Categories: ଫୁରସତ

ଶାରଦୀୟ ନବରାତ୍ର: ରାଶି ଅନୁସାରେ କରନ୍ତୁ ପୂଜା, ପାଇବେ ଶୁଭଫଳ

ଶାରଦୀୟ ନବରାତ୍ର ପୂଜା ରବିବାରଠାରୁ ଆରମ୍ଭ ହୋଇଯାଇଛି। ଦୀର୍ଘ ୯ ଦିନ ଧରି ସାରା ଦେଶରେ ମହାମାୟୀ ପୂଜା ପାଇବେ। ଏହି ୯ ଦିନକୁ ମହାନବରାତ୍ର ଭାବେ ପାଳନ କରାଯାଏ। ନବରାତ୍ର ଅବସରରେ ଶ୍ରଦ୍ଧାଳୁମାନେ ଦେବୀଙ୍କୁ ମନ୍ଦିର ଓ ପୀଠରେ ପୂଜାର୍ଚ୍ଚନା କରିଛନ୍ତି।

ମେଷ
ମେଷ ରାଶିର ବ୍ୟକ୍ତିମାନେ ମା’ ଦୁର୍ଗାଙ୍କୁ ଲାଲ ଫୁଲ ଏବଂ ଧଳା ମିଠା ଅର୍ପଣ କରନ୍ତୁ। ଦେଖିବେ ଶୁଭଫଳ ମିଳିବ।

ବୃଷ
ବୃଷ ରାଶିର ଲୋକମାନେ ମା’ଙ୍କ ମହାଗୌରୀ ରୂପକୁ ପୂଜାର୍ଚ୍ଚନା କରନ୍ତୁ। ଧଳା ଚନ୍ଦନ ଏବଂ ଫୁଲ ଚଢ଼ାନ୍ତୁ।

ମିଥୁନ
ମିଥୁନ ରାଶି ଜାତକର ବ୍ୟକ୍ତିମାନେ ମା’ ଦେବୀଙ୍କୁ ଫୁଲ, କଦଳୀ, ଧୂପ ଏବଂ କପର୍‌ୂରରେ ପୂଜା କରନ୍ତୁ। ଓମ୍‌ ଶିବ ଶକ୍ତୈ ନମଃ ମନ୍ତ୍ର ୧୦୮ଥର ଜପ କରନ୍ତୁ।

କର୍କଟ
ଏହି ରାଶିର ବ୍ୟକ୍ତିମାନେ ମା’ଙ୍କ ଶୈଳପୁତ୍ରୀ ବେଶ ପୂଜା କରିବା ଉଚିତ। ମା’ଙ୍କୁ ଦହି ଏବଂ ଭାତ ଅର୍ପଣ କରନ୍ତୁ।

ସିଂହ
ସିଂହ ରାଶିର ବ୍ୟକ୍ତିମାନେ ମାତାରାଣୀ କୁଷ୍ମାଣ୍ଡାଦେବୀଙ୍କୁ ଉପାସନା କରନ୍ତୁ। ଏହାସହ ମା’ଙ୍କ ପାଖରେ ତମ୍ବା ପାତ୍ରରେ ଚନ୍ଦନ, କେସର ଏବଂ କର୍ପୂର ଆଳତି କଲେ ଶୁଭଫଳ ମିଳିବ।

କନ୍ୟା
ଉକ୍ତ ରାଶିର ବ୍ୟକ୍ତିମାନେ ମା’ ବ୍ରହ୍ମଚାରିଣୀଙ୍କ ପୂଜା କରିବା ଉଚିତ। ଫଳ, ପାନପତ୍ର, ଗଙ୍ଗାଜଳ ମା’ଙ୍କୁ ଅର୍ପଣ କରନ୍ତୁ।

ତୁଳା
ତୁଳା ରାଶିର ବ୍ୟକ୍ତିମାନେ ମା’ଙ୍କ ମହାଗୌରୀ ବେଶକୁ ପୂଜା କରିବା ଉଚିତ। କ୍ଷୀର, ଚାଉଳ ଏବଂ ଲାଲ କପଡା ମା’ଙ୍କୁ ଚଢାନ୍ତୁ।

ବିଛା
ଏହି ରାଶିର ବ୍ୟକ୍ତିମାନେ ମା’ଙ୍କ ସ୍କନ୍ଦମାତା ରୂପକୁ ଦର୍ଶନ କରନ୍ତୁ। ଚାଉଳ, ଚନ୍ଦନ ଏବଂ ଗୁଡ଼ ମା’ଙ୍କୁ ଅର୍ପଣ କରନ୍ତୁ।

ଧନୁ
ଧନୁ ରାଶିର ବ୍ୟକ୍ତିମାନେ ଚନ୍ଦ୍ରଘଣ୍ଟା ରୂପକୁ ପୂଜା କରିବା ଉଚିତ। ମା’ଙ୍କୁ ହଳଦୀ, କେସର ଏବଂ ହଳଦିଆ ଫୁଲ ଚଢାନ୍ତୁ।

ମକର
ମକର ରାଶିର ବ୍ୟକ୍ତିମାନେ ମା’ ଦୁର୍ଗାଙ୍କ କାଳରାତ୍ରି ରୂପ ଦର୍ଶନ କରନ୍ତୁ। ମା’ଙ୍କୁ ସୋରିଷ ତେଲରେ ଦୀପ ଜଳାନ୍ତୁ।

କୁମ୍ଭ
କୁମ୍ଭ ରାଶିର ବ୍ୟକ୍ତିମାନେ ମା’ କାଳରାତ୍ରିଙ୍କୁ ପୂଜା କରନ୍ତୁ। ଫୁଲ, କୁଙ୍କୁମ ଏବଂ ଫଳ ମା’ଙ୍କୁ ଅର୍ପଣ କରନ୍ତୁ।

ମୀନ
ଏହି ରାଶିର ବ୍ୟକ୍ତିମାନେ ମା’ ଦୁର୍ଗାଙ୍କ ବଗଳାମୁଖୀ ମନ୍ତ୍ର ଜପ କରନ୍ତୁ।

Share