ଶାରଳା ମନ୍ଦିରରେ ଏଜି ଅଡିଟ୍‌: ୨୮କର୍ମଚାରୀଙ୍କ ନିଯୁକ୍ତି ତଥ୍ୟ ମିଳୁନାହିଁ

ଜଗତ୍‌ସିଂହପୁର ଅଫିସ,୨୬ା୧୨: ଜଗତ୍‌ସିଂହପୁର ଜିଲାର ଅଧିଷ୍ଠାତ୍ରୀ ଦେବୀ ମା’ ଶାରଳାଙ୍କ ପୀଠରେ ହେଉଥିବା ଅବ୍ୟବସ୍ଥା ସମ୍ପର୍କରେ ବହୁ ତଥ୍ୟ ଲୋକଲୋଚନକୁ ଆସିଛି। ମନ୍ଦିର ପ୍ରଶାସନ ଅଧୀନରେ କାର୍ଯ୍ୟରତ ୨୮ଜଣ କର୍ମଚାରୀ କେବେ ନିଯୁକ୍ତି ପାଇଥିଲେ ସେ ସଂକ୍ରାନ୍ତୀୟ ତଥ୍ୟ ମିଳୁ ନାହିଁ। ଯେଉଁ କାରଣରୁ ୩୦ ବର୍ଷରୁ ଊର୍ଦ୍ଧ୍ୱ ହେଲା ଅନେକ କାମ କରି ଚାଲିଛନ୍ତି। ସବୁଠାରୁ ବଡ଼ କଥା ହେଲା ୮୦/୮୨ ବର୍ଷର ଲୋକ ବି ମନ୍ଦିର କର୍ମଚାରୀଭାବେ କାର୍ଯ୍ୟ କରୁଛନ୍ତି। ଯେହେତୁ ସେମାନଙ୍କ ନିଯୁକ୍ତି ସଂକ୍ରାନ୍ତୀୟ କୌଣସି ତଥ୍ୟ ନାହିଁ, ତେଣୁ ସେମାନେ ଅବସର କେବେ ନେବେ ତାହା ଏବେ ପ୍ରଶ୍ନବାଚୀ ସୃଷ୍ଟି କରିଛି। ଏଭଳି ସାଂଘାତିକ ତଥ୍ୟ ଜାଣିବାକୁ ମିଳିଛି ଏଜି ଅଡିଟ୍‌ ସମୟରେ। ସେହିପରି ପ୍ରତି କର୍ମଚାରୀଙ୍କୁ ଏଠାରେ ଦୈନିକ ୨ଟି ଲେଖାଏ ମିଲ୍‌ ପ୍ରଦାନ କରାଯାଉଛି। ସେମାନେ ଏହାକୁ ବିକ୍ରି କରିଦେଉଛନ୍ତି ବୋଲି ଅଡିଟରେ ଧରାପଡ଼ିଥିବା ବିଶେଷ ସୂତ୍ରରୁ ସୂଚନା ମିଳିଛି।
ଏଜି(ଅଡିଟର୍‌ ଜେନେରାଲ)ଅଡିଟ୍‌ ଗତ ୧୦ତାରିଖରୁ ଆରମ୍ଭ ହୋଇ ୨୧ ତାରିଖ ପର୍ଯ୍ୟନ୍ତ ଚାଲିଥିଲା। ଅଡିଟ୍‌ ସମୟରେ ମନ୍ଦିରରେ ଅନେକ ଅନିୟମିତତାର ଗନ୍ଧ ବାରି ହୋଇଛି। ବିଶେଷକରି ମନ୍ଦିରରେ କାର୍ଯ୍ୟରତ ସ୍ଥାୟୀ, ଅସ୍ଥାୟୀ କର୍ମଚାରୀ ଓ ଦୈନନ୍ଦିନ ପାରିଶ୍ରମିକରେ କାମ କରୁଥିବା ପାଖାପାଖି ୨୮ଜଣ କେବେଠାରୁ ନିଯୁକ୍ତ ହୋଇଛନ୍ତି ସେ ସମ୍ପର୍କରେ କୌଣସି ତଥ୍ୟ ମିଳିନି। କିନ୍ତୁ ସେମାନେ ଜଣପିଛା ୪,୦୦୦ରୁ ୮,୦୦୦ ଟଙ୍କା ପର୍ଯ୍ୟନ୍ତ ପାରିଶ୍ରମିକ ପାଉଛନ୍ତି। ସରକାରୀ ନିଷ୍ପତ୍ତି ଅନୁଯାୟୀ କୌଣସି କର୍ମଚାରୀ ୬୦ବର୍ଷରୁ ଅଧିକ ସମୟ ଦାୟିତ୍ୱରେ ରହିବା କଥା ନୁହେଁ। ବାର୍ଦ୍ଧକ୍ୟ କାରଣରୁ କର୍ତ୍ତବ୍ୟରେ ଖିଲାପ ସାଙ୍ଗକୁ ଭୁଲ ଭଟକା ହେବାର ଭୟ ଯୋଗୁ ସରକାର ଅବସର ବୟସ ସୀମା ଧାର୍ଯ୍ୟ କରିଛନ୍ତି। କିନ୍ତୁ ଶାରଳା ମନ୍ଦିରରେ ଏଥିରେ ବ୍ୟତିକ୍ରମ ଲକ୍ଷ୍ୟ କରାଯାଇଛି। କର୍ମଚାରୀଙ୍କ ନିଯୁକ୍ତି ସଂକ୍ରାନ୍ତରେ କୌଣସି କାଗଜାତ ଦାଖଲ କରିବାରେ ମନ୍ଦିର ପ୍ରଶାସନ ବିଫଳ ହେବାରୁ ଅଡୁଆ ବଢିଛି। ଏହି କର୍ମଚାରୀ, ଠିକା ଶ୍ରମିକ ଓ ଅନ୍ୟମାନେ କେଉଁ ଆଧାରରେ ପାରିଶ୍ରମିକ ପାଉଛନ୍ତି ତା’ର କୌଣସି ତଥ୍ୟ ମିଳିନି। ତେବେ ମନ୍ଦିର ସମ୍ମୁଖ ବଜାରରେ ଝାଡୁ ମାରିବାଠାରୁ ଆରମ୍ଭ କରି ଆକାଉଣ୍ଟ ଆଦି ଦାୟିତ୍ୱରେ ସେମାନେ ଥିବା କୁହାଯାଇଛି। ହିସାବ ତ ଦୂରର କଥା କାଲ୍‌କୁଲେଟର୍‌ ଚଳାଇ ଜାଣି ନ ଥିବା ବ୍ୟକ୍ତି ମଧ୍ୟ ଆକାଉଣ୍ଟ କଥା ବୁଝୁଥିବା ଜଣାଯାଇଛି। ଯେଉଁ କାରଣରୁ ମନ୍ଦିର ହିସାବର କୌଣସି ତାଳ, ମେଳ ନାହିଁ। ବାର୍ଷିକ ପାଖାପାଖି ୨.୫ କୋଟି ଟଙ୍କା ରାଜସ୍ବ ଆସୁଥିବାବେଳେ ଏହାର ହିସାବ କିପରି ରହୁଥିବ ତାହା ଏଥିରୁ ସହଜେ ଅନୁମେୟ। ତେବେ କେଉଁ ଆଧାରରେ ସେମାନଙ୍କୁ ନିଯୁକ୍ତି ଦିଆଯାଇଥିଲା ତାହା ସାଧାରଣରେ ବିସ୍ମୟ ସୃଷ୍ଟି କରିଛି। ଅନ୍ୟପଟେ ମନ୍ଦିର ନିର୍ବାହୀ ଅଧିକାରୀ ପଦବୀଟି ନିୟମିତ ରହିବା ପରିବର୍ତ୍ତେ କାମ ଚଳାରେ ଚାଲିଛି। ବର୍ତ୍ତମାନର ନିର୍ବାହୀ ଅଧିକାରୀ ସଂଗ୍ରାମ କେଶରୀ ଧଳ ଲ୍ୟାଣ୍ଡ ଅଫିସର, ଗୋରଖନାଥ ଓ ଶାରଳା ମନ୍ଦିର ଦାୟିତ୍ୱରେ ଥିବାରୁ ସେ ଆଳ ନେଇ ଠିକ ଭାବେ ଦାୟିତ୍ୱ ସମ୍ପାଦନ କରୁନାହାନ୍ତି। ସପ୍ତାହରେ ଅତିବେଶିରେ ୨/୩ ଦିନ ଉପରଠାଉରିଆ ଭାବେ ଶାରଳା ମନ୍ଦିର ଯାଇ ଉପସ୍ଥାନ ଦର୍ଶାଉଛନ୍ତି। ରାଜ୍ୟ ସରକାରଙ୍କ ନିଷ୍ପତ୍ତି ପ୍ରକାରେ ଆଇନ ବିଭାଗ ବିଜ୍ଞପ୍ତି ଅନୁଯାୟୀ ରାଜ୍ୟର ୬୧ଟି ପ୍ରମୁଖ ମନ୍ଦିରର ବାର୍ଷିକ ଅଡିଟ୍‌ ଦାୟିତ୍ୱ ଏଜି ଉପରେ ନ୍ୟସ୍ତ କରାଯାଇଛି। ଏହି ଆଧାରରେ ଶାରଳା ମନ୍ଦିର ଅଡିଟ୍‌ ହୋଇଥିଲା। ଏ ସମ୍ପର୍କରେ ନିର୍ବାହୀ ଅଧିକାରୀ ଧଳଙ୍କୁ ପଚାରିବାରୁ ଅନିୟମିତା ସମ୍ପର୍କରେ ସେ କିଛି ଜାଣି ନାହାନ୍ତି। ଆଉ ୨୮ଜଣଙ୍କ ଯେଉଁ ନିଯୁକ୍ତି କଥା ଉଠୁଛି ତାହା ତାଙ୍କ ସମୟରେ ହୋଇ ନାହିଁ ବୋଲି କହିଛନ୍ତି।


