Categories: ଜାତୀୟ

ଶାହଙ୍କ ବିଧାନସଭା ମିଶନ: ହରିୟାଣା, ମହାରାଷ୍ଟ୍ର ଓ ଝାଡଖଣ୍ଡ ନେତାଙ୍କ ସହ ଆଲୋଚନା

ନୂଆଦିଲ୍ଲୀ, ୯।୬: ଲୋକ ସଭା ନିର୍ବାଚନରେ ଭାଜପାର ବିପୁଳ ବିଜୟ ପରେ ଏବେ ସ୍ବରାଷ୍ଟ୍ରମନ୍ତ୍ରୀ ଅମିତ ଶାହ ବିଧାନସଭା ମିଶନ ଯୋଜନା ପ୍ରସ୍ତୁତ କରିଛନ୍ତି। ଚଳିତ ବର୍ଷ ଶେଷ ସୁଦ୍ଧା ହରିୟାଣା, ମହାରାଷ୍ଟ୍ର ଏବଂ ଝାଡ଼ଖଣ୍ଡରେ ବିଧାନସଭା ନିର୍ବାଚନ ହେବ। ଏସବୁ ରାଜ୍ୟରେ ଦଳର ସଫଳତା ଲାଗି ଶାହ ବରିଷ୍ଠ ନେତାଙ୍କ ସହିତ ଆଳୋଚନା କରିଛନ୍ତି। କିଭଳି ବିଜୟ ଲକ୍ଷ୍ୟ ହାସଲ କରାଯିବ ସେ ନେଇ ସେ ସମ୍ପୃକ୍ତ ରାଜ୍ୟର ଦଳୀୟ ସଦସ୍ୟଙ୍କୁ ପରାମର୍ଶ ଦେଇଥିବା କୁହାଯାଉଛି।

Share