ଶାନ୍ତି ଶୃଙ୍ଖଳା ସହିତ ସରିଲା ନିର୍ବାଚନ: ଇଭିଏମରେ ସିଲ୍‌ ୮୧ ପ୍ରାର୍ଥୀଙ୍କ ଭାଗ୍ୟ

ବାରିପଦା ଅଫିସ, ୩୦।୪- ଚତୁର୍ଥ ପର୍ଯ୍ୟାୟ ମତଦାନ ସୋମବାର ସକାଳୁ ମୟୂରଭଞ୍ଜ ଜିଲାରେ ଶାନ୍ତିଶୃଙ୍ଖଳା ସହିତ ଅନୁଷ୍ଠିତ ହୋଇଯାଇଛି। କିଛି ବୁଥରେ ଆରମ୍ଭରୁ ଇଭିଏମ ଖରାପ ହେବାରୁ ବିଳମ୍ବରେ ଭୋଟ ଗ୍ରହଣ କରାଯାଇଥିବା ସୂଚନା ମିଳିଛି। ତେବେ ଅନ୍ୟ କିଛି ବୁଥରେ ପୋଲିଂ କର୍ମଚାରୀ ଓ ଭୋଟରଙ୍କ ମଧ୍ୟରେ କଥା କଟାକଟି ଭଳି ପରିସ୍ଥିତି ମଧ୍ୟ ସୃଷ୍ଟି ହୋଇଥିଲା। ତେବେ ପ୍ରଶାସନ ତୁରନ୍ତ ଅନ୍ୟ ଇଭିଏମର ବ୍ୟବସ୍ଥା କରିବାପରେ ଭୋଟ ଦାନ ଆରମ୍ଭ ହୋଇଥିଲା। ପ୍ରବଳ ଖରା ଯୋଗୁ ଭୋଟ ଦାନ ମଧ୍ୟ ପ୍ରଭାବିତ ହୋଇଥିବା ଦେଖିବାକୁ ମିଳିଥିଲା। କେବଳ ଆଦର୍ଶ ବୁଥଗୁଡିକରେ ପ୍ରଶାସନ ପକ୍ଷରୁ ସ୍ବତନ୍ତ୍ର ବ୍ୟବସ୍ଥା କରାଯାଇଥିବା ବେଳେ ଅନ୍ୟ ବୁଥ ଗୁଡିକରେ ଲୋକେ ଖରାରେ ଠିଆ ହୋଇଥିଲେ। ସେହିପରି ପ୍ରବଳ ଖରା ଯୋଗୁ ସକାଳ ୭ ରୁ ଦିନ ୧୨ ଯାଏଁ ବୁଥ ଗୁଡିକରେ ଭିଡ଼ ଲାଗି ରହିଥିଲା। ୪ ଟା ପରେ ପୁନର୍ବାର ଲୋକଙ୍କ ଭିଡ଼ ଜମିଥିଲା। ଉପରୋକ୍ତ ୮ ଟି ନିର୍ବାଚନ ମଣ୍ଡଳୀର ମୋଟ ୨୧୨୩ଟି ବୁଥରେ ଭୋଟ ଗ୍ରହଣ କରାଯାଇଛି।  ଏଥି ଗୁଡିକ ମଧ୍ୟରୁ ୪୮ ଟି ଅତି ସମ୍ବେଦନଶୀଳ ଥିବାବେଳେ ୧୩୮ଟି ବୁଥ୍‌ ସମ୍ବେଦନଶୀଳ ରହିଛି। ସେହିପରି ସୁରକ୍ଷା ଦୃଷ୍ଟିରୁ ୨୧୮ ବୁଥରେ ସିସି ଟିଭି, ୧୯୩ ବୁଥରେ ମାଇକ୍ରୋ ଓବଜରଭର, ୪୧ ଟି ବୁଥରେ ଭିଡିଓ ଫଟୋଗ୍ରାଫି, ୨୨୦ ବୁଥରେ ୱେବ କାଷ୍ଟିଂ ଏବଂ ୩୦ ଟି ବୁଥରେ ଷ୍ଟିଲ କ୍ୟାମେରାରେ ଫଟୋ ଉଠାଯାଇଥିଲା। ଏହି ନିର୍ବାଚନକୁ ସୁରୁଖୁରୁରେ ପରିଚାଳନା ପାଇଁ ୧୩, ୯୬୨ କର୍ମଚାରୀଙ୍କୁ ନିୟୋଜିତ କରାଯାଇଥିଲା। ମୟୂରଭଞ୍ଜ ଲୋକସଭା ସହିତ ୮ ଟି ବିଧାନସଭା ଆସନରେ ୮୧ ଜଣ ପ୍ରାର୍ଥୀ ରହିଛନ୍ତି। ଏହି ପ୍ରାର୍ଥୀଙ୍କ ଭାଗ୍ୟ ଇଭିଏମରେ ସିଲ୍‌ ହୋଇ ସମ୍ପୃକ୍ତ ନିର୍ବାଚନ ମଣ୍ଡଳୀ ପାଇଁ କରାଯାଇଥିବା ଷ୍ଟ୍ରଙ୍ଗ ରୁମରେ ସୁରକ୍ଷିତ ଭାବେ ରଖାଯିବ। ସମସ୍ତ ଦଳୀୟ ପ୍ରାର୍ଥୀଙ୍କ ଉପସ୍ଥିତିରେ ଏହି ଷ୍ଟ୍ରଙ୍ଗରୁମକୁ ସିଲ୍‌ କରାଯିବ। ଏହା ପରେ ମେ ୨୩ରେ ଭୋଟ ଗଣତି କରାଯିବ। ମୟୂରଭଞ୍ଜ ଲୋକ ସଭା ଆସନ ପାଇଁ ୮ ଜଣ ପ୍ରାର୍ଥୀ ମଇଦାନରେ ଥିବାବେଳେ ସାରସକଣା ବିଧାନସଭା ଆସନରେ ୧୦ ଜଣ, ଉଦଳା ବିଧାନସଭା ଆସନରେ ୫ ଜଣ, ମୋରଡ଼ା ବିଧାନସଭା ଆସନରେ ୧୩ ଜଣ, ବାଙ୍ଗିରିପୋଷି ବିଧାନସଭା ଆସନରେ ୧୧, ବଡ଼ସାହି ବିଧାନସଭା ଆସନରେ ୮, ବାରିପଦା ବିଧାନସଭା ଆସନରେ ୭ ଜଣ,  ରାଇରଙ୍ଗପୁର ବିଧାନସଭା ଆସନରେ ୯ ଜଣ ଓ ଯଶିପୁର ବିଧାନସଭା ଆସନରେ ୧୦ ଜଣ ପ୍ରାର୍ଥୀ ନିର୍ବାଚନ ମଇଦାନରେ ନିଜ ଭାଗ୍ୟ ପରୀକ୍ଷା କରୁଛନ୍ତି। ଏହି ୮ ଟି ବିଧାନସଭା ଆସନରେ ମୋଟ ୧୬ ଲକ୍ଷ ୮୦ ହଜାର ୧୨ ଜଣ ଭୋଟର ଅଛନ୍ତି। ସେମାନଙ୍କ ମଧ୍ୟରେ ୮ ଲକ୍ଷ ୨୫ ହଜାର ୨୫ ଜଣ ମହିଳା ଓ ୮ ଲକ୍ଷ ୨୩ ହଜାର ୬୪୪ ଜଣ ପୁରୁଷ ଭୋଟର ରହିଛନ୍ତି।


