Categories: ଜାତୀୟ

ଶାହିନ୍‌ ବାଗ୍‌ରେ ସିଏଏ-ଏନ୍‌ଆର୍‌ସିକୁ ବିରୋଧ: ହିନ୍ଦୁ-ମୁସଲମାନ୍‌-ଶିଖ୍‌-ଖ୍ରୀଷ୍ଟିଆନ୍‌ ଏକାଠି କଲେ ପୂଜା

ନୂଆଦିଲ୍ଲୀ,୧୩।୧: ନାଗରିକତ୍ୱ ସଂଶୋଧନ ଆଇନ(ସିଏଏ) ଏବଂ ରାଷ୍ଟ୍ରୀୟ ନାଗରିକତ୍ୱ ପଞ୍ଜିକା(ଏନ୍‌ଆର୍‌ସି)କୁ ବିରୋଧ କରି ଦିଲ୍ଲୀର ଶାହିନ୍‌ ବାଗ୍‌ଠାରେ ଶାନ୍ତିପୂର୍ଣ୍ଣ ପ୍ରଦର୍ଶନ ଜାରି ରହିଛି। ରବିବାର ପ୍ରଦର୍ଶନରେ ସାମିଲ୍‌ ଥିବା ହିନ୍ଦୁ-ମୁସଲମାନ୍‌-ଶିଖ୍‌-ଖ୍ରୀଷ୍ଟିଆନ୍‌ ଏକାଠି ନିଜ ନିଜ ପରମ୍ପରା ଅନୁସାରେ ପୂଜା କରିଛନ୍ତି। ଗତ ଏକ ମାସ ଧରି ଏଠାରେ ପ୍ରଦର୍ଶନ ଜାରି ରହିଥିବାବେଳେ ୧୦ ହଜାରରୁ ଅଧିକ ଲୋକ ଏଥିରେ ସାମିଲ ହୋଇଥିବା କୁହାଯାଉଛି।

Share