓ୍ବାଲ ଟୁଇଟ୍‌ କରି କହିଛନ୍ତି ଶାହିନ ବାଗରେ ରାସ୍ତା ବନ୍ଦ ହେବା ଫଳରେ ସାଧାରଣ ଜନତା ଅସୁବିଧାରେ ପଡୁଛନ୍ତି। ଏଠି ଭାଜପା ଘୃଣ୍ୟ ରାଜନୀତି କରୁଛି ବୋଲି ସେ କହିଛନ୍ତି। କେଜରିଓ୍ବାଲ ଭାଜପା ସରକାର ଉଦ୍ଦେଶ୍ୟରେ କହିଛନ୍ତି ଏମାନଙ୍କ ନେତା ତୁରନ୍ତ ଯାଇ ଶାହିନ ବାଗରେ କଥା ହୁଅନ୍ତୁ ଓ ରାସ୍ତା ଖୋଲା କରନ୍ତୁ।

Share