Enter your email to get our daily news in your inbox.

All Right Reserved By Dharitri.Com

ଗୋରୁ ଗାଡ଼ି ଅଟକାଇବା ହେଲା କାଳ, ଚାଲିଗଲା ଜଣଙ୍କର ଜୀବନ

ବାହାନଗା, ୩୧। ୩(ଅରୂପ କୁମାର ଦାସ)ଛ ବାହାନଗା ବ୍ଲକ ସୋର ଥାନା ୧୬ ନମ୍ବର ଜାତୀୟ ରାଜପଥ ବାରିକପୁର ନିକଟରେ ଦୁର୍ଘଟଣା । ଗୋରୁ ଗାଡି ଅଟକାଉଥିବା…

ବାଲେଶ୍ୱର ବାର୍‌ ଆସୋସିଏଶନ ନିର୍ବାଚନ: ୧୮ ପଦବୀ ପାଇଁ ୩୫ ପ୍ରାର୍ଥୀ

ବାଲେଶ୍ୱର,୨୮ା୩(ବାଞ୍ଛାନିଧି ଦେ): ବାଲେଶ୍ୱର ବାର୍‌ ଆସୋସିଏଶନ ନିର୍ବାଚନ ଶନିବାର ଅନୁଷ୍ଠିତ ହେଉଛି। ନିର୍ବାଚନରେ ୧୮ ପଦବୀ ପାଇଁ ୩୫ ଜଣ ପ୍ରାର୍ଥୀ ପ୍ରତିଦ୍ୱନ୍ଦ୍ୱିତା କରୁଛନ୍ତି। ସଭାପତି ପଦବୀ…