Enter your email to get our daily news in your inbox.

All Right Reserved By Dharitri.Com

କ୍ଲାସେନଙ୍କ ବିସ୍ଫୋରକ ବ୍ୟାଟିଂ: ହାଇଦ୍ରାବାଦ୍‌ର ପ୍ରଥମ ବିଜୟ

କୋଲକାତା,୨ା୪: ହେନରିଚ୍‌ କ୍ଲାସେନଙ୍କ ଅର୍ଦ୍ଧଶତକ ଓ ନୀତୀଶ କୁମାର ରେଡ୍ଡୀଙ୍କ ଅଲରାଉଣ୍ଡ ପ୍ରଦର୍ଶନ ବଳରେ ସନରାଇଜର୍ସ ହାଇଦ୍ରାବାଦ୍‌(ଏସ୍‌ଆର୍‌ଏଚ୍‌) ୬୫ ରନରେ କୋଲକାତା ନାଇଟ୍‌ ରାଇଡର୍ସ (କେକେଆର)କୁ ପରାସ୍ତ…

ନା ହର୍ମୁଜ ଖୋଲୁଛି ନା ଇରାନ ନଇଁବାକୁ ରାଜି….ଦିନକୁ ଦିନ ଭାଙ୍ଗୁଛି ଟ୍ରମ୍ପଙ୍କ ସୁପରପାଓ୍ବାର ଦମ୍ଭ?

ୱାଶିଂଟନ୍/ତେହେରାନ୍,୨।୪: ବିଶ୍ୱର ସବୁଠାରୁ ଗୁରୁତ୍ୱପୂର୍ଣ୍ଣ ଜଳପଥ ‘ହର୍ମୁଜ ପ୍ରଣାଳୀ’କୁ ନେଇ ସୃଷ୍ଟି ହୋଇଥିବା ଯୁଦ୍ଧ ପରିସ୍ଥିତି ଏବେ ଅତି ଭୟଙ୍କର ରୂପ ଧାରଣ କରିଛି। ଗୋଟିଏ ପଟେ…

ଆସାମ ବିଧାନସଭା ନିର୍ବାଚନ: କଂଗ୍ରେସ ଇସ୍ତାହାରରେ ୧୧ ସଂକଳ୍ପ

ବୋକାଜାନ୍‌,୨ା୪: ଆସାମ ବିଧାନସଭା ନିର୍ବାଚନ ପାଇଁ କଂଗ୍ରେସ ନେତା ରାହୁଲ ଗାନ୍ଧୀ ଗୁରୁବାର ଦଳର ଇସ୍ତାହାର ଜାରି କରିଛନ୍ତି। ସେଥିରେ ୧୧ଟି ସଂକଳ୍ପନାମା ରହିଛି। ଶାସନ, ପରିଚୟ,…

