ଶାହାରୁଖଙ୍କ ଗୋଟିଏ ଝଲକ୍‌ ପାଇବାକୁ ଘଣ୍ଟା ଘଣ୍ଟା ଅପେକ୍ଷା କରୁଥିଲେ ରାଜକୁମାର

ମୁମ୍ବାଇ: ଏବେ ବଲିଉଡ୍‌ର ଆଗଧାଡିର କଳାକାର ତାଲିକାରେ ରାଜକୁମାର ରାଓଙ୍କ ନାଁ ଥିବା ବେଳେ ସେ ଦର୍ଶକଙ୍କୁ କିଛି ହିଟ୍‌ ଫିଲ୍ମ ମଧ୍ୟ ଭେଟି ଦେଇଛନ୍ତି। ରାଜକୁମାର ବଲିଉଡ୍‌ କିଙ୍ଗ ଖାନ୍‌ ଶାହାରୁଖଙ୍କର ଜଣେ ବଡ ଫ୍ୟାନ ବୋଲି ଅନେକ ଜାଣିଥିବେ। ତେବେ ଶାହାରୁଖଙ୍କ ସକ୍‌ସେସ୍‌ ଷ୍ଟୋରୀରୁ ଇନସ୍ପାୟାର ହୋଇ ରାଜକୁମାର ଅଭିନୟରେ ପାଦ ଦେଇଥିବା ନିକଟରେ ଏକ ସାକ୍ଷାତ୍‌କାରରେ କହିଛନ୍ତି। ସେ କହିଛନ୍ତି ଯେତେବେଳେ ସେ ପ୍ରଥମ ମୁମ୍ବାଇ ଆସିଥିଲେ ସେତେବେଳେ ଶାହାରୁଖଙ୍କ ଗୋଟିଏ ଝଲକ୍‌ ପାଇବାକୁ ସେ ମନ୍ନତ(ଶାହାରୁଖଙ୍କ ଘର) ବାହାରେ ଘଣ୍ଟା ଘଣ୍ଟା ଅପେକ୍ଷା କରୁଥିଲେ। ହେଲେ ତାହା ତାଙ୍କ ଭାଗ୍ୟରେ ଜୁଟୁ ନ ଥିଲା। ଯଦିଓ ସେ ଶାହାରୁଖଙ୍କ ସ୍ତ୍ରୀ ଗୌରୀ ଖାଁଙ୍କ ଝଲକ୍‌ ପାଇଥିଲେ କିନ୍ତୁ ଶାହାରୁଖଙ୍କ ଦେଖା ପାଇ ନ ଥିଲେ। ଦିନେ ବାନ୍ଦ୍ରାରେ ଶୁଟିଂ ସମୟରେ ରାଜକୁମାରଙ୍କ ସ୍ବପ୍ନ ସତ ହୋଇଥିଲା। ଅର୍ଥାତ୍‌ ସେଠାରେ ସେ ଶାହାରୁଖଙ୍କୁ ସାକ୍ଷାତ୍‌ କରିଥିଲେ। ଆଉ ଶାହାରୁଖ ତାଙ୍କ ସହ ଏମିତି ଢଙ୍ଗରେ ମିଶିଥିଲେ ଯାହାକୁ ସେ ଆଜି ପର୍ଯ୍ୟନ୍ତ ଭୁଲି ପାରି ନାହାଁନ୍ତି। ହେଲେ ଆଜି ସେ ଶାହାରୁଖଙ୍କର ଜଣେ ନିକଟତର ବନ୍ଧୁ ବୋଲି କହିବାକୁ ଗର୍ବ ଅନୁଭବ କରୁଛନ୍ତି।

Share