ଶାହାରୁଖ୍‌ଙ୍କୁ ସାନିଟାଇଜର ଦେଇ କରୋନା ସଚେତନତା ବାର୍ତ୍ତା ଦେଲେ କାଜଲ

କରୋନା ଭାଇରସ୍‌କୁ ବିଶ୍ୱ ସ୍ବାସ୍ଥ୍ୟ ସଂଗଠନ ପକ୍ଷରୁ ମହାମାରୀ ଘୋଷିତ କରାଯାଇଛି। ଏହାକୁ ନେଇ ଭାରତରେ ମଧ୍ୟ ଆତଙ୍କ ଖେଳିଯାଇଛି। ଏ ନେଇ ସରକାର ଲୋକଙ୍କୁ ସଚେତନ କରୁଥିବାବେଳେ ବଲିଉଡ୍‌ କଳାକାର ମଧ୍ୟ ନିଜ ପ୍ରଶଂସକଙ୍କୁ ନିରାପଦରେ ରହିବାକୁ ଅନୁରୋଧ କରୁଛନ୍ତି। କଳାକାରମାନେ ଭିନ୍ନ ଭିନ୍ନ ଉପାୟରେ ପ୍ରଶଂସକଙ୍କୁ ସଚେତନ ରହିବାକୁ ବାର୍ତ୍ତା ଦେଉଛନ୍ତି।
ଅଭିନେତ୍ରୀ କାଜଲ ମଧ୍ୟ ସଚେତନତାର ବାର୍ତ୍ତା ଦେଇ ଏକ ଫଟୋ ସୋସିଆଲ ମିଡିଆରେ ପୋଷ୍ଟ କରିଛନ୍ତି। ଫିଲ୍ମ ‘ଦିଲ୍‌ଓ୍ବାଲେ ଦୁଲ୍‌ହନିୟା ଲେ ଜାଏଙ୍ଗେ’ର ଆଇକନିଟ୍‌ ଟ୍ରେନ୍‌ ଦୃଶ୍ୟଟିକୁ ସେ ଶେୟାର କରିଛନ୍ତି। ଏଥିରେ ଶାହାରୁଖ୍‌ ଖାନ୍‌ ଟ୍ରେନ୍‌ ଉପରେ ଥାଇ ଅଭିନେତ୍ରୀଙ୍କ ପାଇଁ ହାତ ବଢ଼ାଉଛନ୍ତି। ଏହି ଫଟୋରେ କାଜଲଙ୍କ ହାତରେ ସାନିଟାଇଜର ଥିବା ଦେଖିବାକୁ ମିଳୁଛି। ସେ ଏହି ସାନିଟାଇଜରକୁ ଶାହାରୁଖ୍‌ଙ୍କୁ ବଢ଼ାଉଛନ୍ତି। ଏହାକୁ ଶେୟାର କରି କାଜଲ ଲେଖିଛନ୍ତି, ସିମ୍‌ରନ୍‌(କାଜଲ) ମଧ୍ୟ ସାନିଟାଇଜରର ମହତ୍ତ୍ୱ ବିଷୟରେ ଜାଣନ୍ତି।

Share