Categories: ଜାତୀୟ

ଶାନ୍ତିବନରେ ସଞ୍ଜୟ ଗାନ୍ଧୀଙ୍କୁ ଶ୍ରଦ୍ଧାଞ୍ଜଳି ଦେଲେ ମାନେକା ଓ ବରୁଣ

ନୂଆଦିଲ୍ଲୀ,୨୩।୬: ସଞ୍ଜୟ ଗାନ୍ଧୀଙ୍କ ୩୯ତମ ପୁଣ୍ୟତିଥିରେ ରବିବାର ମାନେକା ଗାନ୍ଧୀ ଏବଂ ବରୁଣ ଗାନ୍ଧୀ ଶ୍ରଦ୍ଧାଞ୍ଜଳି ଅର୍ପଣ କରିଛନ୍ତି। ଶାନ୍ତିବନଠାରେ ଥିବା ସଞ୍ଜୟଙ୍କ ସମାଧିସ୍ଥଳରେ ଅନ୍ୟ ରାଜନେତା ମଧ୍ୟ ସଞ୍ଜୟଙ୍କୁ ଶ୍ରଦ୍ଧାଞ୍ଜଳି ଦେଇଛନ୍ତି। ୧୯୮୦ ଜୁନ୍‌ ୨୩ରେ ସଫଦରଜଙ୍ଗସ୍ଥିତ ଫ୍ଲାଇଙ୍ଗ୍‌ କ୍ଲବ୍‌ରେ ଏକ ବିମାନ ଦୁର୍ଘଟଣାରେ ସଞ୍ଜୟଙ୍କ ସମେତ କ୍ୟାପଟେନ୍‌ ସୁଭାଷ ସାକ୍‌ସେନାଙ୍କ ମୃତ୍ୟୁ ଘଟିଥିଲା। ବିମାନଟି ନିୟନ୍ତ୍ରଣ ହରାଇବାରୁ ଏପରି ହୋଇଥିବା କୁହାଯାଇଥିଲା।

Share