ଶାହାରୁଖଙ୍କ ଝିଅ ସୁହାନା ଫିଲ୍ମରେ କରିବେ ଡେବ୍ୟୁ

ଶାହାରୁଖ ଖାନ୍‌ଙ୍କ ଝିଅ ସୁହାନା ଫିଲ୍ମରେ ଡେବ୍ୟୁ କରିବା ନେଇ ଚର୍ଚ୍ଚା ହୋଇ ଆସୁଥିଲା। କିନ୍ତୁ ଏକ ସାକ୍ଷାତକାରରେ ଶାହାରୁଖ ସ୍ପଷ୍ଟ କରିଥିଲେ କି, ତାଙ୍କ ଝିଅ ଫଲ୍ମରେ ଡେବ୍ୟୁ କରିବେ ସତ କିନ୍ତୁ ଏବେ ନୁହେଁ। ତେଣୁ ସୁହାନା କେବେ ବଲିଉଡ୍‌ରେ ଡେବ୍ୟୁ କରିବେ ସେନେଇ ସମସ୍ତଙ୍କ ମନରେ ପ୍ରଶ୍ନବାଚୀ ସୃଷ୍ଟି ହୋଇ ରହିଥିଲା। ଏହାର ଉତ୍ତର ସୁହାନାଙ୍କ ଏକ ଫଟୋରୁ ସ୍ପଷ୍ଟ ହୋଇଯାଇଛି। ସୁହାନା ଏବେ ଏକ ଶର୍ଟ ଫିଲ୍ମରେ କାମ କରିବାକୁ ଯାଉଛନ୍ତି। ଏହି ଫିଲ୍ମର ପୋଷ୍ଟର ଏବେ ସୋସିଆଲ ମିଡିଆରେ ଭାଇରାଲ ହୋଇଛି। ପୋଷ୍ଟର ସହିତ ସୁହାନା ଏକ ଟାଇଟେଲ ମଧ୍ୟ ଲେଖିଛନ୍ତି, ‘The Grey Part Of Blue’। ଏହି ପୋଷ୍ଟରରେ ସୁହାନାଙ୍କୁ ସାଦାସିଧା ଲୁକ୍‌ରେ ଦେଖିବାକୁ ମିଳିଛି।

Share