ଶାହାଙ୍କୁ ଚିଠି ଲେଖିଲେ ଦିଲ୍ଲୀ ମୁଖ୍ୟମନ୍ତ୍ରୀ

ନୂଆଦିଲ୍ଲୀ,୨୩।୬: ଦିଲ୍ଲୀରେ କରୋନା ସଙ୍କଟ ଜଟିଳ ହେବାରେ ଲାଗିଛି। ଦିନକୁ ଦିନ ସଂକ୍ରମିତ ଓ ମୃତ୍ୟୁ ସଂଖ୍ୟା ବଢ଼ିବାରେ ଲାଗିଛି। ଇତିମଧ୍ୟରେ ଦିଲ୍ଲୀର ମୁଖ୍ୟମନ୍ତ୍ରୀ ଅରବିନ୍ଦ କେଜରିଓ୍ବାଲ ସ୍ବରାଷ୍ଟ୍ର ମନ୍ତ୍ରୀ ଅମିତ ଶାହାଙ୍କୁ ଏକ ଚିଠି ଲେଖିଛନ୍ତି। ଦିଲ୍ଲୀ ଛତରପୁରରେ ଥିବା ରାଧା ସ୍ବାମୀ ସତ୍‌ସଙ୍ଗ ପରିସରରେ ସରକାରଙ୍କ ପକ୍ଷରୁ ୧୦ହଜାର ଶର୍ଯ୍ୟା ବିଶିଷ୍ଟ କୋଭିଡ କେୟାର ସେଣ୍ଟର ତିଆରି କରାଯାଇଛି। ଏହାର ନିରୀକ୍ଷଣ ପାଇଁ କେଜରିଓ୍ବାଲ ଶାହାଙ୍କୁ ନିମନ୍ତ୍ରଣ କରିଛନ୍ତି। ଏଥିସହ କୋଭିଡ କେୟାର ସେଣ୍ଟରରେ ଆଇଟିବିପି ଓ ସେନାର ଡାକ୍ତର ଏବଂ ନର୍ସଙ୍କୁ ମୁତୟନ କରିବାକୁ ଦାବି ସେ କରିଛନ୍ତି। ସୂଚନାଯୋଗ୍ୟ, ରାଜ୍ୟରେ ଦ୍ରୁତ ଗତିରେ କରୋନା ପଜିଟିଭ୍‌ ଚିହ୍ନଟ ହେଉଥିବା ବେଳେ ଏଠାରେ ମୋଟ କରୋନା ଆକ୍ରାନ୍ତଙ୍କ ସଂଖ୍ୟା ୬୨,୬୫୫ରେ ପହଞ୍ଚିଛି। ସେଥିମଧ୍ୟରୁ ୩୬,୬୦୦ରୁ ଉର୍ଦ୍ଧ୍ୱ ସୁସ୍ଥ ହୋଇଥିବା ବେଳେ ୨୨୩୩ଜଣଙ୍କ ମୃତ୍ୟୁ ଘଟିଛି।

Share