ଶାହାରୁଖ୍‌ଙ୍କଠାରୁ ଅଧିକ ରୋମାଣ୍ଟିକ ପୁଅ ଆର୍ୟନ୍‌

ଶାହାରୁଖଙ୍କ ପୁଅ ଆର୍ୟନଙ୍କ ଆଜି ଅର୍ଥାତ୍‌ ବୁଧବାର ୨୨ତମ ଜନ୍ମଦିବସ। ଆଜିର ଏହି ଖାସ୍‌ ଦିନରେ ତାଙ୍କ ବିଷୟରେ କିଛି କଥା ଜାଣିନେବା ଆସନ୍ତୁ। ଆର୍ୟନ୍‌ ବଲିଉଡ୍‌ରେ ବେଶ୍‌ ଲୋକପ୍ରିୟ ଷ୍ଟାର୍‌କିଡ୍‌। ବାପାଙ୍କ ପରି ସେ ମଧ୍ୟ ଖୁବ୍‌ ଖୁସି ମିଜାଜର। ଆର୍ୟନ ଦେଖିବାକୁ ଯେତିକି ସୁନ୍ଦର ସେତିକି ଷ୍ଟାଇଲିସ୍‌ ମଧ୍ୟ। ଆର୍ଯ୍ୟନଙ୍କ ଝିଅ ଫ୍ୟାନ୍‌ସଂଖ୍ୟା ଅଧିକ। କିଛିଦିନ ତଳେ ଅମିତାଭ ବଚ୍ଚନଙ୍କ ନାତୁଣୀ ନବ୍ୟା ନଭେଲିଙ୍କ ନାମକୁ ନେଇ ଚର୍ଚ୍ଚା ଧରିଥିଲା। କିନ୍ତୁ ଏହି ଚର୍ଚ୍ଚା ମିଛ ଥିଲା। ଆର୍ୟନ ବର୍ତ୍ତମାନ ନ୍ୟୁୟର୍କରେ।

ଏହା ପୂର୍ବରୁ ଲଣ୍ଡନରେ ପାଠ ପଢୁଥିବା ସମୟରେ ସେଠାରେ ଜଣେ ବ୍ଲଗରଙ୍କ ସହିତ ତାଙ୍କର ସମ୍ପର୍କ ଥିବା ଶୁଣିବାକୁ ମିଳିଥିଲା। ମାଆ ଗୌରୀଙ୍କୁ ସେ ଝିଅ ବହୁତ ପସନ୍ଦ ଆସିଥିଲା ବୋଲି ମଧ୍ୟ ଶୁଣିବାକୁ ମିଳିଥିଲା। ଆର୍ୟନଙ୍କ ଗ୍ରାଜୁଏସନ ପାର୍ଟି ସମୟରେ ଲଣ୍ଡନର ବେଷ୍ଟ ଗାର୍ଲ ସହିତ ନଜର ଆସିଥିଲେ।

ଏହି ଫଟୋରେ ସେହି ଝିଅ ସହିତ ବହୁତ କ୍ଲୋଜ ଜଣାପଡୁଥିଲେ। ପରେ ଏହି ଖବର ଚର୍ଚ୍ଚାକୁ ଆସିଥିଲା। ଆର୍ୟନଙ୍କ ନାଁ ସହିତ ଆଉ କିଛି ଝିଅଙ୍କ ନାଁ ମଧ୍ୟ ଚର୍ଚ୍ଚାକୁ ଆସିଛି। ସେ ଯାହା ବି ହେଉ ନା କାହିଁକି ବାପା ଶାହାରୁଖ୍‌ଙ୍କୁ ରୋମାଣ୍ଟିକରେ ପଛରେ ପକାଇଦେବେ ଆର୍ୟନ। ତାଙ୍କର ଫିଲ୍ମ କ୍ୟାରିୟର ବିଷୟରେ ଯଦି କହିବା ତେବେ ଫିଲ୍ମ ‘ଦ ଲାୟନ କିଙ୍ଗ୍‌’ ଜରିଆରେ ବଲିଉଡ୍‌ରେ ଡେବ୍ୟୁ କରିଥିଲେ। ଏଥିରେ ସେ ସିମ୍ବା ଭୂମିକାରେ ନଜର ଆସିଥିଲେ।

Share