Categories: ଜାତୀୟ

ଶାହିନ ବାଗ ଧାରଣାସ୍ଥଳରେ ଶିଶୁର ମୃତ୍ୟୁକୁ ନେଇ ପ୍ରଶ୍ନ କଲେ ସୁପ୍ରିମକୋର୍ଟ

ନୁଆଦିଲ୍ଲୀ,୧୦।୧: ଶାହିନ ବାଗରେ ପ୍ରଦର୍ଶନ ସମୟରେ ଜରେ ୪ ମାସ ଶିଶୁର ମୃତ୍ୟୁକୁ ନେଇ ଯେଉଁ ଆବେଦନ କରାଯାଇଥିଲା ସୁପ୍ରିମକୋର୍ଟ ପକ୍ଷରୁ ସୋମବାର ଏହାର ଶୁଣାଣି କରାଯାଇଛି। ଏହି ମାମମଲାର ଶୁଣାଣି କରି ସୁପ୍ରିମକୋର୍ଟ ମୁଖ୍ୟ ବିଚାରପତି ଏସ୍‌ଏ ବୋବଡେଙ୍କୁ ନେଇ ଗଠିତ ଖଣ୍ଡପୀଠ ପ୍ରଶ୍ନ କରିଛନ୍ତି ୪ ମାସର ଶିଶୁ କ’ଣ ଧାରଣ କରିବାକୁ ଯାଇଥିଲେ। ଏହାକୁ ନେଇ ବୀରତା ପୁରସ୍କାରରେ ସମ୍ମାନୀତ ଜଣେ ଛାତ୍ର ଜେନ ଗୁଣରତ୍ନ ସଦାବର୍ତ୍ତିଙ୍କ ଦ୍ୱାରା ଲେଖାଯାଇଥିବା ଚିଠିକୁ ଗୁରୁତର ସହ ନେଇ ଏହାର ବିଚାର କରିଥିଲେ। ଉକ୍ତ ଚିଠିରେ ଛାତ୍ର ଜଣଙ୍କ ଉଲ୍ଲେଖ କରିଥିଲେ କି ଧାରଣାସ୍ଥଳକୁ ଶିଶୁମାନଙ୍କୁ ନେବାକୁ ବାରଣ କରାଯିବା ଦରକାର। ଏବେ ଏହାକୁ ନେଇ ସୁପ୍ରିମକୋର୍ଟ ଦିଲ୍ଲୀ ସରକାରଙ୍କୁ ନୋଟିସ ଜାରି କରିଥିବା ଜଣାପଡିଛି।

Share