ଚିକିତ୍ସା ପାଇଁ ଯାଉଥିଲେ ହେଲେ ରାସ୍ତାରେ ଜୀବନ ନେଲା ଦୁର୍ଘଟଣା : ଆଖିବୁଜିଲେ…

ସିମୁଳିଆ,୨୭।୩(ସନ୍ତୋଷ କୁମାର ନାୟକ): ବାଲେଶ୍ୱର ଜିଲା ସିମୁଳିଆ ଥାନା ବାଲିଖଣ୍ଡ-ରାଣିତାଲ ରାସ୍ତାର ଗୌରଗଡି ନିକଟରେ ଅଟୋ(ଓଡି ୨୨ଇ ୪୦୭୬) ଓଲଟି ପଡ଼ିବାରୁ ଘଟଣାସ୍ଥଳରେ ରତ୍ନମଣୀ ପୃଷ୍ଟି(୪୫) ନାମକ…

ଫରେଷ୍ଟଗାର୍ଡଙ୍କୁ ନିର୍ଦ୍ଧୁମ ପିଟିଲେ କୁଲଡିହା ACF, କାରଣ ଜାଣିଲେ……

ନୀଳଗିରି,୨୬ା୩,(ପ୍ରଶାନ୍ତ କୁମାର ବିଶ୍ବାଳ): ବାଲେଶ୍ବର ଜିଲା ନୀଳଗିରି ଉପଖଣ୍ଡ ଅଧିନ କୁଲଡିହା ଏ.ସି.ଏଫଙ୍କ ମାଡ଼ରେ ଫରେଷ୍ଟଗାର୍ଡ ଗୁରୁତର ହୋଇଛନ୍ତି । ଗୁରୁତର ବନ କର୍ମଚାରୀଙ୍କୁ ଉଦ୍ଧାର କରାଯାଇ…

ଖାଉଥିଲେ ପରିବାର ଲୋକେ: ହଠାତ୍‌ ଘରେ ପଶିଲେ ୬ ଲୋକ, ଆଉ ତା’ପରେ ଘଟିଗଲା…

ନୀଳଗିରି,୨୬।୩(ପ୍ରଶାନ୍ତ କୁମାର ବିଶ୍ବାଳ):ବାଲେଶ୍ୱର ଜିଲାର ନୀଳଗିରିରେ ଏକ ଅଜବ ଚୋରି ଘଟଣା ଦେଖିବାକୁ ମିଳିଛି। ବୁଧବାର ରାତିରେ ପରିବାର ଲୋକେ ଘର ଭିତରେ ଖାଉଥିଲେ। ହଠାତ୍‌ ୬ଜଣ…

ଅଲୋଡ଼ାଙ୍କୁ ଭରସା: ସରଗରମ ବାଲେଶ୍ୱର ରାଜନୀତି

ବାଲେଶ୍ୱର,୨୬ା୩(ବାଞ୍ଛାନିଧି ଦେ):ବାଲେଶ୍ୱର ରାଜନୀତିରେ ଘଡ଼ିକେ ଘୋଡ଼ା ଛୁଟୁଛି। ଗତ କିଛିଦିନ ଧରି ଜିଲାର ରାଜନୈତିକ ବାତାବରଣ ସରଗରମ ରହିଛି। ପୂର୍ବତନ ଏମ୍‌ପି ରବୀନ୍ଦ୍ର କୁମାର ଜେନା ଭାଜପାରେ…

ତଣ୍ଟି କାଟି ଯୁବକଙ୍କୁ ନିର୍ମମ ହତ୍ୟା, ରକ୍ତ ଜୁଡ଼ୁବୁଡ଼ୁ ଅବସ୍ଥାରେ ରାସ୍ତା ଉପରେ ଯୁବକ…

ବାଲେଶ୍ଵର, ୨୪/୩( ବାଞ୍ଛାନିଧି ଦେ): ବାଲେଶ୍ଵର ସହଦେବଖୁଣ୍ଟା ଥାନା ଅନ୍ତର୍ଗତ ରେଲୱେ ଷ୍ଟେସନ ନିକଟ ସାଇ ମନ୍ଦିର ଗଳି ନିକଟରେ ଜଣେ ଯୁବକକୁ ତଣ୍ଟି କାଟି ନିର୍ମମ…

ପୁଅର ବର୍ବରକାଣ୍ଡ: ବାପାଙ୍କୁ ବାଡେଇ ବାହାରୁ ତାଲାଦେଇ ଘର ଭାଙ୍ଗିଲେ ପୁଅ

ଖଇରା,୨୪।୩(ଉତ୍କଳ ବନ୍ଧୁ ପଣ୍ଡା ): ବାଲେଶ୍ବର ଜିଲା ଖଇରା ଥାନା ଝିଙ୍କିରିଆ ପଞ୍ଚାୟତ ଅଧୀନ ମୁସ୍ତଫାବାଦ ଗ୍ରାମରେ ପୁଅର ଆକ୍ରମଣରେ ବାପା ଲହୁଲୁହାଣ ହେବା ପରେ ବାପାର…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri