Categories: ଜାତୀୟ

ଶାହାଙ୍କ ଭର୍ଚୁଆଲ ରାଲିକୁ ବିରୋଧ କରି ଥାଳି ବଜାଇଲେ ଆର୍‌ଜେଡି ନେତା

ପାଟନା,୭।୬: ସ୍ବରାଷ୍ଟ୍ରମନ୍ତ୍ରୀ ଅମିତ ଶାହାଙ୍କ ଭର୍ଚୁଆଲ ରାଲିକୁ ବିରୋଧ କରି ରବିବାର ବିହାରରେ ରାଷ୍ଟ୍ରୀୟ ଜନତା ଦଳ(ଆର୍‌ଜେଡି) ନେତା ରାବ୍ରୀ ଦେବୀ, ତେଜସ୍ବୀ ଯାଦବ ଓ ତେଜପ୍ରତାପ ଯାଦବ ଥାଳି ବଜାଇଛନ୍ତି। ସାମାଜିକ ଦୂରତା ରକ୍ଷା କରି ଓ ମାସ୍କ ପିନ୍ଧି ଏମାନେ କେତେଜଣ କର୍ମୀଙ୍କ ସହ ମିଶି ଥାଳି ବଜାଇଛନ୍ତି। ଅନ୍ୟପଟେ ଜନତା ଦଳ ୟୁନାଇଟେଡ(ଜେଡିୟୁ)ର କେତେଜଣ ଯୁବକର୍ମୀ ଆର୍‌ଜେଡିର ‘ଗରିବ ଅଧିକାର ଦିବସ’କୁ ବିରୋଧ କରିଛନ୍ତି। ସୂଚନାଯୋଗ୍ୟ, ଭାରତୀୟ ଜନତା ପାର୍ଟି(ଭାଜପା)ର ବିହାର ଅଧ୍ୟକ୍ଷ ସଞ୍ଜୟ ଜୟଶଓ୍ବାଲ ପୂର୍ବରୁ ସୂଚନା ଦେଇଥିଲେ କି ଭାରତର ପ୍ରଥମ ଭର୍ଚୁଆଲ ରାଲି ଜୁନ୍‌ ୭ ଅପରାହ୍ନ ୪ଟାରେ ଅମିତ ଶାହା ଆୟୋଜନ କରିବେ। ତେବେ ଏହା କୌଣସି ନୂଆ ରାଲି ନୁହେଁ ବରଂ ୨୦୧୪ ନିର୍ବାଚନ ସମୟରେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ମଧ୍ୟ ଥ୍ରୀଡି ମିଡିୟମରେ ବୈଠକର ଆୟୋଜନ କରିଥିଲେ। ତେଣୁ ଶାହାଙ୍କର ଏହା ଏକ ସାଧାରଣ ଲାରି ବୋଲି କହିଛନ୍ତି ଜୟଶଓ୍ବାଲ।

Share