‘ତ୍ରିଲୋଚନଙ୍କ ବଳିଦାନକୁ ଓଡ଼ିଶା ପୋଲିସ ଭୁଲିବ ନାହିଁ’

ଭଞ୍ଜନଗର,୨।୪(ବାବୁଲା ପ୍ରଧାନ)-ଏପ୍ରିଲ ପହିଲାରେ ଓଡିଶା ପୋଲିସ ପ୍ରତିଷ୍ଠା ଦିବସ ପାଳନ ହେଉଛି। ଏହି ଅବସରରେ ଶହିଦ୍ ଯବାନମାନଙ୍କୁ ପୋଲିସ ପକ୍ଷରୁ ଶ୍ରଦ୍ଧାଞ୍ଜଳି ଦିଆଯାଉଛି । ଏହିଭଳି ଗଞ୍ଜାମ…

ବରଗଡ଼ରେ ଧରପଗଡ଼, ଅତର୍କିତ ଚଢ଼ାଉ କରି ୧୮ ସାର ବ୍ରିକ୍ରେତାଙ୍କ ଲାଇସେନ୍ସ ରବ୍ଦ

ବରଗଡ଼,୪।୨(ପ୍ରେମାନନ୍ଦ ଖମାରୀ)- ବରଗଡ଼ ଜିଲାରେ ସାରବିକ୍ରିରେ କଳାବଜାର ତଥା ଅନ୍ୟ ଅନିୟମିତତା ନେଇ କୃଷି ବିଭାଗ ପକ୍ଷରୁ ଧରପଗଡ଼ ଆରମ୍ଭ ହୋଇଛି। ଏହି କ୍ରମରେ ବୁଧବାର ଓ…

ପୂର୍ବ ଶତ୍ରୁତାରୁ ପଡୋଶୀଙ୍କୁ ମରଣାନ୍ତକ ଆକ୍ରମଣ, ଜାମିନ ନାମଞ୍ଜୁର ପରେ ଅଭିଯୁକ୍ତ…

ଦିଗପହଣ୍ଡି, ୨।୪ (ଅଶେଷ ନାଥ ମିଶ୍ର): ପୂର୍ବ ଶତ୍ରୁତାକୁ କେନ୍ଦ୍ର କରି ଜଣେ ପଡୋଶୀଙ୍କୁ ମରଣାନ୍ତକ ଆକ୍ରମଣ କରିବା ଅଭିଯୋଗରେ ଦିଗପହଣ୍ଡି ପୋଲିସ ଜଣେ ବ୍ୟକ୍ତିଙ୍କୁ ଗିରଫ…

ଧରିତ୍ରୀ’ ପ୍ରଭାବ: ପଲିଥିନ୍ ତଳେ ଛଟପଟ ହାନ୍ଦୁଙ୍କୁ ମିଳିବ ସ୍ୱପ୍ନର ପକ୍କା ଘର, ଖବର ପ୍ରକାଶ ପରେ…

ଥୁଆମୂଳ ରାମପୁର, ୨। ୪(ଦୁର୍ଗା କୀର୍ତ୍ତି): ଅସହାୟଙ୍କ ସ୍ୱର ସାଜିଛି ‘ଧରିତ୍ରୀ’। ଖବର ପ୍ରସାରଣର ମାତ୍ର କିଛି ଦିନ ମଧ୍ୟରେ ପ୍ରଶାସନିକ ସ୍ତରରେ ଦେଖାଦେଇଥିବା ତ୍ୱରିତ ପଦକ୍ଷେପ…

ମୃତ୍ୟୁ ପରେ ବି ଅମର ରମେଶ: ଅଙ୍ଗଦାନ ପରେ ପ୍ରଶାସନ ପକ୍ଷରୁ ଦିଆଗଲା’ଗାର୍ଡ ଅଫ ଅନର’

ମୋହନା, ୨।୪( ମନ୍ମଥ ମିଶ୍ର ): ମଣିଷ ଚାଲିଗଲେ ମଧ୍ୟ ତାଙ୍କର ଅଙ୍ଗ ଅନ୍ୟ ଜଣଙ୍କ ଶରୀରରେ ଜୀବିତ ରହିପାରେ, ଏହାର ଏକ ଜ୍ୱଳନ୍ତ ଉଦାହରଣ ସାଜିଛନ୍ତି…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri